• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ । କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍‌ କରିବାରେ ସଫଳ ହୋଇଛି । ଯାହାଫଳରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୭ ରନ୍‌ ଟାର୍ଗେଟ ରଖିଛି ।

ସୂଚନା ଅନୁସାରେ ଆଜି ବାର୍ବଡାସରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଓଭରରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ବିରାଟ କୋହଲି । କିନ୍ତୁ ଦ୍ୱିତୀୟ ଓଭରରେ ଅଧିନାୟକ ରୋହିତ ଶର୍ମା ଓ ଋଷଭ ପନ୍ତଙ୍କ ୱିକେଟ ନେଇ ଭାରତକୁ ବ୍ୟାକଫୁଟ୍‌ ଠେଲିଦେଇଥିଲେ କେଶବ ମହାରାଜ । ଏହାପରେ ମାତ୍ର ୩ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ସୂର୍ଯ୍ୟକୁମାର ଯାଦବ ।

ମାତ୍ର ୩୪ ରନ୍‌ରେ ୩ଟି ୱିକେଟ୍‌ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ । ବିରାଟଙ୍କ ସହ ଦମଦାର ପାର୍ଟନରସିପ୍‌ କରିଥିଲେ ଅକ୍ଷର । ଚତୁର୍ଥ ୱିକେଟ୍ ପାଇଁ ଦୁଇ ବ୍ୟାଟ୍ସମ୍ୟାନ୍‌ ୭୩ ରନ୍‌ କରିଥିଲେ । ତେବେ ମାତ୍ର ୩୧ ରନ୍‌ରେ ୪୭ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ ଅକ୍ଷର ପଟେଲ । ଅକ୍ଷରଙ୍କ ପରେ ବିରାଟ ଓ ଶିବମ ଦୁବେ ପାଳି ସମ୍ଭାଳିଥିଲେ ଏବଂ କୋହଲିଙ୍କ ଦମଦାର ୭୬ ରନ୍‌ ଫଳରେ ଭାରତ ୧୭୬ ରନ୍‌ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ବିରାଟଙ୍କ ବ୍ୟତୀତ ଅକ୍ଷର ପଟେଲ ୪୭, ଶିବମ ଦୁବେ ୨୭ ରନ୍‌ କରିଥିଲେ । ସେହିପରି ସାଉଥ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ନର୍କିଆ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now