Advertisment

ସ୍ୱଦେଶ ଫେରିଲା ଟିମ୍ ଇଣ୍ଡିଆ; ଆଜି ସଂଧ୍ୟାରେ ଗ୍ରାଣ୍ଡ୍ ସେଲିବ୍ରେସନ୍

ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଆସି ପହଞ୍ଚିଛି। ଆଜି ସଂଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍।

ଅଦ୍ୟତନ ହୋଇଛି
T20 world Champion Team India Arrives Home

T20 World Cup trophy is home

Advertisment

ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ। ଆଉ ବିଶ୍ବ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ଜମିଛି ଭିଡ଼। ବିମାନ ବନ୍ଦର ବାହାରେ ଶହ ଶହ ସଂଖ୍ୟାରେ ଫ୍ୟାନ୍ ଆସି ଅପେକ୍ଷା କରି ରହିଛନ୍ତି। ନିଜ ଫେଭରେଟ୍ ଟିମ୍ କୁ ଦେଖିବା, ସ୍ବାଗତ କରିବାକୁ, କୋଲେଇ ନେବାକୁ।

Advertisment

ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଆସି ପହଞ୍ଚିଛି। ଆଜି ସଂଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍। ମେରାଇନ୍ ଡ୍ରାଇଭ୍ ଓ ୱାଙ୍ଖଡେ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯିବ। ଏହାପୂର୍ବରୁ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବ ଟିମ୍ ।

ଅଧିକ ପଢ଼ନ୍ତୁ: ଅନୁଷ୍କାଙ୍କୁ ବାର୍ବାଡସ୍‌ର ବାତ୍ୟା ଦେଖାଇଲେ ବିରାଟ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ

Advertisment

୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି ଟିମ୍‌ ଇଣ୍ଡିଆ । ମହେନ୍ଦ୍ର ସିଂ ଧୋନିଙ୍କ ପରେ ଦ୍ୱିତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଟାଇଟଲ୍‌ ଜିତିବାରେ ସଫଳ ହୋଇଛନ୍ତି । ତେବେ ଟ୍ରଫି ଜିତିବା ପରେ ଭାରତୀୟ ଦଳ ଗତ କିଛି ଦିନ ହେବ ବାର୍ବଡୋସ୍‌ରେ ଫସି ରହିଥିଲା । ସାମୁଦ୍ରିକ ବାତ୍ୟା ଯୋଗୁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାର୍ବାଡୋସ୍‌ରେ ଫସି ରହିଥିଲା । ଚମ୍ପିଆନ୍‌ ଟିମ୍‌କୁ ଆଣିବା ପାଇଁ ବିସିସିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ୍‌ ବାର୍ବଡୋସ୍‌ରେ ପହଞ୍ଚିଥିଲା । ତେବେ ଏହି ଚାଟାର୍ଡ ଫ୍ଲାଇଟ୍‌ରେ ଭାରତୀୟ ଦଳ ବାର୍ବଡୋସ୍‌ରୁ ସିଧା ଆସି ଦିଲ୍ଲୀରେ ପହଞ୍ଚିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଟି-୨୦ରେ ରୋହିତଙ୍କ ପରେ କିଏ ହେବ କ୍ୟାପଟେନ୍‌, ରେସ୍‌ରେ ଅଛନ୍ତି ଏହି ଖେଳାଳି...

ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଥିଲା ସାରା ଦେଶ। ବିଳମ୍ବିତ ରାତି ଯାଏ ସବୁଠି ଚାଲିଥିଲା ସେଲିବ୍ରେସନ୍ ଗତ ୪ ବର୍ଷରେ ତିନି ତିନିଟି ଆଇସିସି ବିଶ୍ବକପ୍ ଫାଇନାଲ୍ ଖେଳିଥିଲେ ବି ଜିତି ପାରି ନ ଥିଲା ଭାରତୀୟ ଟିମ୍। ଏଥର ଆଉ ଫେଲ୍ ମାରି ନ ଥିଲେ ରୋହିତ୍ ଆଣ୍ଡ କୋ । ପୂରା ହୋଇଛି ଅପରାଜେୟ ଭାରତର ବିଶ୍ବକପ୍ ଦଖଲ ମିଶନ୍।

ଦକ୍ଷିଣ ଆଫ୍ରିକା ହାତରୁ ବିଜୟକୁ ଛଡ଼ାଇ ଆଣିଲେ ରୋହିତ୍ ବ୍ରିଗେଡ୍ । ଟର୍ଣ୍ଣିଂ ପଏଣ୍ଟ ଥିଲା ସୂର୍ଯ୍ୟକୁମାରଙ୍କ ଚିତାକର୍ଷକ କ୍ୟାଚ୍। ବାଉଣ୍ଡ୍ରି ଲାଇନ ବାହାରୁ ଡେଭିଡ୍ ମିଲରଙ୍କ ଅସମ୍ଭବ କ୍ୟାଚ ନେଇ ବିଜୟ ରାସ୍ତା ପରିଷ୍କାର କରିଥିଲେ। ଶେଷ ତିନି ଓଭରରେ ବୁମରା, ଅର୍ଶଦୀପ ଓ ହାର୍ଦ୍ଦିକଙ୍କ କଞ୍ଜୁସି ବୋଲିଂ ଯୋଗୁଁ ଦଳ ଦ୍ବିତୀୟ ଥର ଲାଗି ହାସଲ କରିଛି ଟିଟ୍ବେଣ୍ଟି ବିଶ୍ବକପ୍ ଟ୍ରଫି। ଏଥିସହ ନିଜ ନାଁରେ କରିଛି ୪ଟି ବିଶ୍ବକପ୍। ୧୯୮୩, ୨୦୦୭ ଓ ୨୦୧୧ରେ ୱାନ୍ ଡେ ୱାର୍ଲଡ୍ କପ୍ ଜିତିଥିଲା। ପ୍ରଥମ ଟିମ୍ ଭାବରେ ଅପରାଜେୟ ରହି ଟି-ଟ୍ବେଣ୍ଟି ବିଶ୍ବକପ ଜିତିଛି ଭାରତ।

Team India T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ