Advertisment

କଇଁଛର ଭବିଷ୍ୟବାଣୀ: ଆର୍ଜେଣ୍ଟିନା ହେବ ଚାମ୍ପିୟନ !

ଯଦି ତାର ପୂର୍ବାନୁମାନ ସତ ହୁଏ, ତେବେ ଇତିହାସ ସୃଷ୍ଟି କରିବେ ଲିଓନେଲ ମେସିଙ୍କ ଟିମ୍

author-image
Chandan Shishu
ଅଦ୍ୟତନ ହୋଇଛି
 FIFA World Cup 2022 grand finale predictions by turtles

FIFA World Cup 2022 grand finale predictions by turtles

ଆଜି ଖେଳାଯିବ ଫିଫା ବିଶ୍ୱକପ୍ ଫାଇନାଲ। ଆର୍ଜେଣ୍ଟିନା ଓ ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସ ମଧ୍ୟରେ ହେବ ଟାଇଟଲ ଟକ୍କର। ଏଥର କିଏ ହେବ ଚାମ୍ପିୟନ, ଏହାକୁ ନେଇ କିଏ କେତେ ଭବିଷ୍ୟବାଣୀ କଲେଣି। ଏକ କଇଁଛର ପୂର୍ବାନୁମାନ ଅନୁସାରେ ଏଥର ଚାମ୍ପିୟନ ହେବ ଆର୍ଜେଣ୍ଟିନା। ଏହି କଇଁଛ ଆଗରେ ରଖାଯାଇଥିଲା ରର୍ଜେଣ୍ଟିନା ଓ ଫ୍ରାନ୍ସର ପତାକା।

Advertisment

ଆର୍ଜେଣ୍ଟିନାକୁ ହିଁ ବାଛିଛି ଏହି କଇଁଛ। ଯଦି ତାର ପୂର୍ବାନୁମାନ ସତ ହୁଏ, ତେବେ ଇତିହାସ ସୃଷ୍ଟି କରିବେ ଲିଓନେଲ ମେସିଙ୍କ ଟିମ୍, ଚାମ୍ପିୟନ ହେବ ଆର୍ଜେଣ୍ଟିନା।  ଏହା ଆଗରୁ ଦୁଇ ଥର ୧୯୭୮ ଓ ୧୯୮୬ରେ ଚାମ୍ପିୟନ ହୋଇଛି ଏହି ଟିମ୍। ଫ୍ରାନ୍ସ ମଧ୍ୟ ଦୁଇ ଥର ଚାମ୍ପିୟନ ହୋଇଛି, ୧୯୯୮ରେ ପ୍ରଥମ ଥର ଓ ୨୦୧୮ରେ ଦ୍ୱିତୀୟ ଥର। ଦେଖାଯାଉ ମେସିଙ୍କୁ ମିଳୁଛି ଟାଇଟଲ ନା ଏମ୍ବାପେ ମାରିବେ ବାଜି। ଏହି କଇଁଛ ତ କହୁଛି ଆର୍ଜେଣ୍ଟିନା ହେବ ଚାମ୍ପିୟନ।

କିଏ ପିନ୍ଧିବ ବିଶ୍ୱକପ୍ ଫୁଟବଲର ତାଜ୍? ରବିବାର ଦୁଇ ପୂର୍ବତନ ଚାମ୍ପିୟନ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଟାଇଟଲ ମୁକାବିଲା ହେବାକୁ ଥିବା ବେଳେ, ବଢ଼ିଛି ଫୁଟବଲ ପ୍ରେମୀଙ୍କ ଉତ୍କଣ୍ଠା। ପ୍ରାରମ୍ଭିକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଦୁର୍ବଳ ସାଉଦି ଆରବ ଠାରୁ ହାରିଯିବା ପରେ ନିରାଶ ହୋଇଥିଲେ ମେସି ଫ୍ୟାନ୍। ମାତ୍ର ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ ଆମେରିକୀୟ ପାଓ୍ୱାରହାଉସ କମବ୍ୟାକ୍ କରିବା ସହ, ଫାଇନାଲରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚ୍‌ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଛି।  ଲିଓନେଲ ମେସି ସମ୍ମୁଖରୁ ନେତୃତ୍ୱ ନେବା ସହ ନିଜେ ଗୋଲ ସ୍କୋର କରିବା ସହ ସାଥି ଖେଳାଳିଙ୍କ ଲାଗି ସ୍କୋର କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ଅନ୍ୟପକ୍ଷରେ ଆଲଭରେଜ୍ ଓ ଫର୍ଣ୍ଣାଣ୍ଡେଜ୍ ମଧ୍ୟ ଟପ୍ ଫର୍ମକୁ ଫେରିଥିବାରୁ ଦଳ ଚାମ୍ପିୟନ ହେବା ଲାଗି ହଟ୍ ଫେଭରାଇଟ୍ ରହିଛି।

Advertisment
FIFA Football FIFA World Cup
Advertisment
Advertisment