• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଅଷ୍ଟ୍ରେଲିଆ ଆଫଗାନିସ୍ତାନ ମଧ୍ୟରେ ବିଶ୍ବକପ ମୁକାବିଲା । ଉଭୟ ଦଳ ସେମିଫାଇନାଲ ରେସରେ ଅଛନ୍ତି । ଏଣୁ ଲଢ଼େଇ ଘମାଘୋଟ ହେବ ବୋଲି ଆଶା କରା ଯାଇପାରେ । ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ସେମିଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଆଜିର ମ୍ୟାଚ ନଜିତିଲେ, ଆଫଗାନିସ୍ତାନ ସେମି ଦୌଡ଼ରୁ ବାଦ ପଡ଼ିବ । ଏଣୁ ଦଳ ପାଇଁ ଆଜି କର ଅବା ମର ମ୍ୟାଚ ।

ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ତେବେ ପ୍ୟାଟ କମିନ୍ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଦଳ ମଜବୁତ ରହିଛି । ଗତ ମ୍ୟାଚରେ ଦଳ ବିଜୟୀ ହୋଇଥିବାରୁ ଏହି ଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ । ମୁମ୍ବାଇ ପିଚ୍ ବ୍ୟାଟରଙ୍କୁ ସହାୟତା ଦେଉଥିବାରୁ ଏଠାରେ ଏକ ବଡ଼ ସ୍କୋରର ମୁକାବିଲା ଦେଖିବାକୁ ମିଳିପାରେ ।

ଅଷ୍ଟ୍ରେଲିଆ ପାଇଁ ସବୁଠାରୁ ବଡ଼ ସମସ୍ୟା ମଧ୍ୟକ୍ରମ ବ୍ୟାଟିଂ ଲାଇନ ରହିଛି । ସ୍ମିଥ ଓ ଲାବୁସାନେ ନିଜ ଫର୍ମ ପାଇଁ ସଙ୍ଘର୍ଷ କରୁଛନ୍ତି । ଓପନର ଡେଭିଡ ୱାର୍ଣ୍ଣର ଭଲ ଲୟରେ ରହିଛନ୍ତି । ଅନ୍ୟପଟେ ଆଫଗାନିସ୍ତାନ ମଧ୍ୟ ବିଶ୍ବକପରେ ବିପର୍ଯ୍ୟୟ ଘଟାଇବାକୁ ସକ୍ଷମ । ବର୍ତ୍ତମାନ ପର୍ଯ୍ୟନ୍ତ ୭ ଟି ମ୍ୟାଚରୁ ୪ ଟି ମ୍ୟାଚ ଜିତି ସାରିଛି । ଦଳଗତ ପ୍ରଦର୍ଶନ ଭଲ ରହିଲେ ଅଷ୍ଟ୍ରେଲିଆକୁ ମାତ ଦେଇ ଦଳ ସେମିଫାଇନାଲ ଦୌଡ଼ରେ ରହିପାରେ । ନିକଟରେ ଅଫଗାନିସ୍ତାନ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ତକୁ ହରାଇ ମନୋବଳ ଦୃଢ଼ କରିଛି ।

ଆଫଗାନିସ୍ତାନ ନିକଟରେ ଶକ୍ତିଶାଳୀ ସ୍ପିନ ବାହିନୀ ରହିଛି, ଯାହା ଅଷ୍ଟ୍ରେଲିଆ ବ୍ୟାଟରମାନଙ୍କୁ ଅଟକାଇବାର କ୍ଷମତା ରଖେ । କହିବାକୁ ଗଲେ, ଆଜିର ମ୍ୟାଚ ମୁଖ୍ୟତଃ ଅଷ୍ଟ୍ରେଲିଆ ବ୍ୟାଟର ଓ ଆପଗାନିସ୍ତାନ ସ୍ପିନ ମଧ୍ୟରେ ହେବ ।