Advertisment

ଦୁନିଆର ସବୁଠାରୁ ପତଳା ଲାପ୍‌ଟପ୍‌ MacBook Air ଲଞ୍ଚ କଲା Apple, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌...

ଆପଲ୍‌ ୧୫ ଇଞ୍ଚ ମ୍ୟାକ୍‌ବୁକ୍‌ ଏୟାର ଲଞ୍ଚ୍‌ କରାଯାଇଛି। ଦାବି କରାଯାଉଛି ଯେ, ଏହା ହେଉଛି ଦୁନିଆର ସବୁଠର ପତଳା ୧୫ ଇଞ୍ଚ୍‌ର ଲାପ୍‌ଟପ୍‌। ଯାହାର ଓଜନ ୩.୩ ପାଉଣ୍ଡ(ପାଖାପାଖି ଦେଢ଼ କିଲୋ)

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Apple introduces the 15-inch MacBook Air

Apple introduces the 15-inch MacBook Air

ଟେକ୍‌ ଜିଆଣ୍ଟ ଆପଲ୍‌ (Apple) ର ୨୦୨୩ ୱାର୍ଲାଡ୍‌ୱାଇଡ୍‌ ଡେଭ୍‌ଲପର୍ସ କନଫରେନ୍ସ(2023 Apple Worldwide Developers Conference) ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଆପଲ୍‌ ପାର୍କରେ ଆରମ୍ଭ ହୋଇଯାଇଛି। ଭାରତୀୟ ସମୟ ଅନୁସାରେ, ସୋମବାର ରାତି ସାଢ଼େ ୧୦ଟାରେ WWDC23 ର ଆରମ୍ଭ ହୋଇଥିବା ବେଳେ ଆପଲ୍‌ ସିଇଓ ଟିମ୍‌ କୁକ୍‌ (Tim Cook)ଙ୍କ ସମ୍ବୋଧନ ପରେ କମ୍ପାନୀ ପକ୍ଷରୁ ନୂଆ ୧୫ ଇଞ୍ଚ ମ୍ୟାକ୍‌ବୁକ୍‌ ଏୟାର(15-inch MacBook Air)ଲଞ୍ଚ୍‌ କରାଯାଇଥିଲା। ଦାବି କରାଯାଉଛି ଯେ, ଏହା ହେଉଛି ଦୁନିଆର ସବୁଠର ପତଳା ଲାପ୍‌ଟପ୍‌। ଯାହାର ଓଜନ ୩.୩ ପାଉଣ୍ଡ(ପାଖାପାଖି ଦେଢ଼ କିଲୋ) ହୋଇଥିବା ବେଳେ ଏହାର ମୋଟେଇ ହେଉଛି 11.5mm। 

Advertisment

ଜାଣନ୍ତୁ, MacBook Air 15-inch ର ଫିଚର୍ସ...

  • ଏଥିରେ ୧୫.୩ ଇଞ୍ଚ୍‌ର ଲିକ୍ୱିଡ୍‌ ରେଟିନା ଡିସ୍‌ପ୍ଲେ ରହିଛି
  • ସ୍କ୍ରିନ୍‌ରେ ୫୦୦ ନିଟ୍‌ସର ବ୍ରାଇଟ୍‌ନେସ୍‌ ରହିଛି। ଦାବି କରାଯାଉଛି, ଏହି ରେଞ୍ଜ୍‌ର ପିସି ଲାପ୍‌ଟପ୍‌ ତୁଳନାରେ  MacBook Air ର ରେଜୋଲୁସନ୍‌ ଦ୍ୱିଗୁଣିତ ସହ ବ୍ରାଇଟ୍‌ନେସ୍‌ ୨୫% ଅଧିକ।
  • ନୂଆ MacBook Air ରେ ଭିଡିଓ କଲିଂ ପାଇଁ 1080P କ୍ୟାମେରାର ସୁବିଧା ରହିଛି
  • ନୂଆ ମ୍ୟାକ୍‌ବୁକ୍‌ରେ ମାଗ୍‌ସେଫ୍‌ ଚାର୍ଜିଂ, କନେକ୍ଟିଂ ଆସେସୋରିଜ୍‌ ପାଇଁ ୨ଟି ଥଣ୍ଡରବୋଲ୍ଟ ପୋର୍ଟସ୍‌, 3.5mm ର ହେଡ୍‌ଫୋନ୍‌ ଜ୍ୟାକ୍‌ ଓ 6K ଏକ୍ସଟର୍ନାଲ ଡିସ୍‌ପ୍ଲେ ସୁବିଧା ରହିଛି
  • MacBook Air 15-inch ରେ ୬ଟି ସ୍ପିକର୍ ରହିଛି
  • M2 ଚିପ୍‌ ସହ ଏହି ମ୍ୟାକ୍‌ବୁକ୍‌ର ମେମୋରି 24GB ପର୍ଯ୍ୟନ୍ତ ରହିଛି
  • କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଏହି ଲାପ୍‌ଟପ୍‌ର ପର୍‌ଫର୍ମାନ୍ସ ଓ ବ୍ୟାଟେରୀ ବହୁତ ଭଲ। ଯାହାକି i7 ପ୍ରୋସେସର୍‌ଠୁ ଦ୍ୱିଗୁଣା। ଖାଲି ଏତିକି ନୁହେଁ ଏହା ୧୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍‌ ପ୍ରଦାନ କରିଥାଏ।
  • ୧୫ ଇଞ୍ଚ୍‌ର ଏହି MacBook Air ରେ 2TB ପର୍ଯ୍ୟନ୍ତ ଷ୍ଟୋରେଜ ରହିଛି। ଏହାସହ ଟଚ୍‌ ଆଇଡି ଓ ମ୍ୟାଜିକ୍‌ କିବୋର୍ଡର ସୁବିଧା ମଧ୍ୟ ରହିଛି
Advertisment

​​​​​​ଜାଣନ୍ତୁ, ୧୫ ଇଞ୍ଚ୍‌ MacBook Air ର ଦାମ୍‌ ଭାରତରେ କେତେ ?

୧୫ ଇଞ୍ଚ୍‌ MacBook Air ର ଦାମ୍‌ ଆମେରିକାରେ ୧୨୯୯ ଡଲାର ରହିଛି। ଆପଣ ଏହାକୁ ମିଡ୍‌ନାଇଟ୍‌, ଷ୍ଟାରଲାଇଟ୍‌, ସ୍ପେସ୍‌ ଗ୍ରେ ଓ ସିଲ୍‌ଭର୍‌ ଫିନିସ୍‌ କଲର୍‌ରେ କିଣିପାରିବେ। ତେବେ ଭାରତରେ ୧୫ ଇଞ୍ଚ୍‌ MacBook Air ର ଦାମ୍‌ ୧ ଲକ୍ଷ ୩୪ ହଜାର ୯୦୦ ଟଙ୍କା ରହିପାରେ। ହେଲେ ବର୍ତ୍ତମାନ ସୁଦ୍ଧା ଭାରତରେ ଏହାର ଦାମ୍‌ ନେଇ କୌଣସି ଖୁଲାସା ହୋଇନାହିଁ।ଏଜୁକେସନ୍‌ ପାଇଁ ପ୍ରାରମ୍ଭରେ ଏହାର ଦାମ୍‌ ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ରଖାଯାଇଛି। ଆପଣ ଏହାକୁ apple.com/in/store ଯାଇ ଅର୍ଡର କରିପାରିବେ। ଜୁନ୍‌ ୧୩ରୁ ଗ୍ରାହକଙ୍କ ପାଇଁ ଏହା ଉପଲ୍ଲବ୍ଧ ହେବ। 

Advertisment
Advertisment