Advertisment

Happy Retirement: ରିଟାୟାର୍ଡମେଣ୍ଟ୍ ନେବେ ବିରାଟ କୋହଲି ! ଆଶଙ୍କାରେ ଫ୍ୟାନ୍ସ

ଏମିତି ଦେଖିବାକୁ ଗଲେ ବିରାଟଙ୍କ କ୍ୟାରିୟର ପାଇଁ ୨୦୨୪ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏ ପୁରା ବର୍ଷ ବ୍ୟାଟିଂ କରିବା ବେଳେ କୋହଲି ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
kohali

kohali

Advertisment

ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଟିମ ଇଣ୍ଡିଆ। କିଛି କ୍ରିକେଟ ସମୀକ୍ଷକ ଏହାର ପୁରା ଦୋଷ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପକାଇଛନ୍ତି। ଦୁହିଁଙ୍କ ଫ୍ଲପ ବ୍ୟାଟିଂ ପାଇଁ ଏଭଳି ବିପର୍ଯ୍ୟୟ ଘଟିଲା ବୋଲି ସେମାନେ ମତ ରଖିଛନ୍ତି। ତେଣୁ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହାପି ରିଟାୟାର୍ଡମେଣ୍ଟ୍।

Advertisment

ଦୁହିଁଙ୍କ ଭିତରୁ ଜଣଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବା ସମୟ ଆସିଛି ବୋଲି କିଛି ଫ୍ୟାନ ଟୁଇଟ୍ ମଧ୍ୟ କରୁଛନ୍ତି। ଆଉ ବିଶେଷ କରି ଟାର୍ଗେଟ କରାଯାଉଛି କିଙ୍ଗ କୋହଲିଙ୍କୁ। ପ୍ରଥମ ଇନିଂସରେ ୮୬ ବଲରେ ୩୬ ରନ କରିଥିବା କୋହଲି। ଦ୍ୱିତୀୟ ଇନିଂସରେ ୨୯ଟି ବଲରେ ମାତ୍ର ୫ ରନ କରି ଆଉଟ ହୋଇଥିଲେ ଓ ନିଜର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିଲେ। ଏହି ସିରିଜରେ ବିରାଟ ଏପର୍ଯ୍ୟନ୍ତ ୬ ଥର ଆଉଟ୍ ହୋଇଛନ୍ତି।

ଆଉ ପ୍ରତ୍ୟେକ ଥର ଅଫ୍ ଷ୍ଟମ୍ପ୍ ବାହାର ବଲ୍ ଖେଳି ସେ କ୍ୟାଚ ଆଉଟ ହୋଇଛନ୍ତି। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଏକ ଶତକ ହାସଲ କରିବା ପରେ ଲାଗୁଥିଲା ଯେ ବିରାଟ ପୁନର୍ବାର ଫର୍ମକୁ ଫେରିଛନ୍ତି କିନ୍ତୁ ସେବେଠାରୁ ସେ ନିଜ ବ୍ୟାଟରୁ ରନ୍ ସଂଗ୍ରହ କରିପାରି ନାହାଁନ୍ତି। ଯାହାକୁ ନେଇ କ୍ରିକେଟ ଫ୍ୟାନ ଓ ସମୀକ୍ଷକ ତାଙ୍କ ଉପରେ ଖପ୍ପା ହୋଇଛନ୍ତି। ଆଉ ସେ ଟେଷ୍ଟରୁ ଅବସର ନିଅନ୍ତୁ ବୋଲି ମତ ରଖିଛନ୍ତି ।

Advertisment

ଅଧିକ ପଢନ୍ତୁ:କଂଗ୍ରେସ-ଆପ୍ ମଧ୍ୟରେ ଚାଲିଛି ଟଣାଓଟରା...ଭାଙ୍ଗିବ କି ଇଣ୍ଡି ମେଣ୍ଟ !

ଏମିତି ଦେଖିବାକୁ ଗଲେ ବିରାଟଙ୍କ କ୍ୟାରିୟର ପାଇଁ ୨୦୨୪ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏ ପୁରା ବର୍ଷ ବ୍ୟାଟିଂ କରିବା ବେଳେ କୋହଲି ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। କୌଣସି ବର୍ଷ ବିରାଟ ୩୦ରୁ କମ ହାରାହାରିରେ ରନ ବନାଇ ନଥିବା ବେଳେ ୨୦୨୪ରେ ସେ ୨୨ରୁ ମଧ୍ୟ କମ ହାରାହାରିରେ ରନ ବନାଇଛନ୍ତି। T-20 ଓ୍ବାର୍ଲ୍ଡକପ 2024ର ଫାଇନାଲକୁ ଛାଡିଦେଲେ ପୁରା ବର୍ଷ ସେ ବ୍ୟାଟିଂରେ କିଛି ଖାସ ପ୍ରଦର୍ଶନ କରିପାରି ନାହାନ୍ତି। ଆଉ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ତାଙ୍କର ସମାନ ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ଟ୍ରେଷ୍ଟ କ୍ରିକେଟରରୁ ସେ ଅବସର ନେବାର ଏହା ପ୍ରକୃଷ୍ଟ ସମୟ ବୋଲି ଚର୍ଚ୍ଚା ଜୋର ଧରିଛି।

Advertisment
Virat Kohli Rohit Sharma Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ