• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମେଲବୋର୍ଣ୍ଣରେ ହାଇଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବଦ୍‌ଲା ନେଲା ଭାରତ । ପାକିସ୍ତାନକୁ ହରାଇ ଭାରତ ନେଲା ଏସିଆ କପ୍‌ ପରାଜୟର ବଦ୍‌ଲା । ପାକିସ୍ତାନକୁ ୪ ଓ୍ୱିକେଟ୍‌ରେ ହରାଇଲା ଭାରତ । ଶେଷ ଭାଗରେ ଅବିଶ୍ୱସନୀୟ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ଜିତାଇଲେ କୋହଲି । ମ୍ୟାଚ ବିଜୟୀ ୮୨ ରନ୍‌ର ଧୂଆଁଧାର ଇନିଂସ ଖେଳି ୯୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ମନ ଜିଣିଲେ କୋହଲି । ୫୩ଟି ବଲ୍‌ରୁ ୬ ଚଉକା, ୪ ଛକା ସହାୟତାରେ ଅପରାଜିତ ୮୨ ରନ୍‌ କରି ପାକିସ୍ତାନ ହାତରୁ ଛଡ଼ାଇ ଆଣିଲେ ମ୍ୟାଚ୍‌ । ଦୀପାବଳିରେ ଦେଶକୁ ପାକିସ୍ତାନ ବିପକ୍ଷରେ ଦେଲେ ବିଜୟର ଉପହାର ।

ଅନ୍ୟପଟେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିବା ଭାରତ, ୪ଟି ୱିକେଟ୍‌ ଯିବା ପରେ ଫର୍ମକୁ ଫେରିଥିଲା । ୩୧ ରନ୍‌ରେ ଚତୁର୍ଥ ଓ୍ୱିକେଟ ପତନ ସତ୍ତ୍ୱେ ଭାରତ ପାଇଥିଲା ରୋମାଞ୍ଚକର ବିଜୟ । କେଏଲ୍‌ ରାହୁଲ ଆରମ୍ଭରୁ ୮ ଟି ବଲ୍‌ ଖେଳି ୪ ରନ୍‌ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ମଧ୍ୟ ଫ୍ଲପ୍‌ ହୋଇଥିଲେ । ସେ ମଧ୍ୟ ୭ ବଲ ଖେଳି ୪ ରନ୍‌ କରି ପ୍ୟାଭିଲିୟନ୍ ଫେରିଥିଲେ । 

ଏହା ପରେ ବିରାଟ କୋହଲି ଟିମ୍‌ର କମାଣ୍ଡ ସମ୍ଭାଳିଥିଲେ । ଶେଷ ପର୍ଯ୍ୟନ୍ତ ରହି ମ୍ୟାଚ୍‌କୁ ପାକିସ୍ତାନ ହାତରୁ ଛଡ଼ାଇ ଆଣିଥିଲେ । ଶେଷ ୩ ଓଭରରେ ଦଳ ୪୮ ରନ୍ କରି ବିଜୟ ଟିକା ପିନ୍ଧିଥିଲା । ଏହି ମ୍ୟାଚ୍‌ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ରହିଥିଲା । ଶେଷ ବଲ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଚାଲିଥିବା ବେଳେ କିଏ ପିନ୍ଧିବ ବିଜୟ ଟିକା, ସେନେଇ କହିବା ମୁସ୍‌କିଲ ଥିଲା ।

ତେବେ ମ୍ୟାଚ୍‌ର ଶେଷ ଓଭର ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ । ପାକିସ୍ତାନ ବୋଲରଙ୍କ ସାଧାରଣ ଭୁଲ ପାଇଁ ଭାରତ ଅଣ୍ଟିକୁ ଚାଲିଆସିଲା ବିଜୟ ଲଡ଼ୁ । ଶେଷ ଓଭରେ ପାକିସ୍ତାନ ବୋଲରଙ୍କ ନୋ ବଲ୍‌ ଯୋଗୁଁ ଭାରତ ପାଇଥିଲା ଫ୍ରି-ହିଟ୍‌ । ଏହାସହ ଶେଷ ଓଭରରେ ଗୋଟିଏ ୱାଇଡ୍‌ ବଲ୍‌ ପକାଇ ମ୍ୟାଚ୍‌କୁ ଟାଇ ପର୍ଯ୍ୟନ୍ତ ପହଞ୍ଚାଇଦେଲା ପାକିସ୍ତାନ । ଯାହାକି ପାକିସ୍ତାନ ହାତରୁ ମ୍ୟାଚ୍ ଖସିଆସିଥିଲା । ଏବେ ସାରା ଦେଶରେ ପାକିସ୍ତାନ ବିପକ୍ଷରେ ବିଜୟକୁ ନେଇ ସାରା ଦେଶ ଉତ୍ସବ ଦେଖିବାକୁ ମିଳୁଛି ।