Advertisment

ଶେଷ ହେଲା ୨୦ ବର୍ଷର ଅପେକ୍ଷା, ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଭାରତ

ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
India vs NewZealand

India vs NewZealand

ହାରିଲା ନ୍ୟୁଜିଲାଣ୍ଡ, ଜିତିଲା ଭାରତ। ଧର୍ମଶାଳାରେ ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ୍। କୋହଲିଙ୍କ ଦମଦାର ଇନିଂସ ଫଳରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କଲା ଭାରତ। ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।

Advertisment

ଆଜି ଧର୍ମଶାଳାରେ ଖେଳାଯାଇଥିଲା ଏହି ହାଇଭୋଲଟେଜ୍ ଟକ୍କର। ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ପ୍ରଥମ ବ୍ୟାଟିଂ କରି ଭାରତ ସାମ୍ନାରେ ୨୭୪ ରନ୍‌ର ଟାର୍ଗେଟ ରଖିଥିଲା କିୱି ଦଳ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍‌ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍‌ କରିଥିଲେ। ସେହିପରି ଭାରତ ପକ୍ଷରୁ ଚଳିତ ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ଅକ୍ତିଆର କରିଥିଲେ।

୨୭୪ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଦମଦାର ଖେଳିଥିଲା। ପ୍ରଥମ ୱିକେଟ ପାଇଁ ରୋହିତ ଓ ଗିଲ୍‌ ୭୧ ରନ୍‌ ଯୋଡ଼ି ଥିଲେ। ତେବେ ରୋହିତ ୪୬ ରନ୍‌ କରି ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ବିରାଟ କୋହଲି। ବିରାଟ କୋହଲି ଦମଦାର ୯୫ ରନ କରିଥିଲେ। ଯାହାଫଳରେ ଭାରତ ଏହି ମ୍ୟାଚ୍‌ ନିଜ ନାମରେ କରିଛି। ବିରାଟଙ୍କ ବ୍ୟତୀତ ରୋହିତ ଶର୍ମା ୪୬ ରନ୍, ଶ୍ରେୟସ୍ ଆୟର ୩୩ ରନ୍ ଓ ରବିନ୍ଦ୍ର ଜାଡେଜା ଅପରାଜିତ ୩୯ ରନ୍‌ କରିଥିଲେ।

Advertisment
India Virat Kohli Newzealand
Advertisment
Advertisment