Advertisment

କଠୋର ହେଲା ICC, ଆଣିଲା ନୂଆ ନିୟମ ‘ଷ୍ଟପ୍‌ କ୍ଲକ୍‌’

ଟି-20 ବିଶ୍ୱକପରୁ କ୍ରିକେଟ ମ୍ୟାଚରେ ପରମାନେଣ୍ଟ ଲାଗୁ ହେବ ଷ୍ଟପ କ୍ଳକ୍ ନିୟମ । ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚରେ ଏହି ନିୟମ ହେବ ବାଧ୍ୟତାମୂଳକ ।

author-image
Santosh Kumar Sahoo
Stop Clock Rule

Stop Clock Rule

ଏଣିକି ନିର୍ଦ୍ଧାରିତ ସମୟରେ ସରିବ କ୍ରିକେଟ ମ୍ୟାଚ୍। ହ୍ୱାଇଟ୍ ବଲ କ୍ରିକେଟ ମ୍ୟାଚରେ ଲାଗୁହେବ ନୂଆ ନିୟମ। ଲାଗୁ ହେବାକୁ ଯାଉଛି ଆଇସିସିର ନୂଆ ରୁଲ୍ ‘ଷ୍ଟପ୍ କ୍ଳକ୍’ । ଟି-20 ବିଶ୍ୱକପରୁ କ୍ରିକେଟ ମ୍ୟାଚରେ ପରମାନେଣ୍ଟ ଲାଗୁ ହେବ ଷ୍ଟପ କ୍ଳକ୍ ନିୟମ । ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚରେ ଏହି ନିୟମ ହେବ ବାଧ୍ୟତାମୂଳକ । ଶୁକ୍ରବାର ଦୁବାଇରେ ଅନୁଷ୍ଠିତ ଆଇସିସିର ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

Advertisment

ତେବେ ନଜର ପକାନ୍ତୁ କଣ ଏହି ଷ୍ଟପ୍ କ୍ଲକ୍ ରୁଲ୍ ?

ଷ୍ଟପ୍ କ୍ଲକ୍ ରୁଲ୍ ଅନୁଯାୟୀ, ଫିଲ୍ଡିଂ ଟିମକୁ ଗୋଟିଏ ଓଭର ଶେଷ କରିବାର 60 ସେକେଣ୍ଡ ମଧ୍ୟରେ ଆରମ୍ଭ କରିବାକୁ ହେବ ନୂଆ ଓଭର । ଏକ ଇଲେକଟ୍ରୋନିକ୍ କ୍ଲକ୍ 60ରୁ ଶୂନ ଯାଏ ଚାଲିବ । ପଡ଼ିଆରେ ଏହି କାଉଣ୍ଟଡାଉନ୍ ଡିସପ୍ଲେ ହେବ । ଆଉ ଥାର୍ଡ ଅମ୍ପାୟର ଏହା ଉପରେ ନଜର ରଖିବେ । ନିର୍ଦ୍ଧାରିତ 60 ସେକେଣ୍ଡ ମଧ୍ୟରେ ଯଦି ଫିଲ୍ଡଂ ଟିମ ନୂଆ ଓଭରର ପ୍ରଥମ ବଲ୍ ବୋଲିଂ କରିବାକୁ ଅସମର୍ଥ ହୁଏ, ତେବେ ୱାର୍ଣ୍ଣିଂ ମିଳିବ ଦୁଇଥର । ତେବେ ମ୍ୟାଚ୍ ବେଳେ ବୋଲିଂ ଟିମ ଦ୍ୱାରା ଯଦି ବାରମ୍ବାର ନିୟମର ଉଲଂଘନ ହୁଏ, ପେନାଲିଟି 5 ରନ୍ ମିଳିବ ।

ତେବେ ମ୍ୟାଚର କିଛି ପରିସ୍ଥିତିରେ ଏହି ନିୟମ କୋହଳ କରିପାରନ୍ତି ଅମ୍ପାୟାର । ନୂଆ ବ୍ୟାଟର ପଡ଼ିଆକୁ ଆସୁଥିଲେ, କିମ୍ବା ଅଫିସିଆଲ ଡ୍ରିଂକ୍ସ ବ୍ରେକ୍ ହୋଇଥିଲେ କ୍ଳକ୍ ବନ୍ଦ ରହିବ । ଯଦି କ୍ଳକ୍ ଚାଲୁଥାଏ ଅଧାରୁ ଅମ୍ପାୟାରଙ୍କୁ ବନ୍ଦ କରିବାକୁ ହେବ । କୌଣସି ବ୍ୟାଟର କିମ୍ବା ଫିଲ୍ଡରଙ୍କୁ ପଡ଼ିଆରେ ଚିକିତ୍ସା ପାଇଁ ଅମ୍ପାୟର ଅନୁମତି ଦେଇଥିଲେ କିମ୍ବା ବୋଲିଂ ଟିମର ନିୟନ୍ତ୍ରଣ ବାହାରେ କିଛି କାରଣ ପାଇଁ ଖେଳ ବନ୍ଦ ଥିଲେ ଏହି ନିୟମ ଲାଗୁ ହେବ ନାହିଁ ।

Advertisment

ଡିସେମ୍ବର 2023ରେ ଷ୍ଟପ କ୍ଳକ୍ ନିୟମକୁ ଟ୍ରାଏଲ ବେସିସରେ ଲାଗୁ କରିଥିଲା ଆଇସିସି । ନୂଆ ନିୟମ ଲାଗୁ ହେଲେ ନିର୍ଦ୍ଧାରିତ ସମୟରେ ମ୍ୟାଚ ସାରିବା ସହଜ ହେବ ହେବ ବୋଲି ଅନୁଭବ କରିଛି ଆଇସିସି ।

ICC Cricket
Advertisment
Advertisment