• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ଆହୁରି ଅଧିକ ୟୁଜର ଫ୍ରେଣ୍ଡଲି ହେବ ଗୁଗୁଲ ମିଟ୍ । କିଛି ବର୍ଷ ପୂର୍ବରୁ ଏହି ଗୁଗୁଲ ମିଟ୍‌ କ’ଣ ? ଏଥିରେ କ’ଣ କରାଯାଏ ? କେଉଁମାନେ ଏହାକୁ ବ୍ୟବହାର କରନ୍ତି ? ଏହାର ଅର୍ଥ କ’ଣ ? କିଛି ଜାଣିନଥିଲେ ଆମେ । କିନ୍ତୁ ଏବେ ଡିଜିଟାଲ ଦୁନିଆ ସହ ଯିଏ ବି ଅଳ୍ପେ ବହୁତେ ଯୋଡ଼ି ହୋଇଛି, ସେ ଗୁଗୁଲ ମିଟ୍ ବିଷୟରେ ନିଶ୍ଚୟ ଜାଣିଛି । ଲଗ୍‌ଡାଉନ୍‌- ସଟ୍‌ଡାଉନ୍‌ ବେଳେ ଏହି ଗୁଗୁଲ୍‌ମିଟ୍‌ ସଫ୍ଟଓୟାର ଏକ ବରଦାନ ଭଳି ଉଭା ହେଲା । ଏହା ଗୁଗୁଲର ହିଁ ପ୍ରଡକ୍ଟ । ବହୁ ପୂର୍ବରୁ ଏହା ଆସିଥିଲେ ମଧ୍ୟ କେବଳ ଲକ୍‌ଡାଉନ-ସଟ୍‌ଡାଉନ୍‌ ବେଳେ ହିଁ ଏହା ବେଶ୍‌ ପ୍ରଚାରିତ ହେଲା । ଲୋକେ ଅଧିକରୁ ଅଧିକ ଏହାକୁ ବ୍ୟବହାର କଲେ ।

ଲକ୍‌ଡାଉନ୍‌ ବେଳେ ‘ୱାର୍କ୍ ଫ୍ରମ୍‌ ହୋମ୍‌’ ଭଳି ସୁବିଧା ଆରମ୍ଭ ହେବା ପରେ ବିଭିନ୍ନ କମ୍ପାନୀ ବା ସଂସ୍ଥା ଏହି ଗୁଗୁଲ ମିଟ୍‌ ମାଧ୍ୟମରେ ନିଜର ମିଟିଂ ଆରେଞ୍ଜ କଲେ । ଆଉ ଯିଏ ଯାହା ଘରେ କରୋନା ଭୟରେ ସୁରକ୍ଷିତ ରହି ସଂସ୍ଥା ପାଇଁ କାମ କରିପାରିଲେ ।

ତେବେ ଆଜି ଆମେ ଗୁଗୁଲ ମିଟ୍‌ କଥା ଏଥିପାଇଁ କହୁଛୁ ଯେ, ଏହା ଏବେ ଆହୁରି ଅପ୍‌ଗ୍ରେଡ୍‌ ହେବାକୁ ଯାଉଛି । ଗୁଗୁଲ୍‌ ମିଟ୍‌ରେ ମିଟିଂ ଚାଲିଥିବା ବେଳେ ସମସ୍ତଙ୍କ ପକ୍ଷରେ ସମ୍ପୂର୍ଣ୍ଣ ମିଟିଂ ଆଟେଣ୍ଡ କରିବା ସମ୍ଭବ ହୋଇପାରୁ ନାହିଁ । ଏମିତି କି ବେଳେ ବେଳେ ଆମେ ଏହି ମିଟିଂକୁ ରେକର୍ଡ କରି ରଖିବା ପାଇଁ ଭିନ୍ନ ସଫ୍ଟୱୟାର ଇନ୍‌ଷ୍ଟଲ କରି ରେକର୍ଡ କରୁଛନ୍ତି । କିନ୍ତୁ ଏବେ ଗୁଗୁଲ ମିଟ୍‌ର ଅପ୍‌ଗ୍ରେଡ୍‌ ଭର୍ସନ ଆସିବାକୁ ଯାଉଛି । ଯେଉଁଥିରେ ରେକର୍ଡିଂ ଅପ୍‌ସନ୍‌ ଇନ୍‌ବିଲ୍ଟ ରହିବ ।

ଆମେ ମିଟିଂ ସମୟରେ ସିଧା ସଳଖ ରେକର୍ଡିଂ  କରିପାରିବା । ରେକର୍ଡିଂ ପାଇଁ ଆମକୁ ଥାର୍ଡ ପାର୍ଟି ଆପ୍ଲିକେସନ୍ ବା ସଫ୍ଟଓୟାର ଇନ୍‌ଷ୍ଟଲ କରି ମୋବାଇଲକୁ ଅଧିକ ଭାରି କରିବାର ଆବଶ୍ୟକ ନାହିଁ । ଗୁଗୁଲ ମିଟ୍‌ରେ ‘ମିଟ୍ ରେକର୍ଡିଂ’ ପାଇଁ ଏକ ଅପ୍‌ସନ୍‌ ରହିବ । ସେଥିରେ କ୍ଲିକ୍ କଲେ ଆପେ ରେକର୍ଡିଂ ହେବ । ଯାହାକି ଗୁଗୁଲ ଡ୍ରାଇଭ୍‌ରେ ସେଭ୍ ହୋଇ ରହିବ । ପରବର୍ତ୍ତି ସମୟରେ ଆପଣ ପୁରା ମିଟିଂକୁ ଧ୍ୟାନର ସହ ଶୁଣି ପାରିବେ ।