Advertisment

କୋଲକାତା ଠାରୁ ପରାଜୟ ପରେ ବିରାଟ କହିଲେ- ଆମେ ହାରିବାକୁ ଯୋଗ୍ୟ

ପ୍ରଥମାର୍ଦ୍ଧରେ ବିରାଟ ବାହିନୀ ବ୍ୟାଟିଂ ଭଲ ପ୍ରଦର୍ଶନ ଥିଲେବି ଦ୍ୱିତୀୟାର୍ଦ୍ଧରେ ଚକ୍‌ମା ଦେଖାଇଥିଲେ କେକେଆର୍‌ ବୋଲର୍‌।

ଅଦ୍ୟତନ ହୋଇଛି
Virat Kohli IPL Runs 2023

We deserved to lose says virat kohli

Advertisment

କୋଲକାତା ଠାରୁ ପରାଜୟ ପରେ ନିଜ ଟିମ୍‌କୁ ଶିକ୍ଷା ଦେଲେ ବିରାଟ। କହିଲେ- ଆମେ ହାରିବାକୁ ଯୋଗ୍ୟ। ଗୁରୁବାର KKR ଓ  RCB ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୨୧ ରନ୍‌ରେ ପରାସ୍ତ ହୋଇଛି ବାଙ୍ଗାଲୋର। ଏହାପରେ ଟିମ୍‌ ଉପରେ ଖପ୍ପା ହେବା ସହ ଆମେ ହାରିବାର ଦରକାର ଥିଲା ବୋଲି କହିଛନ୍ତି କ୍ୟାପ୍‌ଟେନ୍‌ କୋହଲି। 

Advertisment

ଆଇପିଏଲ୍‌ର ୩୬ ନମ୍ବର ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋରକୁ ୨୦୧ର ଟାର୍ଗେଟ୍‌ ଦେଇଥିଲା। ସ୍କିପର୍‌ ନିତିଶ ରାଣା ମାତ୍ର ୨୧ଟି ବଲ୍‌ ଖେଳି ୪୮ ରନ୍‌ ସଂଗ୍ରହ କରିଥିଲେ। ରାଣାଙ୍କ ଦୁଇ ଦୁଇଟା କ୍ୟାଚ୍‌ ଛାଡ଼ିଦେଇଥିଲା ଆରସିବି। ବ୍ୟାଟିଂରେ ରାଣାଙ୍କ ଜୀବନଦାନ ପରେ ଆଉ ସୁଯୋଗକୁ ହାତଛଡ଼ା କରିନଥିଲା କୋଲକାତା।

ଅଧିକ ପଢ଼ନ୍ତୁ: IPL 2023: କୋହଲିଙ୍କ ‘ବିରାଟ’ ରେକର୍ଡ

ବାଙ୍ଗାଲୋରକୁ ଜିତିବା ପାଇଁ ଓଭର୍‌ ପିଛା ଟାର୍ଗେଟ୍‌ ରନ୍‌ ରେଟ୍‌ ଦରକାର ଥିଲା ୧୦.୦୫। ହେଲେ ହୋମ୍‌ ଟିମ୍‌ ପାଇଁ ଏହା ଏକପ୍ରକାରର ଚ୍ୟାଲେଂଜ ଥିଲା। ଶେଷରେ ୨୧ ରନ୍‌ରେ ପରାସ୍ତ ହୋଇଥିଲା ଆରସିବି। ପ୍ରଥମାର୍ଦ୍ଧରେ ବିରାଟ ବାହିନୀ ବ୍ୟାଟିଂ ଭଲ ପ୍ରଦର୍ଶନ ଥିଲେବି ଦ୍ୱିତୀୟାର୍ଦ୍ଧରେ ଚକ୍‌ମା ଦେଖାଇଥିଲେ କେକେଆର୍‌ ବୋଲର୍‌। କୋହଲିଙ୍କ ଅର୍ଦ୍ଧଶତକ ସତ୍ୱେ ୨୦ ଓଭର୍‌ ଶେଷ ସୁଦ୍ଧା ୮ ୱିକେଟ୍‌ ହରାଇ ୧୭୯ ରନ୍‌ରେ ସୀମିତ ରହିଥିଲା ବାଙ୍ଗାଲୋର। 

Advertisment
IPL point TableIPL point Table

ପରାଜୟ ପରେ କୋହଲି କହିଛନ୍ତି ଯେ, 'ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଆମେ ତାଙ୍କୁ ବିଜୟ ପ୍ରାପ୍ତ କରିବାକୁ ଅନୁମତି ଦେଲୁ। ଆମେ ପ୍ରଫେସନାଲଙ୍କ ପରି ଫିଲ୍ଡରେ ଖେଳୁନଥିଲୁ। ସେଥିପାଇଁ ଆମେ ହାରିବା ପାଇଁ ଯୋଗ୍ୟ। ବୋଲରଙ୍କୁ ବଡ଼ ହିଟ୍‌ ଲଗାଇବା ପାଇଁ ସୁଯୋଗ ଥିଲେ ବି ଆମେ ହାତ ଛଡ଼ା କରିଛୁ। ଏମିତି ୪ରୁ ୫ ଓଭର୍‌ ଆମେ ହାତ ଛଡ଼ା କରିଛୁ। ଫଳରେ ଶେଷକୁ ଆମକୁ ୨୫-୩୦ ରନ୍‌ ଆବଶ୍ୟକ ପଡ଼ିଲା। ଆମକୁ ଆରାମରେ ଖେଳିବା ପ୍ରଣାଳୀକୁ ଛାଡ଼ିବାକୁ ପଡ଼ିବ।'

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ କିଙ୍ଗ୍ କୋହଲି, ଭାଇରାଲ ହେଉଛି 10th ମାର୍କସିଟ୍‌

Virat Kohli Captain Virat Kohli RCB V KKR IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ