• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିର ଯୁବପିଢ଼ିଙ୍କ ପସନ୍ଦ ପାଲଟିଛି ବୁଲେଟ୍‌ । Royal Enfield ପକ୍ଷରୁ ବଜାରରେ ଉପଲବ୍ଧ ହେଉଥିବା ବୁଲେଟ୍‌ ପ୍ରାୟ ସମସ୍ତଙ୍କ ମନ ଜିଣିପାରିଛି । ବର୍ତ୍ତମାନ ସମୟରେ କେବଳ ପୁଅ ନୁହଁନ୍ତି ଝିଅମାନେ ମଧ୍ୟ ବୁଲେଟ୍‌ ଚଢ଼ିବାକୁ ବେଶ୍‌ ପସନ୍ଦ କରୁଛନ୍ତି ।

ଆଉ ମାର୍କେଟ୍‌ରେ Royal Enfieldର ମଧ୍ୟ ବେଶ୍‌ ଚାହିଦା ରହିଛି । ବଜାରରେ ରହିଥିବା ଚାହିଦା ଓ ଯୁବପିଢ଼ିଙ୍କ ପସନ୍ଦକୁ ଦୃଷ୍ଟିରେ ରଖି Royal Enfield କମ୍ପାନୀ ପକ୍ଷରୁ ଯୁବପିଢ଼ିଙ୍କ ପାଇଁ ବୁଲେଟ୍‌ର ଆଉ ଏକ ଆକର୍ଷଣୀୟ ମଡେଲ ଆସିବ ବୋଲି ସୂଚନା ମିଳିଛି ।

କମ୍ପାନୀ ପକ୍ଷରୁ Bullet 350କୁ ସଂପୂର୍ଣ୍ଣ ନୂଆ ଶୈଳୀରେ ବଜାରକୁ ଛଡ଼ାଯିବ ବୋଲି କୁହାଯାଇଛି । କମ୍ପାନୀ ଏହି ବୁଲେଟ୍‌କୁ ନେଇ ଏକ ଟିଜର ମଧ୍ୟ ପ୍ରକାଶ କରିଛି । ଯାହା ମାଧ୍ୟମରେ ଅଗଷ୍ଟ ୩୦ରେ ବଜାରରେ ନୂତନ Bullet 350 ଲଞ୍ଚ ହେବ ବୋଲି ସୂଚନା ଦିଆଯାଇଛି ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅସିବାକୁ ଥିବା Bullet 350 ସମ୍ପୂର୍ଣ୍ଣ ନୂତନ କୌଶଳରେ ନିର୍ମାଣ କରାଯାଇଛି । ଯେଉଁଥିରେ ଗ୍ରାହକମାନେ ଅନେକ ପରିବର୍ତ୍ତନ ଦେଖିବାକୁ ପାଇବେ ।

ବଜାରକୁ ଆସିବାକୁ ଥିବା ନୂତନ Bullet 350ରେ 346cc ଇଞ୍ଜିନ୍ ବ୍ୟବହାର କରାଯାଛି । ଯାହାକି 19bhp ଶକ୍ତି ଏବଂ 28Nm ଟର୍କ ସୃଷ୍ଟି କରେ । ତାହାଛଡ଼ା ଏହି Bullet 350 'ଜେ' ପ୍ଲାଟଫର୍ମ ଉପରେ ଆଧାରିତ କରାଯାଇଛି । ଯାହା କ୍ଲାସିକ୍ 350 ଏବଂ ମେଟେର୍ 350ରେ ପୂର୍ବରୁ ବ୍ୟବହୃତ ହୋଇଛି ।