/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667818883.jpg)
Virat Kohli
ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦମଦାର ପ୍ରଦର୍ଶନ କରୁଛନ୍ତି । ବିଶ୍ୱକପ୍ର ମୋଟ୍ ୫ଟି ମ୍ୟାଚ୍ରେ ୩ଟି ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ଖେଳିଛନ୍ତି । ପାକିସ୍ତାନ ବିପକ୍ଷରେ ତାଙ୍କର ସେହି ଚମତ୍କାର ୮୨ ରନ୍ ପାଇଁ ସେ ଏବେ ବି ଚର୍ଚ୍ଚାରେ ରହୁଛନ୍ତି । ବିରାଟଙ୍କୁ ଆଜି ଆଇସିସି ପ୍ଲେୟାର ଅଫ୍ ଦ ମନ୍ଥ୍ ପୁରସ୍କାର ମିଳିଛି । ଜିମ୍ବାୱେର ସିକନ୍ଦର ରଜା ଓ ସାଉଥ୍ ଆଫ୍ରିକାର ଡେଭିଡ୍ ମିଲର୍ ଏହି ରେସ୍ରେ ଥିଲେ । ସେମାନଙ୍କୁ ପରାସ୍ତ କରି ବିରାଟ ଏହି ମାନ୍ୟତା ପାଇଛନ୍ତି । ପାକିସ୍ତାନର ମହିଳା କ୍ରିକେଟର୍ ନିଦା ଦର୍ଙ୍କୁ ବି ଆଇସିସି ମହିଳା ପ୍ଲେୟର ଅଫ୍ ଦ ମନ୍ଥ୍ ପୁରସ୍କାର ମିଳିଛି ।
ଅଧିକ ପଢ଼ନ୍ତୁ: ନିଆରା ଢଙ୍ଗରେ କୋହଲିଙ୍କୁ ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ଶୁଭେଚ୍ଛା
Congratulations to @imVkohli - ICC Player of the Month for October 👏👏#TeamIndiapic.twitter.com/IEnlciVt9T
— BCCI (@BCCI) November 7, 2022
ଚଳିତ ମାସରେ ବିଶ୍ୱର ସମସ୍ତଙ୍କ କ୍ରିକେଟରଙ୍କ ତୁଳନାରେ ବିରାଟଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟିର ଥିବାରୁ ତାଙ୍କୁ ଆଇସିସି ପକ୍ଷରୁ ଏପରି ସମ୍ମାନ ମିଳିଛି। ଗତ ମାସରେ ପାକିସ୍ତାନର ମହମ୍ମଦ ରିଜୱାନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଭାରତର ହରମନପ୍ରୀତ କୌର ଆଇସିସିର ପ୍ଲେୟର ଅଫ୍ ଦ ମନ୍ଥ୍ ପୁରସ୍କାର ଜିତିଥିଲେ।
ଅକ୍ଟୋବର ୨୩ରେ ବିରାଟ ତାଙ୍କ କ୍ରିକେଟ କ୍ୟାରିୟରର ସବୁଠାରୁ ବଡ଼ ଇନିଂସ ଖେଳିଥିଲେ। ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ୫୩ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳିବା ସହ ଭାରତକୁ ନିଶ୍ଚିତ ପରାଜୟରୁ ଉଦ୍ଧାର କରି ବିଜୟ ଭେଟି ଦେଇଥିଲେ।
ବିରାଟ ଆଜି ଆଇସିସି ପୁରସ୍କାର ଜିତିବା ପରେ କହିଛନ୍ତି, “ଆଇସିସି ଦ୍ୱାରା ଅକ୍ଟୋବରର ମାସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବା ସମ୍ମାନର ବିଷୟ। ବିଶ୍ୱର ଫ୍ୟାନ୍ସ ଓ ପ୍ୟାନେଲମାନଙ୍କ ଦ୍ୱାରା ଶ୍ରେଷ୍ଠ ଖେଳାଳି ଭାବେ ଚୟନ ହେବା ଆହୁରି ଗର୍ବର ବିଷୟ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)