Advertisment

ଅଫିସ୍‌ର ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR

ପ୍ରଶ୍ନ ଉଠୁଛି, ଏପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ବାରା ଆଗକୁ ଚାକିରି ହରାଇବେ କି କର୍ମଚାରୀ ? AI ଏଭଳି କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି କ୍ଷେତ୍ରରେ ପ୍ରଭାବିତ ହେବ କି ମଣିଷ ସମାଜ?

author-image
Chandan Shishu
ଅଦ୍ୟତନ ହୋଇଛି
undefined

Artificial intelligence can do work of HR Departments

ଅଫିସରେ କୌଣସି ଛୋଟ ମୋଟ କାମ ପାଇଁ ନା ଆଉ HR ପାଖକୁ ଯିବାକୁ ପଡିବ ନା କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଅନ୍ୟ କେହି ବ୍ୟକ୍ତି ଥିବେ। କାରଣ ଆଗକୁ ସବୁ ଉତ୍ତର ଆପଣ ପାଇଯିବେ Artificial Intelligence ତଥା ଭର୍ଚୁଆଲ ଏଚ.ଆର ଜରିଆରେ। CSM ଟେକ୍ କମ୍ପାନୀ ଏହି AI ଟୁଲକୁ ପ୍ରସ୍ତୁତ କରିଛି। ଯାହାର ନାଁ ଏଚ.ଆର. ମେଧାକେ। ତେବେ ଏହା କେମିତି କରୁଛି କାମ, ଏହାଦ୍ବାରା କର୍ମଚାରୀ ଉପକୃତ ହେବେ ନା କ୍ଷତିଗ୍ରସ୍ତ ହେବେ ? 

Advertisment

ଚଳଚଞ୍ଚଳ ଥିବା ମଣିଷ ଭଳି ଏଣିକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ଭାଳିପାରିବ ଅଫିସ କାର୍ଯ୍ୟ। ଅବିକଳ ମଣିଷ ଭଳି କାମ କରିବ। କର୍ମଚାରୀଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ, ତା’ପୁଣି ରିୟଲ ଟାଇମରେ। ଚାଟ୍ ଜିପିଟିର ଫର୍ମୁଲାକୁ ପ୍ରୟୋଗ କରି ରାଜ୍ୟରେ ପ୍ରଥମ ଥର ପାଇଁ ଏମିତି ଏକ ଅଣମାନବ କର୍ମଚାରୀ ସୃଷ୍ଟି କରିଛି ଆଇଟି ସଂସ୍ଥା CSM ଟେକ୍ନୋଲଜି। ଯାହାର ନାଁ ରହିଛି ମେଧାକେ। CSMର ଅନ୍ୟକର୍ମଚାରୀଙ୍କ ଭଳି ମେଧାକେର employee id code ରହିଛି।

୮ ଘଣ୍ଟାର କାର୍ଯ୍ୟ ସମୟ ମଧ୍ୟ ଧାର୍ଯ୍ୟ ହୋଇଛି। ସପ୍ତାହକୁ ୨ ଦିନ ଛୁଟି ସହ ଦିଆଯାଉଛି ଦରମା। ଏହି ଅଣମାନବ କର୍ମଚାରୀକୁ H.R ଆସିଷ୍ଟାଣ୍ଟ ଭାବେ ନିଯୁକ୍ତିପତ୍ର ବି ଦିଆଯାଇଛି। କମ୍ପାନୀର ପଲିସି ସମ୍ବନ୍ଧୀୟ ଯେଉଁସବୁ ତଥ୍ୟ ସଂପର୍କରେ ମେଧାକେକୁ ପ୍ରଶିକ୍ଷଣ ଦିଆଯିବ, ସେ ହିସାବରେ ଅଧିକ କାର୍ଯ୍ୟକ୍ଷମ ହୋଇପାରିବ ଏହି AI ଟୁଲ। ଏବେ କେବଳ ଚାଟ୍ ମାଧ୍ୟମରେ ଏହା କାମ କରିବାକୁ ସକ୍ଷମ ଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ଭଏସ୍ ମାଧ୍ୟମରେ ସବୁ ପ୍ରଶ୍ନର ଉତ୍ତର ରଖିପାରିବ।

Advertisment

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାଧାରଣତଃ ରୋବଟ ଭଳି କାମ କରେ ନାହିଁ। ଏହା ତଥ୍ୟକୁ ବିଶ୍ଳେଷଣ କରିପାରେ, ଅନ୍ତର୍ନିହିତ ତଥ୍ୟକୁ ବାହାର କରିପାରେ। ଏପରିକି ମଣିଷଙ୍କ ଭାବନା ସହ ନିଜକୁ ସଂଯୋଗ ବି କରିପାରେ। ମେଧାକେ ଅଫିସର କର୍ମଚାରୀଙ୍କ ଉପସ୍ଥାନ, ଛୁଟି, ତାଲିମ, ଟୁର୍ କ୍ଲେମ୍ ଆଦି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଏବଂ ପରାମର୍ଶ ବି ଦେଇପାରୁଛି। ଫଳରେ ଅଧିକାରୀ ଏବଂ କର୍ମଚାରୀଙ୍କ ସମୟ ନଷ୍ଟ ହେଉ ନାହିଁ। ଇଂଲିଶ୍ ଓ ହିନ୍ଦୀ ଭାଷାକୁ ଭଲ ଭାବେ ବୁଝି ସଠିକ୍ ଉତ୍ତର ରଖିପାରୁଛି ମେଧାକେ। ଏବେ ତାକୁ ଓଡିଆ ଭାଷା ପ୍ରଶିକ୍ଷଣ ଦିଆଯାଉଛି। 

ପ୍ରଶ୍ନ ଉଠୁଛି, ଏପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ବାରା ଆଗକୁ ଚାକିରି ହରାଇବେ କି କର୍ମଚାରୀ ? AI ଏଭଳି କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି କ୍ଷେତ୍ରରେ ପ୍ରଭାବିତ ହେବ କି ମଣିଷ ସମାଜ? ତେବେ ଏଭଳି ଆଶଙ୍କା କୁ ଖଣ୍ଡନ କରିଛନ୍ତି ମେଧାକେର ପ୍ରତିଷ୍ଠାତା। ଏବେ ଅପେକ୍ଷା, ନିଯୁକ୍ତି ଓ କର୍ମକ୍ଷେତ୍ରରେ କେତେ ବୈପ୍ଲବିକ ପରିବର୍ତ୍ତନ ଆଣିପାରୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁଲ୍।

ରିପୋର୍ଟ: ସ୍ୱାତୀ ଜେନା

Artificial Intelligence Artificial Intelligence (AI)
Advertisment
Advertisment