Advertisment

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲରେ ଚମତ୍କାର ଦେଖାଇବେ କି ଶୁଭମନ୍‌ ଗିଲ୍ ?

ଶୁବମନ୍‌ ୧୫ଟି ଟେଷ୍ଟ ଖେଳିଥିବା ବେଳେ ଆଭରେଜ୍‌ ରନ୍‌ରେଟ୍‌ ୩୪.୨୩ ରହିଛି।  ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୫ଟି ଲେଖାଏଁ ଚେଷ୍ଟ ମ୍ୟାଚ ଖେଳିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Talented young batsman Shubman Gill play wtc final

Talented young batsman Shubman Gill play wtc final

ଆସନ୍ତାକାଲି ଇଂଲଣ୍ଡ ଓଭାଲରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ(WTC Final)। କାଲିଠୁ ଗ୍ରାଉଣ୍ଡ୍‌ରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। କଙ୍ଗାରୁ ଟିମ୍‌ ସହ ଖେଳିବାକୁ ଫୁଲ୍‌ ଦମ୍‌ରେ ଓହ୍ଲାଇବ ଇଣ୍ଡିଆ। କିନ୍ତୁ ସମସ୍ତଙ୍କ ନଜର IPL ଆଇକନ୍‌ ଶୁଭମନ୍‌ ଗିଲ୍‌। କାହିଁକିନା ସବୁ ଫର୍ମାଟ୍‌ ପାଇଁ ସେ ଏବେ ଫିଟ୍‌।

Advertisment

ଚଳିତ ଆଇପିଏଲ୍‌ ସିଜିନ୍‌ରେ ଧୁଆଁଦାର ବ୍ୟାଟିଂ କରିଥିଲେ ୨୩ ବର୍ଷିୟ କ୍ରିକେଟର୍‌ ଶୁଭମନ୍‌ ଗିଲ୍। ସେ ଗୁଜରାଟ ଟାଇଟନ୍ସ ପାଇଁ ଖେଳିଥିଲେ। ସେ ପ୍ରତିଟି ମ୍ୟାଚ୍‌ରେ ଚଉକା ଛକା ବର୍ଷା କରିଥିଲେ। ଏପରିକି ଚଳିତ ସିଜିନ୍‌ରେ ସେ ତିନି ତିନି ଶତକ ମାରି ରେକର୍ଡ କରିଥିଲେ।  ଟୁର୍ଣ୍ଣାମେଣ୍ଟରେ ୮୯୦ ରନ୍‌ କରି ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ। 

ଶୁଭମନ୍‌ ହିଁ ଭାରତର ପ୍ରଥମ ବ୍ୟାଟସମାନ, ଯିଏକି ଗୋଟିଏ ବର୍ଷରେ ଟେଷ୍ଟ, ଦିନିକିଆ ଓ T-20 ଫର୍ମାଟ୍‌ରେ ଶତକ ହାସଲ କରିଛନ୍ତି। ତେବେ ପୂର୍ବ ଧାରା ତଥା ବ୍ୟାଟିଂକୁ ଦେଖିଲେ ଶୁଭମନ୍‌ ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି। 

Advertisment

୨୦୨୧ରେ ଖେଳାଯାଇଥିବା WTC Finalରେ ଭାରତୀୟ ଟିମ୍‌ରେ ଥିଲେ ଶୁବମନ୍‌। କିନ୍ତୁ ନ୍ୟୁଜଲାଣ୍ଡ ଠାରୁ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା। ଏଥିରେ ଶୁଭମନ୍‌ ଦୁଇଟି ଇଂନିସ୍‌ରେ ୨୮ ଓ ୮ ରନ୍‌ କରିଥିଲେ। 

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଶୁଭମନ୍‌ କହିଛନ୍ତି ଯେ ରେଡ୍‌ ବଲ୍‌ କ୍ରିକେଟ୍‌ରେ ଖେଳିବା ଅନୁଭବ ବହୁତ ଭଲ ରହିଛି। ମୁଁ ପାଖାପାଖି ୧୫ ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଛି। ମୁଁ ଅନେକ ଥର ଖେଳିବାରେ ବହୁତ କିଛି ଶିଖିବାକୁ ପାଇଛି। ବିଭିନ୍ନ ପିଚ୍‌ ତଥା ବିଭିନ୍ନ ଟ୍ରାକ୍‌ରେ ଯେପରିକି ବାଉନ୍ସ ପିଚ୍‌, ସ୍ପିନ୍‌ ପିଚ୍‌ରେ ଖେଳିବାକୁ ପଡ଼ିଛି। ମୁଁ ସବୁ ଟ୍ରାକ୍‌ରେ ଖେଳିବାକୁ ଭଲପାଏ। 

କ୍ୟାରିଅର୍‌:
ଶୁବମନ୍‌ ୧୫ଟି ଟେଷ୍ଟ ଖେଳିଥିବା ବେଳେ ଆଭରେଜ୍‌ ରନ୍‌ରେଟ୍‌ ୩୪.୨୩ ରହିଛି।  ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୫ଟି ଲେଖାଏଁ ଚେଷ୍ଟ ମ୍ୟାଚ ଖେଳିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ୫ଟି ଟେଷ୍ଟରେ ୪୧୩ ରନ୍‌ କରିଛନ୍ତି, ଆଭରେଜ୍‌ ରନ୍‌ରେଟ୍‌ ୫୧.୬୨ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। 

୨୦୨୦-୨୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶୁବମନ୍‌ଙ୍କ ଟେଷ୍ଟ ଡେବ୍ୟୁ କରିଥିଲେ। ସେତେବେଳେ ଅଜିଙ୍କ୍ୟା ରାହେଣେଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହି ଟୁର୍‌ରେ ଶୁଭମନ୍‌ ୩ଟି ଟେଷ୍ଟ ଖେଳି ୨୫୯ ରନ୍‌ କରିଥିଲେ। 

ଶୁଭମନ୍‌ କହିଛନ୍ତି ଯେ ମେଲବୋର୍ଣ୍ଣରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ମୋ ପାଇଁ ପ୍ରଥମ ଥିଲା। ଡ୍ରେସିଂ ରୁମ୍‌ରେ ସିନିଅର୍‌ଙ୍କ ଠାରୁ ଅନେକ କିଛି ଶିଖିବାକୁ ପାଇଛି। ବିଷେଷ କରି ବିରାଟ ଭାଇ, ରୋହିତ ଭାଇ, ଅଜିଙ୍କ୍ୟା, ପୁଜାରାଙ୍କ ସହ ଖେଳିବା ମୋ ପାଇଁ ଅନୁଭବର ସମୟ ଥିଲା।    

WTC Final Shubman Gill
Advertisment
Advertisment