Advertisment

Most Sixes Record: ଭାଙ୍ଗିଲା ୟୁନିଭର୍ସ ବସଙ୍କ ୮ ବର୍ଷର ରେକର୍ଡ, ପୂର୍ବତନ ଆରସିବି ଖେଳାଳି କଲେ ଏତିକି ରନ୍

ୟୁନିଭର୍ସ ବସ କ୍ରିସ ଗେଲଙ୍କ ୮ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି ଆଲେନ। ଗୋଟିଏ ଇନିଂସରେ ସବୁଠାରୁ ଅଧିକ ଛକା ମାରିବାରେ ସେ ବିଶ୍ବରେକର୍ଡ କରିଛନ୍ତି।

ଅଦ୍ୟତନ ହୋଇଛି
Allen

Allen

Advertisment

ଆରସିବି ପକ୍ଷରୁ ଗୋଟିଏ ସିଜନ ଖେଳିଥିବା ନ୍ୟୁଜିଲାଣ୍ଡର ଟପ ଅର୍ଡର ବ୍ୟାଟର ଫିନ ଆଲେନ ବିଶ୍ବ ରେକର୍ଡ କରିଛନ୍ତି। ୟୁନିଭର୍ସ ବସ କ୍ରିସ ଗେଲଙ୍କ ୮ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି ଆଲେନ। ଗୋଟିଏ ଇନିଂସରେ ସବୁଠାରୁ ଅଧିକ ଛକା ମାରିବାରେ ସେ ବିଶ୍ବରେକର୍ଡ କରିଛନ୍ତି। ୨୦୨୫ର ମେଜର ଲିଗ କ୍ରିକେଟ ଟୁର୍ନାମେଣ୍ଟରେ ସାନ ଫ୍ରାନସିସ୍କୋ ୟୁନିକର୍ନସ ପକ୍ଷରୁ ଖେଳିଥିଲେ ଆଲେନ। ୱାଶିଂଟନ ଫ୍ରିଡମ ବିପକ୍ଷରେ ସେ ମାରିଥିଲେ ୧୯ ଛକା। ପୂର୍ବରୁ ଏହି ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଥିଲା। ଗେଲ ବାଂଲାଦେଶ ପ୍ରିମିୟର ଲିଗରେ ଗୋଟିଏ ଇନିଂସରେ ମାରିଥିଲେ ୧୮ ଛକା।

Advertisment

ଆଲେନଙ୍କ ଇନିଂସ ବଳରେ ସାନ ଫ୍ରାନସିସ୍କୋ ୟୁନିକର୍ନସ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୨୬୯ ରନ କରିଥିଲା। ଆଲେନ ୫୧ ବଲରୁ ୫ ଚୌକା ଓ ୧୯ ଛକା ମାରି ୧୫୧ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହସନ ଖାନ ୩୮ ଓ ସଞ୍ଜୟ କ୍ରିଷ୍ଣମୂର୍ତ୍ତି ୩୬ ରନ କରିଥିଲେ। ଜବାବରେ ୱାଶିଂଟନ ଫ୍ରିଡମ ୧୪୬ ରନରେ ଅଲଆଉଟ ହୋଇଥିଲା। ଫ୍ରାନସିସ୍କୋ ୟୁନିକର୍ନସ ପକ୍ଷରୁ ହରିସ ରୌଫ ଓ ହସନ ଖାନ ୩ଟି ଲେଖାଏ ୱିକେଟ ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଆଲେନ ଗୋଟିଏ ସିଜନ ଆରସିବି ପକ୍ଷରୁ ଖେଳିଥିବା ବେଳେ ପରେ ଅନସୋଲ୍ଡ ରହିଥିଲେ।

ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକା-

ପୁନିତ ବିଷ୍ଟ- ମେଘାଳୟ ପକ୍ଷରୁ ଖେଳୁଥିବା ପୁନିତ ବିଷ୍ଟ ୫୧ ବଲରୁ ୧୪୬ ରନ କରିଥିଲେ। ଏହି ଇନିଂସରେ ୧୭ ଛକା ଓ ୬ ଚୌକା ସାମିଲ ଥିଲା।

Advertisment

କ୍ରିସ ଗେଲ-ଆଇପିଏଲରେ ଖେଳୁଥିବା ସମୟରେ ପୁନେ ୱାରିୟର୍ସ ଇଣ୍ଡିଆ ବିପକ୍ଷରେ ୧୭୫ ରନର ଇନିଂସ ଖେଳିଥିଲେ କ୍ରିସ ଗେଲ। ୬୬ ବଲର ଏହି ଇନିଂସରେ ସେ ମାରିଥିଲେ ୧୭ ଛକା ଓ ୧୩ ଚୌକା। ଏହା ସେ ସମୟରେ ଆଇପିଏଲ ଇତିହାସର ଦ୍ରୁତତମ ଶତକ ରହିଥିଲା।

ସାହିଲ ଚୌହାନ- ଏଷ୍ଟୋନିଆ ପକ୍ଷରୁ ଖେଳୁଥିବା ବଂଶଜ ଭାରତୀୟ ସାହିଲ ଚୌହାନ ସାଇପ୍ରସ ବିପକ୍ଷରେ ଗୋଟିଏ ଇନିଂସରେ ୧୮ ଛକା ମାରିଥିଲେ। ମାତ୍ର ୪୧ ବଲ ଖେଳି ସେ ୧୪୪ ରନ କରିଥିଲେ। ଏହି ଇନିଂସରେ ସେ ୧୮ ଛକା ଓ ୬ ଚୌକା ମାରିଥିଲେ।

Advertisment

କ୍ରିସ ଗେଲ- ବାଂଲାଦେଶ ପ୍ରିମିୟର ଲିଗରେ ୟୁନିଭର୍ସ ବସ କ୍ରିସ ଗେଲ ମାରିଥିଲେ ୧୮ ଛକା। ଡିସେମ୍ବର ୧୨, ୨୦୧୭ରେ ଗେଲ ୬୯ ବଲରୁ ଅପରାଜିତ ୧୪୬ ରନ କରିଥିଲେ। ଏହି ଇନିଂସରେ ସେ ୧୮ ଛକା ଓ ୫ ଚୌକା ମାରିଥିଲେ।

IPL RCB MLC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ