Smartphones
ଯେମିତି ରେଡିଓ କୁଆଡେ ହଜିଗଲା, ଖୁବଶୀଘ୍ର ସେମିତି ହଜିଯିବ ସ୍ମାର୍ଟଫୋନ୍। ରେଡିଓ ଭଳି ମୋବାଇଲ ଯୁଗର ବି ହେବ ଅନ୍ତ ! ଏମିତି କିଛି ଆଶ୍ଚର୍ଯ୍ୟକର ଭବିଷ୍ୟବାଣୀ କରିଛନ୍ତି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ।
ବିଲ୍ ଗେଟ୍ସ କହିଛନ୍ତି, ଖୁବଶୀଘ୍ର ସ୍ମାର୍ଟଫୋନର ଯୁଗ ଶେଷ ହୋଇଯିବ । ବଜାରକୁ ଆଉ ସ୍ମାର୍ଟଫୋନ ଆସିବନି । ଏହାର ସ୍ଥାନ ନେବ ଇଲେକ୍ଟ୍ରୋନିକ୍ ଟାଟୁ । ଯାହା ବିଲକୁଲ୍ ମୋବାଇଲ ଭଳି କାମ କରିବ । ହେଲେ କ'ଣ ଏହି ଇଲେକ୍ଟ୍ରୋନିକ୍ ଟାଟୁ ? କେମିତି ଏହା ସ୍ମାର୍ଟଫୋନ ଭଳି କାମ କରିବ ?
ଇଲେକ୍ଟ୍ରୋନିକ ଟାଟୁ, ଏକ ନୂଆ ପ୍ରକାର ଆଡଭାନ୍ସ ଟେକ୍ନୋଲୋଜି, ଯାହାକି ସ୍ମାର୍ଟଫୋନର ବିକଳ୍ପ ହେବ । ଏହି ଟାଟୁ ଆମ ଚର୍ମରେ ଲାଗିବ । ଏହା ପୂରାପୂରି ସ୍ମାର୍ଟଫୋନ ପରି କାର୍ଯ୍ୟ କରିବ । ଏଥିରେ ଆପଣ ଫୋନ୍ କରିପାରିବେ, ମେସେଜ୍ ପଠାଇ ପାରିବେ, ଇଣ୍ଟରନେଟ୍ ବି ଚଲାଇପାରିବେ । ଯେଉଁସବୁ କାମ ନିଜ ସ୍ମାର୍ଟଫୋନ୍ରେ କରୁଛନ୍ତି, ସେ ସବୁକିଛି କରିପାରିବେ ଏହି ଟାଟୁରେ ।
କେବଳ ଏତିକି ନୁହେଁ, ଆପଣ ନିଜ ସ୍ୱାସ୍ଥ୍ୟ ବି ଯାଞ୍ଚ କରିପାରିବେ ଏହି ଇଲେକ୍ଟ୍ରୋନିକ ଟାଟୁରେ । ଏହାକୁ ଟଚ୍ କରି ନିଜ ହାର୍ଟ ରେଟ୍, ଅକ୍ସିଜେନ ଲେବୁଲ୍, ବଡିର ଟେମ୍ପ୍ରେଚର୍ ମାପିପାରିବେ ।
ଇଲେକ୍ଟ୍ରୋନିକ ଟାଟୁରେ ନା ନା ଚାର୍ଜର ଟେନସନ ଥିବ ନା ମୋବାଇଲ ପରି ବୋହିବାର ଝିନଝଟ୍ ରହିବ । ଏହା ଆପଣଙ୍କ ଶରୀରରେ ଏକ ଅଙ୍ଗ ଭଳି କାମ କରିବ ।
ହୁଏତ ଏ କଥା ସହଜରେ ବିଶ୍ୱାସ ହେଉନଥିବ । କିନ୍ତୁ ଯଦି ଗତ ୧୫-୨୦ ବର୍ଷ ତଳର କଥା ଦେଖିବେ ଠିକ୍ ବୁଝିପାରିବେ । ଦିନ ଥିଲା, ରେଡିଓ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଥିଲା । ହେଲେ ଟିଭି ଆସିଲା, ଆଉ ରେଡିଓ ହଜିଗଲା । ଟିଭି ପରେ ସ୍ମାର୍ଟଫୋନର ଯୁଗ ହେଲା । ଏମିତି ଟେକ୍ନୋଲୋଜିର ବିକାଶ ସହ କିଛି ବର୍ଷ ପରେ ରେଡିଓ ଭଳି ସ୍ମାର୍ଟଫୋନ୍ ବି ହଜିଯିବ । ଯାହାକି ପୂର୍ବାନୁମାନ କରିଛନ୍ତି ଟେକ୍ ଜିଆଣ୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755680245.jpg)