ଗ୍ରାହକଙ୍କୁ ବଡ଼ ଝଟ୍କା । ଆହୁରି ମହଙ୍ଗା ହେବ ରିଚାର୍ଜ ପ୍ଲାନ୍ ମୂଲ୍ୟ । ଭାରତରେ ଖୁବ୍ଶୀଘ୍ର 5G ସେବା ଆରମ୍ଭ ହେବ । ଚଳିତ ମାସ ତଥା ଅଗଷ୍ଟ ମାସରେ ହିଁ ଏୟାରଟେଲ ଏହି ସେବାକୁ ଆରମ୍ଭ କରିବ । ଏହାସହ ପୂର୍ବରୁ ଜିଓ ମଧ୍ୟ ଖୁବ୍ ଶୀଘ୍ର 5G ସେବା ଆରମ୍ଭ କରିବାକୁ ସୂଚନା ଦେଇଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, 5G ସେବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ? ହେଲେ ଆପଣ ଜାଣନ୍ତି କି 5G ସେବା ପାଇଁ ଉପଭୋକ୍ତାମାନଙ୍କୁ 4G ଠାରୁ ବି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏନେଇ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ( Vodafone Idea) ପକ୍ଷରୁ ସୂଚନା ଦିଆଯାଇଛି ।
କମ୍ପାନୀର ଟପ୍ ଏକ୍ସଜିକ୍ୟୁଟିଭ୍ 5G ପ୍ଲାନ୍ ଏବଂ ଅଫର ବିଷୟରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଏହି ସେବା ଉପଭୋଗ କରିବାକୁ ଇଚ୍ଛୁକ ଉପଭୋକ୍ତାମାନଙ୍କୁ 4G ସେବା ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କାରଣ 4G ସେବା ଅପେକ୍ଷା 5G ସେବାରେ ଅଧିକ ଟଙ୍କାର ଡାଟା ପ୍ୟାକ୍ ମାନ ରହିଛି । ଏନେଇ ଭୋଡାଫୋନ୍ ଆଇଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ରବିନ୍ଦ୍ର ଟକ୍କର ଏହି ସୂଚନା ଦେଇଛନ୍ତି ।
କେତେ ଟଙ୍କାରୁ 5G ପ୍ଲାନ୍ ଆରମ୍ଭ ହେବ ?
5G ସେବା ଆରମ୍ଭ କରିବା ପାଇଁ କମ୍ପାନୀ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ତେଣୁ 5G ସେବା ପ୍ରିମିୟମ ପ୍ରାଇସରେ ଆରମ୍ଭ ହେବ ବୋଲି କହିଛନ୍ତି ରବିନ୍ଦ୍ର ଟକ୍କର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବାସ୍ତବରେ ସ୍ପେକ୍ଟ୍ରମ ପାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । 5G ସେବା 4G ଅପେକ୍ଷା ପ୍ରିମିୟମ ମୂଲ୍ୟରେ ଆସିବ । ଯେହେତୁ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତେଣୁ ପ୍ରିମିୟମ ମୂଲ୍ୟରେ 5G ସେବା ସହ ଅଧିକ ଡାଟା ମଧ୍ୟ ମିଳିବ ।’
ରବିନ୍ଦ୍ର ଟକ୍କର କହିଛନ୍ତି ଯେ, ୟୁଜର୍ସଙ୍କ ଉପୋଯୋଗ ଅନୁଯାୟୀ 5G ଡାଟା ଖର୍ଚ୍ଚ ହେବ । ଭୋଡାଫୋନ୍ ଆଇଡିଆ ୧୮,୮୦୦ କୋଟି ଟଙ୍କା ବିନିଯୋଗରେ ୧୭ଟି ସହରରେ ୩୩୦୦ ମେଗାହର୍ଜ (3300 MHz) ଏବଂ ୧୬ ସର୍କଲ୍ ପାଇଁ 26GHz ବ୍ରାଣ୍ଡ୍ କିଣିଛନ୍ତି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ତଥା ପଞ୍ଜାବ୍ 4G ସ୍ପେକ୍ଟ୍ରମ ହାସିଲ କରିଛନ୍ତି । ନୂଆ ସ୍ପେକ୍ଟ୍ରମ ପାଇଁ କମ୍ପାନୀକୁ ବାର୍ଷିକ ୧୬୮୦ କୋଟି ଟଙ୍କାର ଇନିଷ୍ଟଲ୍ମେଣ୍ଟ ଦେବାକୁ ପଡିବ ।
ମହଙ୍ଗା ହେବ 4G ପ୍ଲାନ !
ଗତ ବର୍ଷ ଟେଲିକମ୍ କମ୍ପାନୀ ଏହି ପ୍ଲାନ୍ ଗୁଡିକ ମହଙ୍ଗା କରିଥିବାବେଳେ ଚଳିତ ବର୍ଷ ମଧ୍ୟ ପ୍ଲାନ୍ ମହଙ୍ଗା କରିବାର ସଂକେତ ଦେଇଛି ।