• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୁଧାବାର ଚେନ୍ନାଇ ସୁପର କିଙ୍ଗସ୍ (CSK) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଏକ ଜବରଦସ୍ତ ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଚେନ୍ନାଇକୁ ୧୩ ରନରେ ପରାସ୍ତ କରିଛି ଆରସିବି । ଏହି ମ୍ୟାଚ୍‌ରେ ମଧ୍ୟ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ୍‌ ଚାଲିନଥିଲା । ମାତ୍ର ଦୁଇ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ ମାହି । ଆଉ ଧୋନିଙ୍କ ୱିକେଟ୍‌ ଯିବା ପରେ ପୁରା ଚେନ୍ନାଇ ଟିମ୍‌ ସତେ ଯେମିତି ହାଲୁକା ହୋଇଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସର ସବୁ ଆଶା ଭାଙ୍ଗିଯାଇଥିଲା ।

 

ତେବେ ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି । ଆଉ ସେହି ଭିଡିଓଟି ହେଉଛି ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କର । ଭିଡିଓରେ ସେ ରାଗ ଜର୍ଜରିତ ହୋଇ ଖୁସି ଜାହିର କରୁଥିବା ଦେଖାଯାଇଛି ଏବଂ ଏହି ସମୟରେ ତାଙ୍କ ପାଟିରୁ କିଛି ଶବ୍ଦ ବାହାରୁଥିବା ଜଣାପଡ଼ୁଛି । ଏମଏସ ଧୋନିଙ୍କ ୱିକେଟ୍ ପଡ଼ିବା ପରେ ବିରାଟ କୋହଲିଙ୍କ ଏଭଳି ଜୋଶ ଦେଖିବାକୁ ମିଳିଛି । ଧୋନୀଙ୍କ ୱିକେଟ୍‌ ପଡ଼ିବା ପରେ ବିରାଟଙ୍କ ଏଭଳି ରୂପକୁ ସୋସିଆଲ ମିଡିଆ ୟୁଜର୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଜୋଶ ହେଜଲଉଡ୍‌ଙ୍କ ବଲରୁ ମାତ୍ର ୨ ରନ୍ କରିଥିବା ଧୋନି ଏକ ଖରାପ ସଟ ଖେଳି ରଜତ୍ ପାଟିଦାରଙ୍କ ହାତକୁ କ୍ୟାଚ୍‌ ଦେଇଥିଲେ । ଏହି ସମୟରେ ବିରାଟ କୋହଲି ବାଉଣ୍ଡ୍ରି ପାଖରେ ଫିଲ୍ଡିଂ କରୁଥିଲେ । ସେତେବେଳେ ସେ ସେଠାରେ ଜୋସ୍‌ର ଜୋରଦାର ଖୁସି ଜାହିର କରିଥିଲେ ଏବଂ ଏଭଳି ଆଚରଣ ଦେଖାଇଥିଲେ ।

ଭାଇରାଲ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିରାଟ କୋହଲି ଖୁସି ଜାହିର କରିବା ସହ ତାଙ୍କ ପାଟିରୁ କିଛି ଶବ୍ଦ ବାହାରୁଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ କୋହଲିଙ୍କୁ ଖୁବ୍‌ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଟ୍ୱିଟର ୟୁଜର୍ସମାନେ କୋହଲିଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି । ଅନେକ ଫ୍ୟାନ୍‌ ଲେଖିଛନ୍ତି ଯେ, ଧୋନିଙ୍କ ୱିକେଟ୍‌ ଯିବା ପରେ ବିରାଟ କୋହଲି ଏଭଳି ଗାଳିଗୁଲଜ କରିବା ତାଙ୍କ ଚରିତ୍ରକୁ ଦର୍ଶାଉଛି ।

 

ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଫ୍ୟାନ୍ସମାନେ ଧୋନିଙ୍କ ଫ୍ୟାନ୍‌ମାନଙ୍କୁ କାଉଣ୍ଟର କରିଛନ୍ତି । ସେମାନେ କହିଛନ୍ତି ଯେ, ଏହା ବିରାଟ କୋହଲିଙ୍କର ସାଧାରଣ ବ୍ୟବହାର । ତେଣୁ ଏହାକୁ ନେଇ ଏତେ ଖରାପ ଭାବିବା ଉଚିତ୍ ନୁହେଁ । କିନ୍ତୁ ଧୋନିଙ୍କ ଫ୍ୟାନ୍ସମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏବଂ ବିରାଟ କୋହଲିଙ୍କ ଉପରେ ରାଗ ସୁଝାଉଛନ୍ତି । ତେବେ ଦେଖିବାକୁ ଗଲେ ବିରାଟ କୋହଲି, ମଇଦାନକୁ ଓହ୍ଲାଇବା ମାତ୍ରେ ଜୋସ୍‌ରେ ଥାନ୍ତି ।