• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିରାଟ କମାଲ କୋହଲି .. ବିରାଟ ମାଇଲଷ୍ଟୋନ ମ୍ୟାନ କୋହଲି .. ବିରାଟ ରେକର୍ଡ ବ୍ରେକର କୋହଲି .. କିଙ୍ଗ କୋହଲିଙ୍କ ଦମଦାର ଶତକ । ଭାରତର ଶାନଦାର ବିଜୟ । ଭାରତୀୟ ବ୍ୟାଟିଂର ମେରୁଦଣ୍ତ ବିରାଟ କୋହଲି । ପଡ଼ିଆରେ ତାଙ୍କର ଖେଳୁଆଡ୍ ବ୍ୟବହାର ଅତୁଳନୀୟ । ସେ କ୍ରିଜରେ ଥିବା ପର୍ଯ୍ୟନ୍ତ, ଯେକୌଣସି ଟାର୍ଗେଟ ମଧ୍ୟ କମ ପଡ଼ିଯାଏ । 

ବାଲାଂଦେଶ ବିପକ୍ଷରେ ଗତକାଲି ଖେଳା ଯାଇଥିବା ମ୍ୟାଚରେ ଅବିଶ୍ବସନୀୟ ଶତକ ହାସଲ କରିଛନ୍ତି କୋହଲି । ନିଜ କ୍ୟାରିୟରରେ ଏହା ତାଙ୍କର ୭୮ମ ଶତକ । ନିଜର ଚମତ୍କାର ପ୍ରଦର୍ଶନ ପାଇଁ ବିରାଟ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ । ଏହା ସହ ସଚିନ ତେନ୍ଦୁଲକରଙ୍କର ରେକର୍ଡ ମଧ୍ୟ ଭାଙ୍ଗିଥିଲେ ବିରାଟ । 

ଦିନିକିଆରେ ସେ ୪୮ ଶତକ ହାସଲ କରି ସଚିନଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କ୍ରିକେଟର ଭଗବାନ କୁହା ଯାଉଥିବା ସଚିନ ଦିନିକିଆ ଫର୍ମାଟରେ ୪୯ ଟି ଶତକ ହାସଲ କରିଛନ୍ତି । ତେବେ ବିଶ୍ବକପରେ ଏହା ତାଙ୍କର ତୃତୀୟ ତଥା ପଶ୍ଚାତଧାବନରେ ପ୍ରଥମ ଶତକ ହାସଲ କରିଛନ୍ତି କୋହଲି ।

ଦ୍ରୁତତମ ଖେଳାଳି ଭାବରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୬ ହଜାର ରନ୍‌ ପୂରଣ କରିଛନ୍ତି କୋହଲି । ପୁଣେରେ ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଅପରାଜିତ ୧୦୩ ରନ୍‌ର ଇନିଂସ ଖେଳି କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ସଚିନ୍‌ ତେନ୍ଦୁଲକର ୬୦୦ ତମ ଅନ୍ତର୍ଜାତୀୟ ଇନିଂସରେ ୨୬ ହଜାର ରନ୍‌ ସ୍କୋର କରିଥିବା ବେଳେ କୋହଲି ୫୬୭ ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । 

ଏହା ସହ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ୫୬୭ ତମ ଇନିଂସରୁ ସେ ୨୬ ହଜାର୨୩ ରନ୍‌ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ସଚିନ୍‌ ତେନ୍ଦୁଲକର ୩୪ ହଜାର ୩୫୭ ରନ୍‌ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି ।

ତେବେ କୋହଲିଙ୍କ ଶତକ ହାସଲ ପ୍ରଣାଳୀ ସେତେ ସରଳ ନଥିଲା । କ୍ରିଜରେ ଥିବା କେ.ଏଲ ରାହୁଲ କୌଣସି ରନ ସଂଗ୍ରହ ନକରିବାକୁ ୧୦୦ କରି ପାରିଥିଲେ କୋହଲି । ତେବେ ଏ ସଂକ୍ରାନ୍ତରେ ରାହୁଲଙ୍କୁ ପଚରା ଯିବାରୁ, ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଥିଲେ । କେ.ଏଲ କହିଥିଲେ ଯେ, ବିରାଟ ଦ୍ବନ୍ଦରେ ଥିଲେ । ବିଶ୍ବକପ ପରି ଏକ ବଡ଼ ପ୍ଲାଟଫର୍ମରେ ସେ ନିଜର ବ୍ୟକ୍ତିଗତ ମାଇଲଷ୍ଟୋନ ହାସଲ କରିବାକୁ ଚାହିଁ ନଥିଲେ । କିନ୍ତୁ ଭାରତ ଜିତିବା ପର୍ଯ୍ୟାୟକୁ ଆସି ଯିବାରୁ ମୁଁ ଶତକ ହାସଲ କରିବାକୁ କୋହଲିଙ୍କୁ କହିଥିଲେ । ପରିଶେଷରେ ସେ ଶତକ ମାରି ପାରିଥିଲେ ।