/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725524316.jpg)
indian cricketer
କେଉଁ କ୍ରିକେଟ୍ ଖେଳାଳି ରୋଜଗାର କରନ୍ତି ସର୍ବାଧିକ ? କାହା ପାଖରେ ରହିଛି ସର୍ବାଧିକ ଟଙ୍କା ? କିଏ ସର୍ବାଧିକ ଟ୍ୟାକ୍ସ ପୈଠ କରନ୍ତି ? ଏକଥା ଯେତେବେଳେ ସାମ୍ନାକୁ ଆସେ ସେତେବେଳେ ସବୁ ଫ୍ୟାନ୍ଙ୍କ ମନରେ ଇଚ୍ଛା ଥାଏ ଜାଣିବାକୁ । କାରଣ ୧୯୮୩ ବିଶ୍ବକପ୍ ପରେ ଭାରତରେ କ୍ରିକେଟ୍କୁ ନେଇ ସବୁବେଳେ ଉତ୍ସାହ ଦେଖିବାକୁ ମିଳେ । ତେବେ ଏହାରି ଭିତରେ ୨୦୨୩-୨୪ ଆର୍ଥିକ ବର୍ଷରେ କ୍ରୀଡାବିତ୍ମାନେ ଦେଇଥିବା ଟ୍ୟାକ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ । ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଟ୍ୟାକ୍ସ ...
୨୦୨୩-୨୪ ଆର୍ଥିକ ବର୍ଷର ଫର୍ଚୁନ ଇଣ୍ଡିଆର ରିପୋର୍ଟ ଅନୁସାରେ, ବିରାଟ କୋହଲି ଆଗରେ ରହିଛନ୍ତି। ବିରାଟ କୋହଲି ଚଳିତ ଆର୍ଥିକ ବର୍ଷରେ ୬୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ସେହିପରି ତାଙ୍କ ପରେ ଦ୍ୱିତୀୟରେ ମହେନ୍ଦ୍ର ସିଂହ ଧୋନି ଓ ସଚିନ ତେନ୍ଦୁଲକର ଅଛନ୍ତି । ଉଭୟ ଯଥାକ୍ରମେ ୩୮ ଓ ୨୮ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।
ସେହିପରି ସୌରଭ ଗାଙ୍ଗୁଲି ୨୩ କୋଟି ଟଙ୍କା ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୩ କୋଟି ଟ୍ୟାକ୍ସ ପୈଠ କରି କ୍ରୀଡାବିତଙ୍କ ମଧ୍ୟରେ ଟପ୍-୫ରେ ରହିଛନ୍ତି।
ସେମିତି ଫର୍ଚୁନ ଇଣ୍ଡିଆର ରିପୋର୍ଟ ଅନୁସାରେ, କଳାକାରଙ୍କ ମଧ୍ୟରେ ଶାହରୁଖ ଖାନ ସର୍ବାଧିକ ୯୨ କୋଟି ଟଙ୍କାର ଟ୍ୟାକ୍ସ ଦେଇଥିବା ବେଳେ ଦ୍ୱିତୀୟରେ ରହିଛନ୍ତି ସାଉଥ୍ ଅଭିନେତା ଥାଲପଥି ବିଜୟ । ସେ ଚଳିତ ଆର୍ଥିକ ବର୍ଷରେ ୮୦ କୋଟି ଟଙ୍କା ଟ୍ୟାକ୍ସ ଭରିଛନ୍ତି। ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ସଲମାନ ଖାନ । ସେ ଚଳିତ ଆର୍ଥିକ ବର୍ଷରେ ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)