• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟି-୨୦ ବିଶ୍ୱକପ୍ ବିଜୟ ସହ ପ୍ରଶଂସକଙ୍କ ପାଇଁ ବିରାଟ ଝଟକା । ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା । ଭାରତ ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଉଭୟ ବଡ ଘୋଷଣା କରିଛନ୍ତି । ଯାହାକି ତାଙ୍କର କୋଟି କୋଟି ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି ।

ନିଜର ଶେଷ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ କୋହଲି । ଏଥିସହ ମ୍ୟାଚ ବିଜୟ ପଛରେ ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ । ବିରାଟ କହିଛନ୍ତି ଯେ ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍ । ଏବେ ସମୟ ଆସିଛି ନୂଆ ପିଢିକୁ ଆଗକୁ ଯିବାର ।

୨୦୧୦ରେ ଜିମ୍ବାୱେ ବିପକ୍ଷରେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ ବିରାଟ କୋହଲି । ଶେଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଅବସର ଘୋଷଣା କରିଛନ୍ତି । ସେହିଭଳି ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୨୦୦୭ରେ କ୍ୟାରିୟର ଆରମ୍ଭ କରିଥିଲେ । ଉଭୟ କ୍ରିକେଟରଙ୍କ ଏଭଳି ଘୋଷଣା ପରେ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିନି ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ସେମାନଙ୍କ ଭଳି ଖେଳାଳିଙ୍କ ସ୍ଥାନ ପୂରଣ ପାଇଁ ଆମ ପାଇଁ କଷ୍ଟ ହେବ । ଆମ ମାନଙ୍କ ପାଇଁ ଏକ ବିରାଟ କ୍ଷତି । ଆଶା କରୁଛୁ କିଛି ଭଲ ଖେଳାଳି ଟିମ୍‌କୁ ଆସିବେ । ସେପଟେ ଦୀର୍ଘ ୧୧ ବର୍ଷ ପରେ ଭାରତ ପୁଣି ଏକ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି । ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।

୧୭ ବର୍ଷ ପରେ ଗତକାଲି ଆଉ ଥରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ତୋଳି ଧରିଥିଲା । ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି । ୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଦଳ ଦିନିକିଆ ବିଶ୍ୱକପ୍ ଜିତିଥିଲା ।

ସେହିଭଳି ୨୦୦୭ରେ ଧୋନିଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ସଂସ୍କରଣର ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା । ତେବେ ପ୍ରଥମ ଥର ବିଶ୍ୱକପ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଧରିବାର ସ୍ୱପ୍ନ ଅଧୁରା ରହିଯାଇଛି । ଭାରତ ସବୁଥିରେ ଭଲ ପ୍ରଦର୍ଶନ କରି ବିଶ୍ୱକପ୍ ଟ୍ରଫି ହାତେଇ ନେଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now