• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରାଟ କୋହଲି । ଏହିଁ ନାଁକୁ ଆଜି କିଏ ବା ନଜାଣେ । ପିଲାଠୁ ବୁଢ଼ାଯାଏଁ ସମସ୍ତେ ଏବେ ବିରାଟଙ୍କୁ ଜାଣିସାରିଲେଣି । ସେ କ୍ରିକେଟ ଜଗତରେ ଥାଇ ଯେତିକି ଲୋକପ୍ରିୟ, ଅଭିନେତ୍ରୀ ଅନୁଷ୍କାଙ୍କ ସହ ବିବାହ କରି ସେତିକି ଚର୍ଚ୍ଚିତ । ଅନେକ ସମୟରେ ସେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଭାରତୀୟ କ୍ରିକେଟର ତଥା ସେଲିବ୍ରିଟିଙ୍କ ମଧ୍ୟରେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ବ୍ୟକ୍ତିଙ୍କର ଯଦି ଏକ ତାଲିକା ପ୍ରସ୍ତୁତ କରାଯାଏ, ତେବେ ବିରାଟ କୋହଲିଙ୍କ ରାଙ୍କ ଖୁବ ଭଲ ରହିବ ନିଶ୍ଚୟ ।

ତେବେ ଏକ ରିଆକ୍ଟିଭ୍‌ ପୋଷ୍ଟ କରି ବିରାଟ ପୁଣି ଚର୍ଚ୍ଚାରେ । ଏହି ପୋଷ୍ଟରେ ସେ ତାଙ୍କ ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । 

ବିରାଟ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ପୋଷ୍ଟ କରିଥାନ୍ତି । ଆଉ ତାଙ୍କ ପୋଷ୍ଟ ହିଁ ପାଲଟିଯାଏ ଖବରକାଗଜର ହେଡ୍‌ଲାଇନ୍ । ଆଉ ସେ ଖୁବ୍ ରୋକ୍‌ଠୋକ୍‌ କୁହନ୍ତି ବୋଲି ଅନେକ ତାଙ୍କୁ ସମାଲୋଚନା କରନ୍ତି । ସେ ଫିଲ୍ଡରେ ଯେଭଳି ଆଗ୍ରେସିଭ୍‌, ପଡ଼ିଆ ବାହାରେ ମଧ୍ୟ ଠିକ୍‌ ସେହିଭଳି । ଯେଉଁଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଅନେକ ଥର ଟ୍ରୋଲ୍ ମଧ୍ୟ କରାଯାଇଥାଏ । ଆଉ ଏହି ଟ୍ରୋଲ ମାନଙ୍କୁ ଖୁବ୍‌ ଆଗ୍ରେସିଭ୍‌ ଅନ୍ଦାଜରେ ଜବାବ ଦେଇଥାନ୍ତି ବିରାଟ ।

 

ଠିକ୍‌ ସେମିତି ଏକ ପୋଷ୍ଟକୁ ନେଇ ଏବେ ସୋସିଆଲ ମିଡିଆରେ ଚାଲିଛି ଜୋରଦାର ଚର୍ଚ୍ଚା । ବିରାଟଙ୍କ ଏକ ଫଟୋକୁ ଖୁବ୍‌ ଟ୍ରୋଲ କରାଯାଇଥିଲା । ତାହା ଥିଲା, ମ୍ୟାଚ୍‌ରେ ଆଉଟ ହେବା ପରେ ପାଭିଲିଅନ୍‌କୁ ଫେରି ବିରାଟ ଖାଉଥିବା ବେଳର ଫଟୋ । ସେହି ଫଟୋକୁ ଅନେକ ୟୁଜର ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ, ‘ତେନ୍ଦୁଲକର ଯେତେବେଳେ ୨୦୦୩ ମସିହା ୱାଲ୍ଡକପ୍‌ରେ ଶୀଘ୍ର ଆଉଟ୍ ହୋଇଯାଇଥିଲେ, ସେତେବେଳେ ସେ ଦୁଃଖରେ ୩ ଦିନ ପର୍ଯ୍ୟନ୍ତ ଖାଇନଥିଲେ । କିନ୍ତୁ ଏଠି ବିରାଟ କୋହଲି, ମ୍ୟାଚ୍‌ରେ ଆଉଟ୍‌ ହେବା ପରେ ଆସି ତୁରନ୍ତ ଖାଇବାକୁ ଲାଗିଲେ । ତାଙ୍କ ମନରେ ଟିକେ ବି ଦୁଃଖ ନାହିଁ ।’ 

ଖାଲି ସେତିକି ନୁହେଁ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହୋଇଥିଲା । ଏଥିରେ ଅନେକ ୟୁଜର ବିରାଟଙ୍କୁ ସମାଲୋଚନା କରିବା ସହ ତାତ୍ସଲ୍ୟ କରିଥିଲେ । ତେବେ ସେହି ୟୁଜରମାନଙ୍କ ମୁହଁ ବନ୍ଦ କରିବା ପାଇଁ ଏବେ ବିରାଟ ଏକ ଦମ୍‌ଦାର ପୋଷ୍ଟ କରିଛନ୍ତି । ଯେଉଥିରେ ସେ କହିବାକୁ ଚାହିଁଛନ୍ତି ଯେ, ଏଭଳି ନକାରାତ୍ମକ ଚିନ୍ତାଧାରା ଲୋକଙ୍କଠାରୁ ବର୍ତ୍ତିବାକୁ ହେଲେ ............. ।

Virat Kohli Viral PostVirat Kohli Viral Post