/odishatv-khabar/media/post_attachments/uploadimage/library/16_9/16_9_0/5g_1665908953.jpg)
5g
ଆସନ୍ତା ବର୍ଷ ଓଡ଼ିଶାରେ 5G । ଆଉ ମାତ୍ର ପାଞ୍ଚ ମାସ, ଆଉ ତା’ପରେ ଓଡ଼ିଶାରେ 5G ସେବା ଆରମ୍ଭ ହେବ । ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାର ୮ଟି ସହରରେ 5G ସେବା ମିଳିବ । ସେହିଭଳି ୨୦୨୩ ଶେଷ ସୁଦ୍ଧା ଓଡ଼ିଶାର ୮୦% ଅଞ୍ଚଳର ଲୋକେ 5G ବ୍ୟବହାର କରିବେ ବୋଲି ଭୁବନେଶ୍ୱରରେ ସୂଚନା ଦେଇଛନ୍ତି କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Union IT Minister Ashwini Vaishnaw) ।
ନଜର ପକାନ୍ତୁ ଇଣ୍ଟରନେଟ୍ ଦୁନିଆରେ ବୈପ୍ଲବିକ ପରିବର୍ତ୍ତନ ଆଣୁଥିବା ଏଇ ଫାଇଭ୍ ଜି ସେବାର ଫାଇଦା ଉପରେ . .
ଆଖି ପିଛୁଳାକେ ଡାଉନଲୋଡିଂ, ବିଜୁଳି ବେଗରେ ସର୍ଫିଂ । ୫ ଜି ଟେକ୍ନୋଲଜିରେ ମୋବାଇଲ୍ ଇଣ୍ଟରନେଟର ସ୍ପିଡ୍ ୪ଜି ତୁଳନାରେ ୧୦ ଗୁଣା ଅଧିକ ରହିବ ଯାହାର ପ୍ରଭାବରେ ମାତ୍ର ୧୦ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ । ଏହାର ପ୍ରୟୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ଅଭୂତପୂର୍ବ ପରବିର୍ତ୍ତନ ହେବ । ଯେମିତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲିମେଡିସିନ୍ ଓ ରୋବଟର ବ୍ୟବହାର ବଢ଼ିବ । ଦୁର୍ଗମ ପାହାଡ଼ି ଇଲାକାରେ ଭିଡିଓ କନଫରେନ୍ସିଂ ଜରିଆରେ ଚିକିତ୍ସାସେବା ପହଞ୍ଚାଯାଇ ପାରିବ ।
ହୋଟେଲ୍ ଓ ହସ୍ପିଟାଲିଟି କ୍ଷେତ୍ରରେ ବି ରୋବୋଟର ବ୍ୟବହାର ବୃଦ୍ଧି ପାଇବ । ସେହିପରି ଗାଁ ଗାଁରେ ହାଇସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚିବା ଫଳରେ ଶିକ୍ଷା ବିଶେଷକରି ଅନଲାଇନ୍ ଶିକ୍ଷାରେ ଡେଣା ଲାଗିବ । କୃଷିକ୍ଷେତ୍ରରେ ପ୍ରଭାବୀ ଢଙ୍ଗରେ ଡ୍ରୋନର ବ୍ୟବହାର ସମ୍ଭବ ହେବା ସାଙ୍ଗକୁ ପୂର୍ବାପେକ୍ଷା ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ପାଣିପାଗର ସଠିକ୍ ସୂଚନା ମିଳିପାରିବ । ଭବିଷ୍ୟତରେ ଭାରତରେ ଡ୍ରାଇଭର ଲେସ୍ କାର୍ ଓ ଡ୍ରାଇଭର ଲେସ୍ ମେଟ୍ରୋ ଚଳାଚଳ ପାଇଁ ବି ବାଟ ଫିଟାଇବ ଫାଇଭ୍ ଜି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)