/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700391701.jpg)
World Cup 2023 Final
୧୪୮ ରନ୍ରେ ଭାରତର ୪ର୍ଥ ୱିକେଟ ପତନ ଘଟିଛି । ୪ଟି ଚୌକା ଜରିଆରେ ୫୪ ରନ୍ କରି ବିରାଟ କୋହଲି ଆଉଟ୍ ହୋଇଛନ୍ତି । ଅଧିନାୟକ କମିନ୍ସଙ୍କ ବଲରେ ବୋଲ୍ଡ ହୋଇଛନ୍ତି କୋହଲି । ପଞ୍ଚମ ୱିକେଟରେ ରାହୁଲଙ୍କ ସହ ଯୋଗ ଦେଲେ ଜାଡେଜା । ତେବେ ବିରାଟ ଏପରି ଆଉଟ୍ ହେବା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଦୁଃଖ ଆଣି ଦେଇଛି ।
ପ୍ରଥମେ ରୋହିତ ଶର୍ମା ଓ ପରେ ବିରାଟଙ୍କ ବୋଲ୍ଡ କ୍ରିକେଟ୍ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ୫୦ତମ ଶତକ ପରେ ଆଜି ବିରାଟଙ୍କ ଉପରେ ୫୧ ତମ ଶତକ ଆଶା ରଖିଥିଲେ କ୍ରିକେଟ୍ ପ୍ରେମୀ ହେଲେ ବିରାଟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି ।
ହେଲେ ଏହି ବିଶ୍ୱକପ୍ ଫାଇନାଲରେ ବିରାଟ କୋହଲି ଅର୍ଦ୍ଧଶତକ କରିପାରିଛନ୍ତି । ୫୬ ବଲ୍ରେ ୪ଟି ଚୌକା ଜରିଆରେ ୫୦ ରନ୍ ସଂଗ୍ରହ କରିବା ପରେ ଆଇଟ୍ ହୋଇଛନ୍ତି । ସେପଟେ ବିଶ୍ୱକପ ରେକର୍ଡ ବୁକ୍ରେ ସ୍ଥାନ ପାଇଛନ୍ତି ରୋହିତ ଶର୍ମା । ଅଧିନାୟକ ଭାବେ ବିଶ୍ୱକପ୍ରେ ସର୍ବାଧିକ ରନ୍ର ରେକର୍ଡ କରିଛନ୍ତି ରୋହିତ । ଯାହା ପୂର୍ବରୁ କୌଣସି ଅଧିନାୟକ କରିନଥିଲେ । ଚଳିତ ବିଶ୍ୱକପ୍ରେ ୫୯୭ ରନ୍ କରି ରେକର୍ଡ କରିଛନ୍ତି ରୋହିତ ।
ବର୍ତ୍ତମାନ ୩୨ ଓଭର ସୁଦ୍ଧା ୧୬୨ ରନ୍ ହୋଇଥିବା ବେଳେ ୪ଟି ୱିକେଟ୍ ହରାଇଛି ଭାରତ । କେଲ୍ ରାହୁଲ ଓ ରବୀନ୍ଦ୍ର ଜାଡ଼େଜା ଏବେ ବ୍ୟାଟିଂରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)