• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଗ୍ୟାଜେଟ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି। ‘Daam’ ଭାଇରସ୍‌ଠୁ ନିଜ ଫୋନ୍‌କୁ ସୁରକ୍ଷିତ ରଖିବା ଲାଗି ପରାମର୍ଶ ଦିଆଯାଇଛି। ନଚେତ୍‌ ଏହି ଭାଇରସ୍‌ ଆପଣଙ୍କ ଫୋନ୍‌କୁ ହ୍ୟାକ୍‌ କରିବା ସହ ସମସ୍ତ ବ୍ୟକ୍ତିଗତ ତଥ୍ୟ ହାତେଇ ନେଇପାରେ ବୋଲି କୁହାଯାଇଛି। ଏପରିକି ଆପଣଙ୍କ ଫଟୋ ଓ ଫୋନ୍‌ କଲ୍‌ ମଧ୍ୟ ହ୍ୟାକ୍‌ ହୋଇପାରେ। 

ନୂଆ ‘Daam Virus’କୁ ନେଇ ନ୍ୟାସନାଲ ସାଇବର ସିକ୍ୟୁରିଟି ଏଜେନ୍ସି- ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌(CERT-In) ସମସ୍ତ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କୁ ସତର୍କ କରାଇଛି। ଏହି ଭାଇରସ୍‌ ଆପଣଙ୍କ ଫୋନ୍‌ ହ୍ୟାକ୍‌ କରି କଲ୍‌ ରେକର୍ଡ, କ୍ୟାମେରା, ଫଟୋ ଗ୍ୟାଲେରୀ ସମେତ ବ୍ୟକ୍ତିଗତ ତଥ୍ୟ ହାତେଇବାରେ ସଫଳ ହୋଇପାରେ ବୋଲି କୁହାଯାଇଛି।

Daam ଭାଇରସ୍‌କୁ ନେଇ ସତର୍କ ରୁହନ୍ତୁ...

  • CERTର ଆଡ୍‌ଭାଇଜରି ଅନୁସାରେ, ଆଣ୍ଟି ଭାଇରସ୍‌ ପ୍ରୋଗ୍ରାମକୁ ବାଇପାସ୍‌ କରି ଟାର୍ଗେଟ୍‌ ଡିଭାଇସରେ Ransomware ଭାଇରସ୍‌ ଏଣ୍ଟ୍ରି କରିପାରିବାର କ୍ଷମତା Daam ଭାଇରସ୍‌ ପାଖରେ ରହିଛି। ଆପ୍‌ କିମ୍ବା କୌଣସି କଣ୍ଟେଣ୍ଟ ଡାଉନଲୋଡ୍‌ କରିବା ବେଳେ ଏହି ଭାଇରସ୍‌ ଆପଣଙ୍କ  ଫୋନ୍‌ରେ ଏଣ୍ଟ୍ରି କରିଥାଏ।
  • Daam ଭାଇରସ୍‌ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏଣ୍ଟ୍ରି କରି ସମସ୍ତ ସିକ୍ୟୁରଟି ଚେକ୍‌କୁ ଅତିକ୍ରମ କରି ଫୋନ୍‌ କଲ୍‌ ରେକର୍ଡ, ଗ୍ୟାଲେରୀ, ଫୋନ୍‌ ପାସ୍‌ୱାର୍ଡ, ଚାଟିଂ, ମୋବାଇଲ୍‌ ହିଷ୍ଟ୍ରି, ଫୋନ୍‌ ମେସେଜ ଇତ୍ୟାଦି ହ୍ୟାକ୍‌ କରିପାରିବ।
  • CERTର ଆଡ୍‌ଭାଇଜରି ଅନୁସାରେ, ଏହି ଭାଇରସ୍‌ କେବଳ ଫୋନ୍‌ କଲ୍‌ ରେକର୍ଡ ଓ ଗ୍ୟାଲେରୀ ହ୍ୟାକ୍‌ କରିବ ନାହିଁ ବରଂ ଏହା ଆପଣଙ୍କ ଫୋନ୍‌ ପାସ୍‌ୱାର୍ଡ ମଧ୍ୟ ବଦଳାଇବାରେ ସକ୍ଷମ ହୋଇପାରିବ। ଖାଲି ଏତିକି ନୁହେଁ, ଏହି ଭାଇରସ୍‌ ଆପଣଙ୍କ ଫୋନ୍‌ର ସ୍କ୍ରିନ୍‌ଶଟ୍‌, SMS ପଠାଇବା, ଡାଉନଲୋଡ/ଅପଲୋଡ ଫାଇଲ୍‌ ଇତ୍ୟାଦି ହାତେଇ ପାରିବାରେ ସକ୍ଷମ ହୋଇପାରିବ। 

କେମିତି ଭାଇରସ୍‌ଠୁ ଆପଣଙ୍କ ଫୋନ୍‌ ସୁରକ୍ଷିତ ରଖିବେ ?

  • Daam ଭାଇରସ୍‌ଠୁ ଫୋନ୍‌କୁ ସୁରକ୍ଷିତ ରଖିବା ଲାଗି ଭୁଲ୍‌ରେ ସୋସିଆଲ ମିଡିଆରେ ଆସୁଥିବା ଅଜଣା ଲିଙ୍କ୍‌ ତଥା ସନ୍ଦେହ ହେଉଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ନାହିଁ।
  • ଏପରିକି ସନ୍ଦେହ ଆସୁଥିବା କୌଣସି SMS ଓ ଇ-ମେଲ୍‌ର ରିପ୍ଲାଏ ମଧ୍ୟ ଦିଅନ୍ତୁ ନାହିଁ। ଖାଲି ଏତିକି ନୁହେଁ ଅଜଣା ନମ୍ବର ଓ ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା ଫୋନ୍‌ କଲ୍‌ ମଧ୍ୟ ରିସିଭ୍‌ କରନ୍ତୁ ନାହିଁ। ଯାହାକି ଫେକ୍‌ ଫୋନ୍‌ କଲ୍‌ ଭଳି ଆପଣଙ୍କୁ ଲାଗୁଛି। 

ଏହାଛଡ଼ା ବ୍ୟାଙ୍କ୍‌ SMS ମଧ୍ୟ ଧ୍ୟାନପୂର୍ଣ୍ଣ ଭାବେ ପଢ଼ନ୍ତୁ। URL ଯେପରିକି- 'bitly' ଓ 'tinyurl' ହାଇପର୍‌ ଲିଙ୍କ୍‌- "https://bit.ly/" "\nbit.ly" , "tinyurl.com/" ଏସବୁକୁ ନେଇ ସତର୍କ ରୁହନ୍ତୁ।