Advertisment

ଅଟକି ରହିଥିଲା ପ୍ରମୋସନ୍‌ ! ଗୋଟିଏ ମେଡାଲ ବଢ଼ାଇଦେଲା ଫାଇଲ୍‌ର ସ୍ପିଡ୍‌...

ନିଜର ପରିଚୟ ଗୋପନ ରଖିବାକୁ କହି ଜଣେ ସହକର୍ମୀ କହିଛନ୍ତି, ସ୍ୱପ୍ନିଲ ଯେତେବେଳେ ବି ସିନିଅର ଅଫିସରଙ୍କୁ ପ୍ରମୋସନ୍‌ କଥା କହନ୍ତି ସେତେବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ପଡ଼େ । ତେଣୁ ଏହି କାରଣ ପାଇଁ ମଧ୍ୟ ତାଙ୍କ ମନ ସବୁବେଳେ ଦୁଃଖିତ ଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Paris Olympics 2024: Swapnil Kusale

Swapnil Kusale

ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସର ସୁଟିଂରେ ସ୍ୱପ୍ନିଲ୍ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା କେବଳ ଦେଶର କୋଟି କୋଟି ଲୋକଙ୍କ ପାଇଁ ଖୁସି ଆଣିଥିଲା ତାହା ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ଖୁସି ଆଣିଦେଇଛି । କେନ୍ଦ୍ରୀୟ ରେଳ କାର୍ଯ୍ୟାଳୟରେ ବହୁ ବର୍ଷ ଧରି ପଡ଼ିରହିଥିବା ତାଙ୍କ ପ୍ରମୋସନ୍‌ ଫାଇଲ୍‌ ଖୁବ୍ ସ୍ପିଡ୍‌ରେ ଆଗକୁ ବଢ଼ିଛି । ୨୦୧୫ ମସିହାରୁ କେନ୍ଦ୍ରୀୟ ରେଳବାଇ ସହିତ କାର୍ଯ୍ୟ କରୁଥିବା ସ୍ୱପ୍ନିଲ ଥରେ ମଧ୍ୟ ପଦୋନ୍ନତି ପାଇନଥିବା ବେଳେ ସ୍ୱପ୍ନିଲ ବାରମ୍ବାର ଏଥିପାଇଁ ଅନୁରୋଧ କରିଥିଲେ।

Advertisment

ସ୍ୱପ୍ନିଲଙ୍କ କୋଚ ଦୀପାଲି ଦେଶପାଣ୍ଡେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ସ୍ୱପ୍ନିଲ ତାଙ୍କ ଅଫିସ କାମକୁ ନେଇ ଖୁବ୍‌ ନିରାଶ ଥିଲେ । ସେ ଗତ ନଅ ବର୍ଷ ଧରି ରେଳବାଇ ସହିତ କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ କେବେ ବି ତାଙ୍କର ପଦୋନ୍ନତି ପାଇଁ ବିଚାର କରାଯାଇନଥିଲା। ଅନ୍ୟପଟେ କେନ୍ଦ୍ରୀୟ ରେଳବାଇର ସହକାରୀ କ୍ରୀଡ଼ା ଅଧିକାରୀ ରଣଜିତ୍ ମହେଶ୍ୱରୀ ଉକ୍ତ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ୟାରିସ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଶୁକ୍ରବାର ସୁଦ୍ଧା ଡବଲ ପଦୋନ୍ନତି ମିଳିଯିବ । ସେ ଆହୁରି କହିଛନ୍ତି, 'ସ୍ୱପ୍ନିଲଙ୍କ ପ୍ରମୋସନ୍‌ ରୋକାଯାଇଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା।’

ଅଧିକ ପଢନ୍ତୁ : କ୍ରୀଡାର ବଡ଼ ମଞ୍ଚରେ ବିରଳ ଦୃଶ୍ୟ; ୭ ମାସର ଗର୍ଭବତୀ ଖେଳିଲେ ଅଲିମ୍ପିକ୍ସ

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଆମେ ଜେନେରାଲ ମ୍ୟାନେଜରଙ୍କ ସହ କଥା ହୋଇଛୁ ଏବଂ ଆଶା କରୁଛୁ ସେ ଦୁଇ ଦିନ ମଧ୍ୟରେ ତାଙ୍କୁ ଡବଲ ପଦୋନ୍ନତି ମିଳିଯିବ ।' ସ୍ୱପ୍ନିଲଙ୍କ ସହକର୍ମୀମାନେ କହିଛନ୍ତି ଯେ, ସିନିଅର ଅଫିସରଙ୍କ ଖରାପ ବ୍ୟବହାର ଯୋଗୁଁ ସ୍ୱପ୍ନିଲ ଖୁବ୍‌ ଅସନ୍ତୁଷ୍ଟ ଥିଲେ ।

ନିଜର ପରିଚୟ ଗୋପନ ରଖିବାକୁ କହି ଜଣେ ସହକର୍ମୀ କହିଛନ୍ତି, ସ୍ୱପ୍ନିଲ ଯେତେବେଳେ ବି ସିନିଅର ଅଫିସରଙ୍କୁ ପ୍ରମୋସନ୍‌ କଥା କହନ୍ତି ସେତେବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ପଡ଼େ । ତେଣୁ ଏହି କାରଣ ପାଇଁ ମଧ୍ୟ ତାଙ୍କ ମନ ସବୁବେଳେ ଦୁଃଖିତ ଥିଲା ।

ଦେଶପାଣ୍ଡେ ଆହୁରି କହିଛନ୍ତି ଯେ, ଯେତେବଳେ ସ୍ୱପ୍ନିଲ ପ୍ୟାରିସ୍‌ ଯିବାକୁ ବାହାରିଲେ ସେତେବେଳେ ତାଙ୍କୁ ଅଫିସ୍‌ରେ ରିପୋର୍ଟ କରି ଯିବାକୁ କୁହାଯାଇଥିଲା । ଯାହାଦ୍ୱାରା ତାଙ୍କ ପ୍ରମୋସନ୍‌ ଫାଇଲ୍‌ ଆଗକୁ ବଢ଼ିବ । କିନ୍ତୁ ସ୍ୱପ୍ନିଲ ପ୍ରାକ୍ଟିସ୍‌ରେ ବ୍ୟସ୍ତ ଥିବାରୁ ଅଫିସ୍‌ରେ ରିପୋର୍ଟ କରିପାରିନଥିଲେ ।

ସ୍ୱପ୍ନିଲ ପଦକ ଜିତିବା ପରେ, ଗୁରୁବାର କେନ୍ଦ୍ରୀୟ ରେଳବାଇ ପକ୍ଷରୁ ତାଙ୍କୁ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଯେତେବେଳେ କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀଙ୍କୁ ସ୍ୱପ୍ନିଲଙ୍କ ପ୍ରମୋସନ୍‌ ଫାଇଲ୍‌ ଅଟକାଯିବା କଥା ପଚରାଗଲା, ସେତେବେଳେ ସେ କହିଥିଲେ ଏନେଇ ପୁଣେ ଡିଭିଜନ୍‌କୁ ପରାଉଚରା କରିବାକୁ ହେବ।

ଅଧିକ ପଢନ୍ତୁ : କିଏ ଏହି ସ୍ୱପ୍ନିଲ କୁସାଲେ ? ଧୋନିଙ୍କ ସହ କ’ଣ ରହିଛି କନେକସନ୍‌...

Olympics
Advertisment
Advertisment