• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିରାଟ କୋହଲି । କ୍ରୀଡା ଜଗତରେ ଜଣେ ଚର୍ଚ୍ଚିତ ଚେହେରା । ତାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । ତାଙ୍କ ଖେଳ ବ୍ୟତୀତ ଏହି ଷ୍ଟାର କ୍ରିକେଟ୍‌ର ତାଙ୍କ ଷ୍ଟାଇଲକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହୁନ୍ତି । ଖେଳ ସହ କୋହଲି ତାଙ୍କ ଷ୍ଟାଇଲ ପାଁ ଅନେକ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ବିରାଟ କୋହଲି ଚୁଟି କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଆପଣ ଏହି ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ମିଡିଆ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ନିକଟରେ ଏକ ଖବର ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ବିରାଟ କୋହଲି ତାଙ୍କ ନୂଆ ହେୟାର ଷ୍ଟାଇଲ ପାଇଁ ରସିଦ ସଲାମନିଙ୍କୁ ୮୦ ହଜାର ଟଙ୍କା ଦେଇଛନ୍ତି । ତେବେ ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମଙ୍କ ସୂତ୍ରରୁ ଦାବି କରାଯାଇଛି ଯେ ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଦେଉଛନ୍ତି । ଯଦିଓ ବିରାଟ କୋହଲି ତାଙ୍କ ଛୁଟି କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସେନେଇ କୌଣସି ଅଫିସିଆଲ୍‌ ସୂଚନା ଦେଇନାହାନ୍ତି, କିନ୍ତୁ ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ବିରାଟ କୋହଲି ତାଙ୍କ ହେୟାର କଟ୍‌ ପାଇଁ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ତେବେ ଚଳିତ ଆଇପିଏଲ ସିଜିନ୍‌ ଆରମ୍ଭ ପୂର୍ବରୁ ନୂଆ ଲୁକ୍‌ରେ ଆସିଥିଲେ ବିରାଟ କୋହଲି । ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଆଲିମ୍‌ ହାକିମ ବିରାଟଙ୍କୁ ଏକ ନୂଆ ଲୁକ୍‌ ଦେଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ତେବେ କେବଳ ବିରାଟ କୋହଲି ନୁହଁନ୍ତି ଆଇପିଏଲ ସିଜିନ୍-୧୭ ଆରମ୍ଭ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ନୂଆ ଲୁକ୍‌ ଦେଇଥିଲେ ଆଲିମ୍‌ ହାକିମ ।