Advertisment

India's Next Test Cricket Captain: କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ, କାହା ପାଖକୁ ଯିବ ଟେଷ୍ଟ କ୍ୟାପଟେନ୍ସି

ଯୁବ ଖେଳାଳିଙ୍କୁ ଅଧିନାୟକ କରିବା ଉପରେ ବିସିସିଆଇ ଗୁରୁତ୍ବ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍‌ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ବ ମିଳିପାରେ।

ଅଦ୍ୟତନ ହୋଇଛି
rohit

rohit

Advertisment

ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ କିଏ ପୂରଣ  କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଶପ୍ରୀତ ବୁମରା ଅଧିନାୟକ ରହିବା ନେଇ ଆଲୋଚନା ହେଉଥିଲା। ତେବେ ଆହତ ସମସ୍ୟା ତାଙ୍କ ପାଇଁ ସମସ୍ୟା ହୋଇପାରେ। ସେହିପରି ବୋଲର ମାନଙ୍କୁ ଅଧିନାୟକ କରିବାର ପରମ୍ପରା ଭାରତରେ ନାହିଁ। ଅନ୍ୟ ପକ୍ଷରେ ଯୁବ ଖେଳାଳିଙ୍କୁ ଅଧିନାୟକ କରିବା ଉପରେ ବିସିସିଆଇ ଗୁରୁତ୍ବ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍‌ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ବ ମିଳିପାରେ। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିପାରେ। ୪୨ରୁ ଅଧିକ ଆଭରେଜ୍‌ ରଖିଥିବା ପନ୍ତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିପାରିଛନ୍ତି। ତାଙ୍କର ୭ଟି ସ୍କୋର ୯୦ରୁ ୯୯ ମଧ୍ୟରେ ରହିଛି। 
ଏଥିଯୋଗୁ ପନ୍ତଙ୍କୁ ଏହି ଫର୍ମାଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିବେଚନା କରାଯାଉଛି। ବୁମ୍‌ରାଙ୍କୁ ଯଦି ଅଧିନାୟକ କରା ନ ଯାଉଛି ତେବେ ତାଙ୍କୁ ଉପଅଧିନାୟକ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଏକ ସୂତ୍ରରୁ ପ୍ରକାଶ। ବିରାଟ କୋହଲି ନିକଟ ଭବିଷ୍ୟତରେ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସିଲେକ୍‌ଶନ କମିଟି ତାଙ୍କୁ ଇଂଲଣ୍ଡ ଟୁର୍‌ ପାଇଁ ଅଧିନାୟକ କରିବାକୁ ଚାହିଁବ ନାହିଁ। ବରଂ ଗିଲ୍‌ଙ୍କୁ ନେତୃତ୍ୱ ଦେଲେ ସେ ଅଭିଜ୍ଞତା ହାସଲ କରିବେ। ଏହା ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ।

Advertisment

ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

ରୋହିତଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ୩୮ ବର୍ଷୀୟ ରୋହିତ୍ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି । ବର୍ତ୍ତମାନ ସମୟରେ ସେ ଭାରତ ଟେଷ୍ଟ ଓ ଦିନିକିଆ ଟିମର ଅଧିନାୟକ ମଧ୍ୟ ଥିଲେ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ୍ ହ୍ୱାଇଟ୍ ବଲ୍ ଟି୨୦ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଅପରପକ୍ଷେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ରୋହିତ ଶର୍ମା ।
ଅନ୍ୟ ପକ୍ଷରେ ଶୁବମନ ଗିଲ ଟେଷ୍ଟରେ ୧୮୯୩ ରନ କରିଛନ୍ତି। ୩୨ ଟି ଟେଷ୍ଟ ଖେଳିଥିବା ଏହି ବ୍ୟାଟର ୫ ଶତକ ଓ ୭ ଅର୍ଦ୍ଧଶତକ ସହିତ ୩୫ ଆଭରେଜରେ ରନ ସ୍କୋର କରିଛନ୍ତି। ଭାରତୀୟ କ୍ରିକେଟର ପ୍ରିନ୍ସ ଭାବେ ପ୍ରସିଦ୍ଧି ହାସଲ କରିଥିବା ଗିଲ ବର୍ତ୍ତମାନ ଆଇପିଏଲ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସର କ୍ୟାପଟେନ୍ସି କରୁଛନ୍ତି। ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ବିବେଚନା କରାଯାଉଥିବା ବେଳେ ତାଙ୍କୁ ଅଧିନାୟକ ଦାୟିତ୍ବ ମିଳିବାର ସମ୍ଭାବନା ରହିଛି। ତେବେ ଯୁବ ଖେଳାଳି ଜଣକ ଅନ୍ତର୍ଜାତୀୟ କ୍ୟାପଟେନ୍ସିର ଚାପ କିଭଳି ହ୍ୟାଣ୍ଡେଲ କରୁଛନ୍ତି ଏହା ଉପରେ ସଭିଙ୍କ ନଜର ରହିବ।

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରେ ଲିଭିଲା ଫ୍ଲଡ୍ ଲାଇଟ୍, ଓସିଏକୁ ସ୍ପଷ୍ଟୀକରଣ ମାଗିଲେ କ୍ରୀଡାମନ୍ତ୍ରୀ

Advertisment
Rohit Sharma Rishabh Pant Shubman Gill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ