Team India In Barabati Stadium: ବାରବାଟୀରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ପ୍ରବଳ ଭିଡ଼

ବାରବାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ । ଫ୍ୟାନ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ । ଆସନ୍ତା କାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଦିନକ ପୂର୍ବରୁ ଫ୍ୟାନଙ୍କ ସୁଅ ଛୁଟିଛି କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମକୁ ।

ବାରବାଟୀରେ ପହଞ୍ଚିଲା ଟିମ୍ ଇଣ୍ଡିଆ ।

ବାରବାଟୀରେ ପହଞ୍ଚିଲା ଟିମ ଇଣ୍ଡିଆ । ଫ୍ୟାନ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ଉତ୍ସାହିତ ରହିଛନ୍ତି । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ । ଆସନ୍ତା କାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଫ୍ୟାନଙ୍କ ଭିଡ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ରହିଛି କମିଶନରେଟ ପୋଲିସ ।

ପ୍ରି-ମ୍ୟାଚ ଅର୍ଥାତ ନେଟ ପ୍ରାକ୍ଟିସ ଦୁଇ ଘଣ୍ଟା ଧରି ଚାଲିବ । ଆସନ୍ତା କାଲିର ହାଇଭୋଲ୍ଟେଜ ମ୍ୟାଚ ଦେଖିବା ପାଇଁ ଟିକେଟ ଖଣ୍ଡିଏ ନପାଇ ନିରାଶ ହୋଇଛନ୍ତି ଅନେକ କ୍ରିକେଟ ପ୍ରେମୀ । ତେଣୁ ଏହି ଦୁଇ ଘଣ୍ଟିଆ ଅଭ୍ୟାସକୁ ଦେଖିବାକୁ ଚାହିଁ ରହିଛନ୍ତି ଦର୍ଶକ । ନିଜ ପ୍ରିୟ ଖେଳାଳିଙ୍କ ଝଲକ ପାଇବା ପାଇଁ ବ୍ୟଗ୍ର ହୋଇ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । କେବଳ ଷ୍ଟାଡିୟମ ଭିତରେ ନୁହେଁ ଷ୍ଟାଡିୟମ ବାହାରେ ମଧ୍ୟ ଦେଖିବାକୁ ମିଳୁଛି କ୍ରିକେଟ ଫିଭର ।

ଆସନ୍ତା କାଲିର ମ୍ୟାଚ୍‌କୁ ହାଇସ୍କୋରିଂ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଇଛି ଓସିଏ । ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଆସିଥିବା କଳାମାଟିକୁ ପିଚରେ ବ୍ୟବହାର କରାଯାଇଛି । ଏହା ସହିତ ମୁମ୍ବାଇରୁ ଆସିଥିବା ନାଲିମାଟିରେ ବି ତିଆରି କରାଯାଇଛି ଆଉ ଏକ ପିଚ୍ । ଅଷ୍ଟ୍ରେଲିଆରୁ ସାର ବି ଆସିଥିଲା । ସେହିପରି ପ୍ରଥମ ଥର ପାଇଁ ଲିଜେଣ୍ଡାରୀ ବକ୍ସ କରାଯାଇଛି । ଯେଉଁଠି ବସିବେ ରାଜ୍ୟକୁ ଗୌରାବନ୍ବିତ କରିଥିବା ବ୍ୟକ୍ତିବିଶେଷ ।

ଅଧିକ ପଢ଼ନ୍ତୁ : କାଲି ବାରବାଟୀ ମ୍ୟାଚ: ଲଢ଼େଇ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି

ଶେଷ ଥର ପାଇଁ ୧୨ ଜୁନ, ୨୦୨୨ରେ ଦକ୍ଷିଣ ଆଫ୍ରିକା ଏବଂ ଟିମ୍ ଇଣ୍ଡିଆ ମଧ୍ୟରେ ହୋଇଥିଲା ଟି-ଟ୍ବେଣ୍ଟି ଟକ୍କର । ଏବେ ୨ ବର୍ଷର ବ୍ୟବଧାନରେ ଦିନକ ପରେ ହେବାକୁ ଯାଉଛି ଇଂଲଣ୍ଡ ବିପକ୍ଷ ଦିନିକିଆ ଲଢ଼େଇ । ଅପେକ୍ଷା କିଏ ପିନ୍ଧୁଛନ୍ତି ବାରବାଟୀରେ ବିଜୟ ମୁକୁଟ ।

ଅଧିକ ପଢ଼ନ୍ତୁ : ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଚାମ୍ପିଅନ୍ସ ଟ୍ରଫି