• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଏବେ ପାରାଲିମ୍ପିକ୍ସ ଉପରେ ସମସ୍ତଙ୍କ ନଜର ।

  • ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଟୋକିଓରେ ଆୟୋଜିତ ହେବ ପାରାଲିମ୍ପିକ୍ସ ।

  • ରାଜସ୍ଥାନରୁ ୬ ଜଣ ଖେଳାଳି ଭାଗ ନେଇଛନ୍ତି ।

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ -୨୦୨୦ ପରେ, ଏବେ ପାରାଲିମ୍ପିକ୍ସ ଉପରେ ସମସ୍ତଙ୍କ ନଜର । ଆଜିଠାରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଟୋକିଓରେ ଆୟୋଜିତ ହେବ ପାରାଲିମ୍ପିକ୍ସ । ଏଥିରେ ଦେଶର ୫୪ ଜଣ ଆଥଲେଟ୍‌ ଅଂଶଗ୍ରହଣ କରିଥିବା ବେଳେ କେବଳ ରାଜସ୍ଥାନରୁ ୬ ଜଣ ଖେଳାଳି ଭାଗ ନେଇଛନ୍ତି । ଗତ ଦୁଇ ବର୍ଷ ହେବ ପାରାଲିମ୍ପିକ୍ସରେ ରାଜସ୍ଥାନର ଦେବେନ୍ଦ୍ର ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏଥର ରାଜସ୍ଥାନର ତିନିଜଣ ଖେଳାଳି ଜାଭେଲିନ୍ ଥ୍ରୋରେ ଭାଗ ନେଇଛନ୍ତି। ତୀରନ୍ଦାଜୀ, ବ୍ୟାଡମିଣ୍ଟନ ଏବଂ ସୁଟିଂରେ ମଧ୍ୟ ରାଜସ୍ଥାନୀ ଖେଳାଳିମାନେ ଭାଗ ନେଇଛନ୍ତି । ସେମାନଙ୍କଠାରୁ ମଧ୍ୟ ଦେଶ ପଦକ ଆଶା ରଖିଛି । କେବଳ ରାଜସ୍ଥାନ ନୁହେଁ ସାରା ଦେଶର କ୍ରୀଡାପ୍ରେମୀଙ୍କ ଆଖି ଏମାନଙ୍କ ଉପରେ ରହିଛି ।

ରାଜସ୍ଥାନର ଖେଳାଳିଙ୍କ ବିଷୟରେ ଯଦି କହିବା ତେବେ, ତାଲିକାର ଶୀର୍ଷରେ ଅଛନ୍ତି ଚୁରୁର ଦେବେନ୍ଦ୍ର ଝାଝାଡ଼ିଆ । ଜାଭେଲିନ୍ ଥ୍ରୋ’ରେ ଦେବେନ୍ଦ୍ର ଏଥର ନିଜ ପୁରୁଣା ରେକର୍ଡ ଭାଙ୍ଗି ପାରାଲିମ୍ପିକ୍ସ ପାଇଁ ଟିକଟ ପାଇଥିଲେ । ଦେବେନ୍ଦ୍ର ଦେଶ ପାଇଁ ଦୁଇଥର ସ୍ୱର୍ଣ୍ଣ ପଦକ ଜିତି ସାରିଲେଣି। ଏଥର ତୃତୀୟ ପଦକ ପାଇଁ ମଧ୍ୟ ସେ ନିଜର ସମସ୍ତ ପ୍ରସ୍ତୁତି କରିଛନ୍ତି । ୨୦୦୪ରେ ଏଥେନ୍ସରେ ଦେବେନ୍ଦ୍ର ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପରେ, ୨୦୧୬ରେ ରିଓ ଡି ଜେନେରିଓ ପାରାଲିମ୍ପିକ୍ସରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଦେବେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ମୋଦି ବି ଉତ୍ସାହିତ କରିଥିଲେ

ଦେବେନ୍ଦ୍ର, ଅର୍ଜୁନ ପୁରସ୍କାର ଏବଂ ଖେଲ ରତ୍ନ, ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । ଦେବେନ୍ଦ୍ରଙ୍କ ହାତ ପିଲା ଦିନରୁ ଅର୍ଥାତ ୮ ବର୍ଷ ବୟସରୁ ଅଚଳ ହୋଇଯାଇଛି । ସେ ଏକ ଗଛରେ ଚଢ଼ିଥିବା ବେଳେ ସେଥିରେ ବିଦ୍ୟୁତ ସଂଯୋଗ ହୋଇଥିଲା । ଯାହାଫଳରେ ତାଙ୍କ ହାତ କାଟିବାକୁ ପଡ଼ିଥିଲା । ଏହାସତ୍ତ୍ୱେ ତାଙ୍କ ଆତ୍ମବିଶ୍ୱାସ କମିନଥିଲା । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଉତ୍ସାହିତ କରିଥିଲେ । ପୁରୁଷ ଜାଭେଲିନ୍ ଥ୍ରୋ F46 ରେ ସେ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା ଅଗଷ୍ଟ ୩୦ରେ ଅନୁଷ୍ଠିତ ହେବ ।

ସୁନ୍ଦର ଗୁର୍ଜର

ସେହିଭଳି ଆଉ ଜଣେ ଖେଳାଳି ହେଲେ କରୌଲିର ସୁନ୍ଦର ଗୁର୍ଜର । ସେ ମଧ୍ୟ ଜଣେ ଆଥ୍‌ଲେଟ୍‌ । ତାଙ୍କଠାରୁ ମଧ୍ୟ ଦେଶ ପଦକ ଆଶା ରଖିଛି । ୨୦୧୬ରେ ଏକ ଦୁର୍ଘଟଣାରେ ସୁନ୍ଦରଙ୍କୁ ନିଜ ହାତ ହରାଇବାକୁ ପଡ଼ିଥିଲା । ସେ ପାରା ଆଥଲେଟିକ୍‌ସରେ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି । ୨୦୧୮ରେ ଏସିଆନ୍‌ ଗେମ୍ସରେ ମଧ୍ୟ ସେ ରୌପ୍ୟ ଏବଂ କାଂସ୍ୟ ପଦକ ହାସଲ କରିଥିଲେ ।

ସନ୍ଦିପ ଚୌଧରୀ

ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ପାରାଲିମ୍ପିକ୍ସରେ ଭାଗନେଇଥିବା ଆଉ ଜଣେ ଦମଦାର ଖେଳାଳି ରାଜସ୍ଥାନ ଝୁନ୍‌ଝୁନ୍‌ର ସନ୍ଦିପ ଚୌଧରୀ । ଦୁବାଇରେ ଖେଳାଯାଇଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିଭଳି ଏସିଆ ପାରା ଆଥ୍‌ଲେଟିକ୍ସରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମଧ୍ୟ ପୁରୁଷ ଜାଭେଲିନ୍ ଥ୍ରୋ F46 ରେ ବର୍ଗରେ ଭାଗ ନେଇଛନ୍ତି ।

କୃଷ୍ଣ ନାଗର, ବ୍ୟାଡମିଣ୍ଟନ୍, ଖେଳାଳି

ପାରା କ୍ରୀଡ଼ାରେ ଜୟପୁରର କୃଷ୍ଣ ନାଗର ୨୨ ବର୍ଷ ବୟସରେ ବ୍ୟାଡମିଣ୍ଟନରେ କ୍ୱାଲିଫାଏ କରିଛନ୍ତି । ଅନେକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ପଦକ ମଧ୍ୟ ଜିତିଛନ୍ତି । ୨୦୧୯ ମସିହାରେ କୃଷ୍ଣ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସେ ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଦୁବାଇ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଚାମ୍ପିଅନସିପରେ ଦୁଇଟି ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି ।

ଅବନୀ ଲେଖରା, ସୁଟର

ପାରାଲିମ୍ପିକ୍ସ ଖେଳାଳିଙ୍କ ମଧ୍ୟରେ ଅବାନୀ ଲେଖରାଙ୍କଠାରୁ ସୁଟିଂରେ ପଦକ ଆଶା ରହିଛି । ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅବନୀ ଅନେକ ପଦକ ଜିତିଛନ୍ତି । ଜୟପୁରର ପାରା ସୁଟର ଅବନୀ ଲେଖରା ବିଶ୍ୱକପ୍‌ର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ୨୦୧୨ ମସିହାରେ ଏକ ଦୁର୍ଘଟଣା ଯୋଗୁଁ ଅବନୀ ଏବେ ହ୍ୱିଲ୍‌ ଚେୟାରରେ । ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିବା ତାଙ୍କର ଲକ୍ଷ ।

ଶ୍ୟାମ ସୁନ୍ଦର, ତୀରନ୍ଦାଜ

ସେହିଭଳି ଆଉ ଜଣେ ଖେଳାଳି ହେଲେ ଶ୍ୟାମ ସୁନ୍ଦର । ତୀରନ୍ଦାଜୀରେ ଶ୍ୟାମ ସୁନ୍ଦର ପାରାଲିମ୍ପିକ୍ସରେ ରାଜସ୍ଥାନରୁ କ୍ୱାଲିଫାଏ କରିବାକୁ ଯାଉଛନ୍ତି । ବିକାନେରର ବାସିନ୍ଦା ଶ୍ୟାମ ସୁନ୍ଦରଙ୍କର ପିଲାଦିନରୁ ଗୋଡ ଖରାପ ଥିଲା । କିନ୍ତୁ ଶରୀରର ଏହି ଅଭାବ ତାଙ୍କ ଉତ୍ସାହକୁ ରୋକି ପାରି ନଥିଲା । ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ତୀରନ୍ଦାଜ ଶ୍ୟାମ ସୁନ୍ଦର ନିଜକୁ ସକ୍ଷମ ପ୍ରମାଣ କରିଛନ୍ତି । ସେ ୨୦୧୮ ରେ ଜାକର୍ତ୍ତାରେ ଆୟୋଜିତ ଏସୀଆନ୍‌ ଗେମ୍ସ ଏବଂ ଦୁବାଇରେ ଅନୁଷ୍ଠିତ ଫାଜା ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ସମେତ ଅନେକ ଆନ୍ତର୍ଜାତୀୟ ମୁକାବିଲାରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି ।