Advertisment

ଶେଷ ମ୍ୟାଚ୍‌ ଟାଇ: ସିରିଜ ଜିତିଲା ଭାରତ

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ୍ ହୋଇଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
IND vs NZ 3rd T20 Score

IND VS NZ

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଟାଇରେ ଶେଷ। ବର୍ଷା ଯୋଗୁଁ ଖେଳ ଅଧାରୁ ବନ୍ଦ ହେବାରୁ ଟାଇ ଘୋଷଣା ହୋଇଛି। ୧୬୧ ଟାର୍ଗେଟ ନେଇଥିବା ଭାରତ ସ୍କୋର ୭୫/୪ ଥିବା ବେଳେ ବର୍ଷା ହେବାରୁ ମ୍ୟାଚ ଅଟକିଥିଲା। ଏହା ଫଳରେ ଭାରତ ସିରିଜକୁ ୧-୦ରେ ଜିତି ନେଇଛି ।

Advertisment

ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ଓ ମହମ୍ମଦ ସିରାଜ ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Advertisment

ଦଳ ଆଶା ଅନୁସାରେ ଭଲ ଆରମ୍ଭ କରି ପାରି ନଥିଲା। ଫିନ ଆଲେନ(୩) ଓ ମାର୍କ ଚାପମ୍ୟାନ(୨) ପାୱାର ପ୍ଲେ ମଧ୍ୟରେ ପ୍ୟାଭିଲିୟନ ଫେରିଥିଲେ। ତେବେ ତୃତୀୟ ୱିକେଟ ପାଇଁ ଡେଭନ କନୱେ(୫୯) ଓ ଗ୍ଲେନ ଫିଲିପ୍ସ(୩୩ ବଲରେ ୫୪) ସ୍ଥିତି ସମ୍ଭାଳିଥିଲେ।

ଉଭୟ ଦମଦାର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୪୪ରୁ ନେଇ ୧୩୦ରେ ପହଞ୍ଚାଇଥିଲେ। ହେଲେ ମହମ୍ମଦ ସିରାଜ ପ୍ରଥମେ ଫିଲିପ୍ସ ଓ ପରେ ଅର୍ଶଦୀପ ସିଂହ ୫୯ ରନ କରିଥିବା କନୱେଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ରନ ସଂଗ୍ରହହାରରେ ବ୍ରେକ ଲଗାଇଥିଲେ।

ଏହି ଦୁଇ ଜଣ ଆଉଟ ହେବା ପରେ ବ୍ଲାକ କ୍ୟାପ୍ସର ଅନ୍ୟ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ। ଶେଷରେ ନ୍ୟୁଜିଲ୍ୟାଣ୍ଡ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୬୦ରେ ଅଟକି ଯାଇଥିଲା। ଦଳ ଶେଷ ୩୦ ରନରେ ୮ଟି ୱିକେଟ ହରାଇଛି।

Ind Vs NZ
Advertisment
Advertisment