Advertisment

Virat Kohli Viral Video: ଚାଲିଥିଲା ଖେଳ, ପଡ଼ିଆ ମଝିରେ ନାଚିଲେ କୋହଲି; ଫ୍ୟାନ୍‌ ଦେଖି କହିଲେ...

ମୁମ୍ବାଇର ୱାଙ୍ଖେଡେରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆ ଭିତରେ ବିରାଟ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫ୍ୟାନ୍‌ ମଧ୍ୟ ଉତ୍ସାହିତ ହୋଇଥିଲେ  ।

author-image
Sujit kumar Swain
ଅଦ୍ୟତନ ହୋଇଛି
virat kohli entertains fans

virat kohli entertains fans

ପୁଣି ଚର୍ଚ୍ଚାରେ ବିରାଟ କୋହଲି । ଏଥର ଚର୍ଚ୍ଚାର କାରଣ ଟିକେ ଭିନ୍ନ ରହିଛି । କାରଣ ବିରାଟଙ୍କ ପଡ଼ିଆ ଭିତରେ କାଣ୍ତକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

Advertisment

ମୁମ୍ବାଇର ୱାଙ୍ଖେଡେରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆ ଭିତରେ ବିରାଟ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫ୍ୟାନ୍‌ ମଧ୍ୟ ଉତ୍ସାହିତ ହୋଇଥିଲେ  । ୧୯୮୮ ମସିହାର ହିନ୍ଦୀ ଫିଲ୍ମ ‘ରାମ ଲକ୍ଷ୍ମଣ’ର ‘ମାଇ ନେମ୍‌ ଇଜ୍‌ ଲକ୍ଷ୍ମଣ’ ଗୀତର ତାଳେ ତାଳେ ପଡ଼ିଆ ଭିତରେ ବିରାଟ କୋହଲି ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ବେଶ୍‌ ଭାଇରାଲ ହେବାରେ ମଧ୍ୟ ଲାଗୁଛି । 

ଅଧିକ ପଢ଼ନ୍ତୁ: IPL 2025 Retentions: ରହସ୍ୟ ଉପରୁ ପରଦା ଉଠାଇଲେ ରୈନା; କହିଲେ, ଚେନ୍ନାଇ ସୁପର କିଙ୍ଗସ୍‌ ଯାଇପାରନ୍ତି ପନ୍ତ

Advertisment

ଗତକାଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ପାଇଁ ରିଟେନ୍‌ସନ୍‌ ଲିଷ୍ଟ ପ୍ରକାଶ ପାଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲିଙ୍କୁ ରିଟେନ୍‌ କରିଛି । ତେବେ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ବିରାଟ କୋହଲି ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଦଳ ପରିଚାଳନାକୁ ନେଇ ସେ ଏହି ବିଷୟରେ ନିଜର ଭାବନା ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ଅଛି ତାହା କେହି ଜାଣି ନାହାଁନ୍ତି କିମ୍ବା ଆରସିବି ଦ୍ୱାରା କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ବିରାଟ କୋହଲି ଦୀର୍ଘ ଦିନ ଧରି ଆଇପିଏଲରେ ଆରସିବି ଅଧିନାୟକତ୍ୱ କରିଛନ୍ତି। କୋହଲି ୯ ବର୍ଷ ଧରି ଆରସିବିର ଅଧିନାୟକ ଥିଲେ। ତେବେ ଦଳ ତାଙ୍କ ଅଧିନାୟକତ୍ୱ ଅଧୀନରେ ଟାଇଟଲ ଜିତିପାରି ନାହିଁ।

୨୦୨୧ ମସିହାରେ ବିରାଟ କୋହଲି ଆରସିବିର ଅଧିନାୟକତ୍ୱ ଛାଡିଥିଲେ । ଯାହା ପରେ ଫାଫ୍ ଡୁ ପ୍ଲେସିସଙ୍କୁ ଆରସିବିର ନୂତନ ଅଧିନାୟକ କରାଯାଇଥିଲା। ଫାଫ୍ ତିନି ବର୍ଷ ଧରି ଆରସିବି ଅଧିନାୟକତ୍ୱ କରିଆସୁଛନ୍ତି, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ଏଥର ଆରସିବି ଫାଫ୍‌ଙ୍କୁ ରିଟେନ୍‌ କରିନି । ଯାହା ପରେ ଆରସିବି ଏକ ନୂତନ ଅଧିନାୟକ ଆବଶ୍ୟକ ରହିଛି । ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କୁ ପୁଣି ଥରେ ଆରସିବି ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିପାରେ ।

ଏପଟେ ନ୍ୟୁଜିଲ୍ୟାଣ୍ଡ ଠାରୁ ଟେଷ୍ଟ ସିରିଜ ହାରି ସାରିଥିବା ଘରୋଇ ଟିମ ଭାରତ ଆଜି ଶେଷ ମ୍ୟାଚ୍‌ରେ ବୋଲିଂରେ ଯାଦୁ ଦେଖାଇଛି। ମୁମ୍ବାଇର ୱାଙ୍ଖେଡେରେ ଆରମ୍ଭ ହୋଇଥିବା ଶେଷରେ ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୨୩୫ ରନ କରିଛି। ଦଳ ପାଇଁ ୱିଲ ୟଙ୍ଗ ଓ ଡାରେଲ ମିଚେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ କ୍ୱିୱି ଟିମ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଭ୍ରମଣକାରୀ ଦଳକୁ ଟିମ ଇଣ୍ଡିଆର ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଘାଇଲା କରିଛନ୍ତି।

ଜାଡେଜା ଏକାକୀ ୫ ୱିକେଟ ନେଇଥିବା ବେଳେ ସୁନ୍ଦର ୪ଟି ସଫଳତା ପାଇଛନ୍ତି। ସେହିପରି ଗୋଟିଏ ୱକେଟ ଆକାଶ ଦୀପଙ୍କ ଖାତାକୁ ଯାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହା ଜାଜେଡାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ୬୫ ରନ ଦେଇ ୫ଟି ୱିକେଟ୍‌ ନେଇଛନ୍ତି । ଅପରପକ୍ଷେ ପ୍ରଥମ ଦିନରେ ଟିମ୍ ଇଣ୍ତିଆ ୪ଟି ୱିକେଟ୍‌ ହରାଇ ୮୬ ରନ୍‌ କରିଛି । ଗିଲ୍‌ ସର୍ବାଧିକ ୩୧ ରନ୍‌ କରି ନଟ୍‌-ଆଉଟ୍‌ ରହିଛନ୍ତି । 

Virat Kohli Viral Video
Advertisment
Advertisment