Advertisment

IPL 2025: ପୁଣି RCBର ଅଧିନାୟକ ହେବେ ବିରାଟ କୋହଲି !

୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଆରସିବି ଅଧିନାୟକ ଥିଲେ କୋହଲି । ତାଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲା ।

author-image
Santosh Kumar Sahoo
Virat Kohli to return as RCB captain

Virat Kohli to return as RCB captain

ଆଇପିଏଲ ୨୦୨୫ ସିଜିନ୍‌ ପାଇଁ ଖେଳାଳିଙ୍କ ରିଟେନ୍‌ସନ୍‌ ଲିଷ୍ଟକୁ ନେଇ ସବୁ ଫ୍ରାଞ୍ଚାଇଜ୍‌ ମଧ୍ୟ ହଲଚଲ ଜାରି ରହିଛି । ଦଳରେ କାହାକୁ ରଖିବେ, କାହାକୁ ଛାଡ଼ିବେ ଏନେଇ ବିଭିନ୍ନ ଫ୍ରାଞ୍ଚାଇଜ୍‌ ଜାରି ରଖିଛନ୍ତି ସେମାନଙ୍କ ଅଙ୍କକଷା । ତେବେ ରିଟେନ୍‌ସନ୍‌ ଲିଷ୍ଟ ଆସିବା ପୂର୍ବରୁ ଷ୍ଟାର୍‌ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଆସିଛି ବଡ଼ ଖବର । ପୁଣି ଥରେ ଆଇପିଏଲରେ ଅଧିନାୟକ ଭୂମିକାରେ ନଜର ଆସିପାରନ୍ତି ବିରାଟ । ଆଇପିଏଲ ୨୦୨୫ ସିଜିନ୍‌ ପାଇଁ ବିରାଟ କୋହଲି ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ୍‌ ହୋଇପାରନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୋହଲି RCB ଟିମ୍‌ ମ୍ୟାନେଜମେଣ୍ଟ ସହ କରିସାରିଛନ୍ତି ଏବଂ ଅଧିନାୟକତ୍ୱକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନଭେମ୍ବରରେ ହେବାକୁ ଥିବା ମେଗା ନିଲାମ ପରେ ହିଁ ନିଆଯିବ ।

Advertisment

ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୯ଟି ସିଜିନରେ ଅଧିନାୟକ ଥିଲେ । ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଆରସିବି ଅଧିନାୟକ ଥିଲେ କୋହଲି । ତାଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦଠାରୁ ପରାସ୍ତ ହୋଇଥିଲା । ମୋଟ ଉପରେ ବିରାଟ ଆରସିବି ପାଇଁ ୧୪୩ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରିଛନ୍ତି । ସେଥିମଧ୍ୟରୁ ସେ ୬୬ଟି ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ୭୦ଟି ମ୍ୟାଚ୍‌ରେ ଦଳ ପରାଜୟର ସ୍ୱାଦ ଚାଖିଥିଲା ।

୨୦୨୧ରେ ବିରାଟ କୋହଲି ଅଧିନାୟକତ୍ୱ ଛାଡ଼ିଥିଲେ । ଏହାପରେ ୨୦୨୨ ମସିହାରୁ ଫାଫ୍‌ ଡୁ ପ୍ଲେସିସ୍‌ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ତେବେ ଆଗାମୀ ସିଜିନ୍‌ରେ ଡୁ ପ୍ଲେସିସ୍‌ RCBର ଅଧିନାୟକ ହେବା ଆଶା ବହୁତ କ୍ଷୀଣ । ଡୁ ପ୍ଲେସିସ୍‌ଙ୍କ ଅଧିନାୟକତ୍ୱରେ ଦଳ ୨୦୨୨ ଓ ୨୦୨୪ରେ ପ୍ଲେ ଅଫରେ ପ୍ରବେଶ କରିଥିଲା । କିନ୍ତୁ ଟ୍ରଫି ଜିତିବାରେ ସଫଳ ହୋଇନଥିଲା ।

Advertisment

ବିରାଟ କୋହଲି ଆଇପିଏଲ ଆରମ୍ଭରୁ ଆରସିବି ସହ ରହିଛନ୍ତି । ୨୦୦୮ରୁ ଆଜି ପର୍ଯ୍ୟନ୍ତ ବିରାଟ ସବୁବେଳେ ଆରସିବି ଅଂଶ ହୋଇରହିଛନ୍ତି । ୧୭ ବର୍ଷ ମଧ୍ୟରେ ଆରସିବି କେବେହେଲେ କୋହଲିଙ୍କୁ ରିଲିଜ୍‌ କରିନାହିଁ । ଆଇପିଏଲରେ ବିରାଟଙ୍କ ନାମରେ ସର୍ବାଧିକ ରନ୍‌ ମଧ୍ୟ ରହିଛି ।

ସେପଟେ ଆଇପିଏଲ୍ ମେଗା ନିଲାମ -୨୦୨୪ ପାଇଁ ଖେଳାଳି ରିଟେନ୍‌ସନ୍‌ ପାଇଁ ଶେଷ ତାରିଖ ହେଉଛି ଅକ୍ଟୋବର ୩୧ । ଅର୍ଥାତ ଆସନ୍ତାକାଲି ଅପରାହ୍ମ ୫ଟା ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ୍ ରିଟେନ୍‌ସନ୍‌ ପ୍ଲେୟାର ଲିଷ୍ଟ୍‌ ଆଇପିଏଲ୍ ଆୟୋଜକ କମିଟି ନିକଟକୁ ପଠାଇବେ ।

ଆଇପିଏଲ୍ ମେଗା ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ୍ ୬ ଜଣ ଖେଳାଳିଙ୍କୁ ରଖିପାରିବେ । ଯେଉଁଥିରେ ସର୍ବାଧିକ ୫ ଜଣ ଅନ୍ତର୍ଜାତୀୟ ଖେଳାଳି ଓ ୨ ଜଣ ଅନକ୍ୟାପ୍‌ଡ୍‌ ଖେଳାଳି ରହିପାରିବେ । ଆନ୍ତର୍ଜାତୀୟ ଖେଳାଳି ଯେ କୌଣସି ଦେଶରୁ ହେଲେ ଚଳିବ କିନ୍ତୁ ଅନ୍‌କ୍ୟାପ୍ଡ୍‌ ଖେଳାଳି କେବଳ ଭାରତରୁ ହୋଇଥିବା ଆବଶ୍ୟକ ।

Virat Kohli IPL RCB
Advertisment
Advertisment