Advertisment

ଏସିଆ କପ୍‌ ପାଇଁ ଫିଟ୍‌ କୋହଲି; ୟୋ ୟୋ ଟେଷ୍ଟରେ ସ୍କୋର୍‌ କଲେ..

ବିରାଟଙ୍କ ଫିଟନେସ୍‌ ଏସିଆ କପ୍‌ରେ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

ଅଦ୍ୟତନ ହୋଇଛି
Virat Kohli Passes Yo-Yo Test before Asia Cup 2023

Virat Kohli

Advertisment

ଫିଟନେସ୍‌ କ୍ଷେତ୍ରରେ ସବୁବେଳେ ଆଗରେ ରୁହନ୍ତି ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ବିଶ୍ୱର ସବୁଠୁ ଫିଟ୍‌ କ୍ରିକେଟରଙ୍କ ତାଲିକାରେ ଶୀର୍ଷରେ ରହିବେ କୋହଲି । ୟୋ ୟୋ ଟେଷ୍ଟରେ ପାସ୍‌ ହୋଇଛନ୍ତି କୋହଲି । ଏନେଇ ଏକ ପୋଷ୍ଟ ମଧ୍ୟ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Advertisment

କୋହଲି ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ୟୋ ୟୋ ଟେଷ୍ଟରେ ୧୭.୨ ସ୍କୋର କରି ବେଶ୍‌ ଖୁସି ଲାଗୁଛି । ବିରାଟଙ୍କ ଫିଟନେସ୍‌ ଏସିଆ କପ୍‌ରେ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଟିମ୍‌ ଇଣ୍ତିଆ ଏସିଆ କପ୍‌ ପାଇଁ ଏନ୍ସିଏ (NCA)ରେ ଅଭ୍ୟାସ କରୁଛନ୍ତି । ଏହାପରେ ରୋହିତ ଶର୍ମା ପୁରା ଟିମ୍‌ ସହ ଶ୍ରୀଲଙ୍କା ଗସ୍ତ କରିବେ ।

ଅଧିକ ପଢ଼ନ୍ତୁ: ଆନ୍ତର୍ଜାତିକ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ୧୫ ବର୍ଷ ପୂର୍ତ୍ତି

Virat Kohli(Virat Kohli)

ସେପ୍ଟେମ୍ବର ୨ ରେ ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ଯାଏଁ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ନେପାଳ ଆଦି ଦେଶ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

Advertisment
Virat Kohli Asia Cup 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ