/odishatv-khabar/media/post_attachments/uploadimage/library/16_9/16_9_0/Ind_VS_Sa_1703133416.jpg)
Ind VS Sa
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ବୋଲାଣ୍ଡ ପାର୍କ ଠାରେ ଭାରତୀୟ ସମୟ ଦିନ ୪ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍ । ଏବେ ସୁଦ୍ଧା ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି । ଆଜି ଶେଷ ମ୍ୟାଚ ନିର୍ଣ୍ଣାୟକ ହୋଇଥିବା ବେଳେ ସିରିଜ କବଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଉଭୟ ଦଳ । ତେବେ ଉଭୟ ଦଳରେ ବିଶେଷ ପରିବର୍ତ୍ତନ ହୋଇନଥିବା ଜଣାପଡିଛି ।
ଭାରତ ପ୍ରଥମ ମ୍ୟାଚକୁ ୨୦୦ ବଲ ବାକି ଥାଇ ୮ ୱିକେଟରେ ଜିତି ନେଇଥିଲା । ଅନ୍ୟପଟେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ଘରୋଇ ଦଳ ସମାନ ଢଙ୍ଗରେ ଜିତିଥିଲା । ଏଣୁ ସିରିଜ ବରାବର ସ୍ଥିତିକୁ ଚାଲି ଆସିଥିଲା । ଆଜିର ମ୍ୟାଚ ଜିତି ସିରିଜ କବ୍ଜା କରିବାକୁ ଚାହିଁବେ ଉଭୟ ଦଳ । ଭାରତ ଯଦି ସିରିଜ ଜିତେ, ତେବେ ଦକ୍ଷିଣ ଆଫ୍ରିକା ମାଟିରେ ଏହା ଦ୍ୱିତୀୟ ଦିନିକିଆ ସିରିଜ ବିଜୟ ହେବ ।
ଜିତିବା ପାଇଁ ଉଭୟ ଓପନରଙ୍କୁ ଭଲ ଆରମ୍ଭ କରିବାକୁ ପଡ଼ିବ । ଅଭିଜ୍ଞଙ୍କ ଅନୁପସ୍ଥିତିରେ ଭାରତୀୟ ଯୁବ ଖେଳାଳିମାନେ ଚମକ ଦେଖାଇ ପାରି ନାହାନ୍ତି । ପ୍ରଥମ ଦିନିକିଆରେ ଅର୍ଶଦୀପ, ଆଭେସଙ୍କ ସମେତ ଅନ୍ୟ ବୋଲରମାନେ ଦମଦାର ପ୍ରଦର୍ଶନ ଦେଇଥିଲେ । ଆଜି ମଧ୍ୟ ସେପରି ପ୍ରଦର୍ଶନ ଦେବାକୁ ପଡ଼ିବ ।
ଭାରତୀୟଙ୍କୁ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ହେବ । ଅନ୍ୟପଟେ ଘରୋଇ ପରିବେଶରେ ଖେଳୁଥିବାରୁ ଦକ୍ଷିଣ ଆଫ୍ରିକା ଭଲ ସ୍ଥିତିରେ ରହିଛି । ଘରୋଇ ପରିବେଶର ଫାଇଦା ଉଠାଇବାକୁ ପ୍ରୟାସ କରିବ ଦଳ । ଅନ୍ୟପଟେ ପିଚ ବ୍ୟାଟରଙ୍କୁ ସୁହାଇବ ବୋଲି ସୂଚନା ।
ଗତ ମ୍ୟାଚ ଗୁଡ଼ିକରେ ଦକ୍ଷିଣ ଆଫ୍ରିକା ବୋଲରମାନେ ଘାତକ ସାବ୍ୟସ୍ତ ହୋଇଥିଲେ । ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଏହି ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)