Advertisment

Paris Olympics 2024: ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ଅଲିମ୍ପିକ୍ସରୁ ଡିସକ୍ୱାଲିଫାଏଡ୍ ଭିନେଶ

ପ୍ୟାରିସ୍ ଅଲିମ୍ପିକ୍ସରୁ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ । ୫୦ କିଲୋଗ୍ରାମ ବର୍ଗରେ ଖେଳିପାରିବେନି ଗୋଲ୍ଡ ମେଡାଲ ମ୍ୟାଚ୍ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Paris Olympics 2024: Vinesh Phogat Disqualified

Vinesh Phogat

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ବଡ଼ ଝଟକା । ଓଭର ୱେଟ ପାଇଁ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଡିସକ୍ବାଲିଫାଏଡ୍ ଘୋଷିତ ହୋଇଛନ୍ତି । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସକ୍ବାଲିଫାଏଡ୍ କରାଯାଇଥିବା ସୂଚନା ମିଳିଛି । ୫୦ କେଜିଠାରୁ ଭିନେଶ ସାମାନ୍ୟ କିଛି ଗ୍ରାମ ଅଧିକ ଓଜନର ହୋଇଥିବାରୁ ତାଙ୍କୁ ଡିସକ୍ବାଲିଫାଏଡ ଘୋଷଣା କରାଯାଇଛି ।

Advertisment

ଗତକାଲି ୫୦ କେଜି ଫ୍ରି-ଷ୍ଟାଇଲ ଫାଇନାଲରେ ପହଞ୍ଚିଥିଲେ ଭିନେଶ । ସେମିଫାଇନାଲରେ ସେ କ୍ୟୁବା ପ୍ରତିଯୋଗୀଙ୍କୁ ୫-୦ ପଏଣ୍ଟରେ ହରାଇଥିଲେ । ଏହାସହ ଭାରତ ପାଇଁ ଏକ ପଦକ ପକ୍କା କରିଥିଲେ । ତେବେ ଡିସକ୍ବାଲିଫାଏଡ୍ ଘୋଷଣା ପରେ ତାଙ୍କୁ ଆଉ ଖେଳିବାକୁ ସୁଯୋଗ ମିଳିବ ନାହିଁ କି ପଦକ ମିଳିବ ନାହିଁ । ତେବେ ଏହି ନିଷ୍ପତ୍ତି ବିରୋଧରେ ଆପତ୍ତି ଉଠାଇଛି ଭାରତୀୟ ଅଲିମ୍ପିକ ଆସୋସିଏସନ ।

ଅଧିକ ପଢନ୍ତୁ : ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

Advertisment

ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ(IOA) ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, "ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମହିଳା ୫୦ କିଲୋଗ୍ରାମ ବର୍ଗରେ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହୋଇଛନ୍ତି । କିଛି ଗ୍ରାମ ଅଧିକ ଓଜନ ହେବାରୁ ଭିନେଶ ଡିସକ୍ୱାଲିଫାଏଡ୍ ହୋଇଛନ୍ତି । ଏହି ସମୟରେ ଆଉ ଅଧିକ କିଛି କୁହାଯାଇପାରିବ ନାହିଁ । ଭିନେଶଙ୍କ ପ୍ରାଇଭେସିକୁ ସମ୍ମାନ ଜଣାଇବାକୁ ଭାରତୀୟ ଟିମ ଅନୁରୋଧ କରୁଛି ।"

କୁସ୍ତିଯୋଦ୍ଧା କେମିତି ହୁଅନ୍ତି ଡିସକ୍ୱାଲିଫାଏଡ୍ ?

ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଯେ କୌଣସି କୁସ୍ତି ଖେଳାଳିଙ୍କ ପାଇଁ ମ୍ୟାଚ୍ ଦିନ ସକାଳେ ଓଜନ-ଇନ୍ (Weigh-ins) କରାଯାଇଥାଏ ।
ଦୁଇଦିନର ଅବଧି ମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ଓଜନ ବର୍ଗର ପ୍ରତିଯୋଗିତା ଖେଳାଯାଇଥାଏ । ତେଣୁ ଫାଇନାଲକୁ ଉନ୍ନୀତ ହୋଇଥିବା ନିର୍ଦ୍ଦିଷ୍ଟ ଓଜନ ବର୍ଗ ମଧ୍ୟରେ ଲଢ଼ୁଥିବା କୁସ୍ତିଯୋଦ୍ଧା ଉଭୟ ଦିନ ନିଜର ଓଜନ ବଳବତ୍ତର ରଖିବାକୁ ବାଧ୍ୟ ହୁଅନ୍ତି ।

ପ୍ରଥମ ଓଜନ ସମୟରେ ରେସଲରମାନଙ୍କୁ ଓଜନ କରିବାକୁ ୩୦ ମିନିଟ୍ ସମୟ ମିଳିଥାଏ । ସେମାନେ ଯେତେଥର ଚାହିଁବେ ସ୍କେଲରେ ଯିବାର ଅଧିକାର ରହିଥାଏ । ପ୍ରତିଯୋଗୀମାନଙ୍କୁ ସେମାନଙ୍କର ଏକକ ଓଜନ କରାଯାଏ, ସାଙ୍ଗରେ ଅନ୍ୟ କିଛି ନୁହେଁ । ଏତିସହ କୌଣସି ସଂକ୍ରାମକ ରୋଗର ଚିହ୍ନ ମଧ୍ୟ ପରୀକ୍ଷା କରାଯାଏ । ଆଙ୍ଗୁଠି ନଖ ବହୁତ ଛୋଟ କଟା ହୋଇଥିବା ମଧ୍ୟ ଖେଳାଳିଙ୍କୁ ପରୀକ୍ଷା କରାଯାଏ । ଦ୍ୱିତୀୟ ଦିନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କୁସ୍ତି ଯୋଦ୍ଧାଙ୍କ ପାଇଁ ୱେଟ୍-ଇନ୍ ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥାଏ । ତେବେ ନିର୍ଦ୍ଧାରିତ ଓଜନରୁ ଅଧିକ ଓଜନ ହେଲେ ଖେଳାଳିଙ୍କୁ ଡିସକ୍ୱାଲିଫାଏଡ୍ ହେବାର ଡର ଥାଏ ।

ଅଧିକ ପଢନ୍ତୁ : କ୍ରୀଡାର ବଡ଼ ମଞ୍ଚରେ ବିରଳ ଦୃଶ୍ୟ; ୭ ମାସର ଗର୍ଭବତୀ ଖେଳିଲେ ଅଲିମ୍ପିକ୍ସ

୫୦ କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ ପାଇଁ ନିଶ୍ଚିତ ପଦକ ପକା କରିଥିଲେ ଭିନେଶ । ପଦକ ଠାରୁ ସେ ମାତ୍ର ଗୋଟିଏ ବିଜୟ ଦୂରରେ ରହିଥିଲେ । କ୍ୱାର୍ଟର ଫାଇନାଲରେ ୨୯ ବର୍ଷିୀୟା ଷ୍ଟାର କୁସ୍ତିଯୋଦ୍ଧା ଭିନେଶ, ୟୁରୋପିଅନ ଚାମ୍ପିୟନସିପ ବିଜେତା ଓ ୨୦୧୮ ୱାର୍ଲ୍ଡ ଚାମ୍ପିୟନସିପରେ ବ୍ରୋଞ୍ଜ ବିଜେତା ଲିଭାଚଙ୍କୁ ହରାଇଥିଲେ ।

କ୍ୱାର୍ଟରଫାଇନାଲ ପୂର୍ବରୁ ଭିନେଶ ଚଳିତ ଅଲିମ୍ପିକ୍ସର କୁସ୍ତି ପ୍ରତିଯୋଗିତାରେ ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଥିଲେ । ଅବିଶ୍ୱସନୀୟ ପ୍ରଦର୍ଶନ ସହ ୪ ଥରର ୱାର୍ଲ୍ଡ ଚାମ୍ପିୟନ୍ ତଥା ବର୍ତ୍ତମାନର ଗୋଲ୍ଡ ମେଡାଲିଷ୍ଟ ଥିବା ଜାପାନର ୟୁଇ ସୁସାକିଙ୍କୁ ପ୍ରି-କ୍ୱାର୍ଟର ଫାଇନାଲ ରାଉଣ୍ଡରେ ହରାଇଥିଲେ । ସେମିଫାଇନାଲରେ କ୍ୟୁବାର ୟୁସନେଲିସ୍ ଗୁଜମନ ଲୋପେଜଙ୍କୁ ସହଜରେ ହରାଇ ଫାଇନାଲରେ ପହଞ୍ଚିବା ପରେ ମହିଳା କୁସ୍ତିରେ ଗୋଲ୍ଡ ମେଡାଲ ସମ୍ଭାବନା ବଢ଼ିଥିଲା ।

Gold Medal Vinesh Phogat 2024 Paris Games Ace Wrestler Vinesh Phogat
Advertisment
Advertisment