ଆପଲ ୟୁଜରଙ୍କୁ ସତର୍କବାଣୀ । କେନ୍ଦ୍ର ସରକାରଙ୍କ କମ୍ପ୍ୟୁଟର ଇମରଜିନ୍ସି ରେସ୍ପନ୍ସ ଟିମ୍ ପକ୍ଷରୁ ଆପଲ ୟୁଜରଙ୍କ ପାଇଁ ‘ହାଇ ରିସ୍କ’ ୱାର୍ଣ୍ଣିଂ ଜାରି କରାଯାଇଛି । ଯେଉଁମାନେ ଆପଲର ଆଇଫୋନ୍, ମ୍ୟାକ୍ବୁକ୍, ଆଇପଡ୍ ଏବଂ ଭିଜନ୍ ପ୍ରୋ ହେଡ୍ସେଟ୍ ବ୍ୟବହାର କରୁଛନ୍ତି , ସେମାନଙ୍କ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଡିଭାଇସ୍ରେ କୌଣସି ପ୍ରକାର ଗମ୍ଭୀର ସମସ୍ୟା ରହିଥିବା କୁହାଯାଇଛି । ଯାହାଦ୍ୱାରା ଏହାକୁ ରିମୋଟ ଦ୍ୱାରା ବାହାରୁ ଅନ୍ୟ ଜଣେ କଣ୍ଟ୍ରୋଲ କରିପାରିବ ବୋଲି ଆଶଙ୍କା କରାଯାଇଛି । ତେଣୁ ତୁରନ୍ତ ଯେଉଁ ସବୁ ୟୁଜର ରହିଛନ୍ତି ସେମାନେ ସତର୍କ ହୁଅନ୍ତୁ ।
Also Read
ଏହି ତ୍ରୁଟି ଫଳରେ ଆପଲ୍ ଡିଭାଇସ୍ରେ ଥିବା ସଫ୍ଟ ଓୟାର ଓ ହାର୍ଡଓୟାର ପ୍ରଭାବିତ ହେବାର ଆଶଙ୍କା ରହିଛି । ୧୭.୪.୧ ପୂର୍ବରୁ ଥିବା ଆପଲ ସଫାରୀ, ୧୩.୬.୬ ପୂର୍ବରୁ ଥିବା ଆଲ ମାକ୍ ଓଏସ୍, ୧୪.୪.୧ ପୂର୍ବରୁ ଥିବା ଆପଲ ମାକ୍ ଓଏସ୍ ସୋନମା ଭର୍ସନ୍ରେ ଏହି ତ୍ରୁଟି ରହିଛି । ଏହାସହ ୧.୧.୧ ପୂର୍ବରୁ ଆପଲ ଭିଜନ୍ ଓଏସ୍, ୧୭.୪.୧ ପୂର୍ବରୁ ଆପଲ ଆଇଓଏସ୍ ଓ ଆଇପ୍ୟାଡ୍ ଓଏସ୍ ଭର୍ସନ୍ ଏବଂ ୧୬.୭.୭ ପୂର୍ବରୁ ଆପଲ ଆଇଓଏସ୍ ଓ ଆଇପ୍ୟାଡ୍ ଓଏସ୍ ଭର୍ସନ୍ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ଏହି ତ୍ରୁଟିରେ ଏମିତି କିଛି ରହିଛି, ଯାହାଦ୍ୱାରା ବାହାରୁ ଏହାକୁ ରିମୋଟ ଦ୍ୱାରା କଣ୍ଟ୍ରୋଲ କରିବା ସମ୍ଭବ ହୋଇପାରେ । ଅର୍ଥାତ ବାହାରୁ ଜଣେ ହ୍ୟାକର ଚାହିଁଲେ ଆପଣଙ୍କ ଡିଭାଇସ୍କୁ କଣ୍ଟ୍ରୋଲ କରିପାରିବ । ଆଉ ସେଥିରେ ଥିବା ଆପଣଙ୍କ ତଥ୍ୟ ସବୁ ଦେଖିପାରିବ । ସେଥିରେ ଯେଉଁ ତ୍ରୁଟି ରହିଛି, ସେହି ତ୍ରୁଟି ଫଳରେ ହ୍ୟାକର ଅତି ସହଜରେ ଡିଭାଇସ୍ ଭିତରେ ପ୍ରବେଶ କରିବାର ଅନୁମତି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ଆଡ୍ଭାଇଜାରୀ ଅନୁସାରେ, ଆଇପୋନ୍ XS, iPad Pro 12.9 ଇଞ୍ଚ, iPad Pro 10.5- ଇଞ୍ଚ, iPad Pro 11- ଇଞ୍ଚ, iPad Air, iPad ଓ iPad Mini ୟୁଜରଙ୍କ ପାଇ ସ୍ଥିତି ଅତି ସମ୍ବେଦନଶୀଳ, ଯଦି ସେମାନଙ୍କ ଡିଭାଇସ୍ରେ ୧୭.୪.୧ ପୂର୍ବରୁ ଥିବା ଆଇଓଏସ୍ ଓ iPadOS ଭର୍ଜନ୍ ବ୍ୟବହାର କରୁଛନ୍ତି ।
ଏହା ବ୍ୟତୀତ iPhone 8, iPhone 8 Plus, iPhone X, iPad 5th ଜେନେରେସନ୍, iPad Pro 9.7-ଇଞ୍ଚ ଓ iPad Pro 12.9- ଇଞ୍ଚ ପ୍ରଥମ ଜେନେରେସନ୍ ୟୁଜର ମଧ୍ୟ ବିପଦରେ ପଡ଼ିପାରନ୍ତି, ଯଦି ସେମାନଙ୍କ ଡିଭାଇସ୍ରେ iOS ଓ iPadOS ଭର୍ଜନ 16.7.7 ବ୍ୟବହାର କରୁଛନ୍ତି ।
ମ୍ୟାକ୍ବୁକ୍ ୟୁଜର ମଧ୍ୟ ସାବଧାନ । ତୁରନ୍ତୁ ନିଜ ଡିଭାଇସ୍କୁ କରନ୍ତୁ ଅପ୍ଡେଟ୍ । ନଚେତ ପଡ଼ିପାରନ୍ତି ବଡ଼ ସମସ୍ୟାରେ ।