• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଖି ପିଛୁଳାକେ ତିଆରି ହେଉଛି ଘର । କେଇ ଘଣ୍ଟାରେ ପୁରା କମ୍ପ୍ଲିଟ୍ । ମାତ୍ର ୫୦୦ ସ୍କୋୟାରଫୁଟ୍‌ରେ ବିଳାସପୂର୍ଣ୍ଣ ଘର କିନ୍ତୁ ଖର୍ଚ୍ଚ କମ୍ । ମାତ୍ର ୪୦ ଲକ୍ଷ ଟଙ୍କାରେ ଘର କାମ ଶେଷ । ଘର ଭିତରେ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିବା ସହ ମୋଡୁଲାର କିଚେନ୍‌ ସେଟ୍‌ଅପ୍‌ ରହିଛି । ବେଡ୍‌ରୁମ୍‌, ଡ୍ରଇଂରୁମ୍‌ ଓ ହଲ୍‌ ବି ଦେଖିଲେ ଲାଗିବ ଚମତ୍କାର । ସବୁକିଛି ନୂଆ ଷ୍ଟାଇଲ୍‌ର । ବାଥରୁମ୍‌ ବି ରହିଛି । ଘରେ ରେଡିମେଟ୍‌ ଟ୍ରାନ୍ସପରେଣ୍ଟ ଝରକା ବି ରହିଛି । ଏହାକୁ ଛିଡ଼ା କରିବା ପାଇଁ ମାତ୍ର କେଇ ଘଣ୍ଟା ହିଁ ସମୟ ଲାଗିବ । ଆଉ ଏହାର ଚାହିଦା ବି ଧିରେ ଧିରେ ବଢ଼ିବାରେ ଲାଗିଲାଣି । 

ପୂର୍ବରୁ ଆମେ କେବଳ ଇଣ୍ଟରନେଟ୍‌ରେ ବିଭିନ୍ନ ଭିଡିଓ ଦେଖିବା ବେଳେ ଏହାକୁ ଦେଖୁଥିଲେ । କିନ୍ତୁ ଏବେ ଏହା ଭାରତୀୟଙ୍କ ପାଖରେ ପହଞ୍ଚିବାକୁ ଯାଉଛି । ଖୁବ୍‌ ସହଜରେ ଏହା ଲୋକଙ୍କ ପାଖରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏଭଳି ସେଟ୍‌ଅପ୍‌ ଭାରତୀୟଙ୍କ ପାଇଁ ବେଶି ଆବଶ୍ୟକ ବୋଲି କୁହାଯାଉଛି । ବିଭିନ୍ନ ଦୈବି ଦୁର୍ବିପାକ ପରେ ଏଭଳି ରେଡିମେଡ୍‌ ଘର ଭାରତୀୟଙ୍କୁ ଖୁବ୍‌ ଲାଭଦାୟକ ହେବ ।

ତେବେ ହଠାତ୍‌ ଆମେ ଏକଥା କାହିଁକି କହୁଛୁ । ସମସ୍ତେ ପ୍ରାୟ ଏଭଳି ଭିଡିଓ ଇଣ୍ଟରନେଟ୍‌ରେ ଦେଖିଥିବେ । ଫେସ୍‌ବୁକ୍‌ ଟ୍ୱିଟର ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏଭଳି ଭିଡିଓ ଦେଖିଥିବା । କିନ୍ତୁ ଏବେ ଏହା ଚର୍ଚ୍ଚାକୁ ଅଧିକ ଆସିଛି କାରଣ ଏହାକୁ ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍‌ କରିଛନ୍ତି । ସେ କହିଛନ୍ତି ଦୈବି ଦୁର୍ବିପାକ ବେଳେ ଏଭଳି ଘର ଭାରତୀୟଙ୍କ ପାଇଁ ଖୁବ୍‌ ସହାୟକ ହେବ । ଏହା ଲୋକଙ୍କ ପାଇଁ ଘର ପାଇବାରେ ଖୁବ୍‌ ଶସ୍ତା ବି ରହିବ ।

ଦେଖନ୍ତୁ ଭିଡିଓ...