• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଇପିଏଲ୍‌ ୨୦୨୪ର ୪ର୍ଥ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ଜାରି ରହିଛି । ସୱାଇ ମାନସିଂହ ଷ୍ଟାଡିୟମରେ ସଜୁ ସାମସନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର ରେ ୪ଟି ୱିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି । ଫଳରେ ଲକ୍ଷ୍ନୌକୁ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି । କିନ୍ତୁ ମ୍ୟାଚ୍‌ ଆରମ୍ଭରୁ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମ୍ୟାଚ୍‌ର ପ୍ରଥମ ଓଭରର ୩ଟି ବଲ୍‌ ପରେ ବନ୍ଦ ରହିଥିଲା ଖେଳ । ପାଖାପାଖି ୭ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରହିଥିଲା ମ୍ୟାଚ୍‌ । କାରଣ ସ୍ପାଇଡର କ୍ୟାମେରାର ତାର ହଠାତ୍ ଛିଡ଼ି ଯାଇ ତଳେ ପଡ଼ି ଯାଇଥିଲା ।

 

ବାସ୍ତବରେ, ମ୍ୟାଚ୍ ସମୟରେ ସ୍ପାଇଡର କ୍ୟାମେରାର ତାର ହଠାତ୍ ଛିଡ଼ି ଯାଇଥିଲା । ଯେଉଁଥିପାଇଁ କ୍ୟାମେରା ତଳେ ମଧ୍ୟ ପଡିଯାଇଥିଲା । ଏହା ପରେ ଟେକ୍ନିସିଆନ ଆସି ତାରକୁ ବଦଳାଇ ସ୍ପାଇଡର କ୍ୟାମେରାକୁ ଠିକ୍‌ କରିଥିଲେ ।ଏହି ସମୟରେ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ହୋଇ ରହିଥିଲା । ସ୍ପାଇଡର କ୍ୟାମେରା ଯୋଗୁଁ ମ୍ୟାଚ୍‌ ବନ୍ଦ ହେବା ବହୁତ କମ୍‌ ଦେଖାଯାଏ । 

 

ତେବେ ଟସ୍‌ ଜିଣି ଘରୋଇ ରାଜସ୍ଥାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଯୁବବ୍ୟାଟର ଯଶସ୍ବୀ ଜୟସ୍ବାଲ (୨୪ ରନ୍‌) ଓ ଜୋସ୍‌ ବଟଲର (୧୧ରନ୍‌) ପାଳି ଆରମ୍ଭ କରିଥିଲେ । ଉଭୟ ଖେଳାଳି ଆଉଟ୍‌ ହୋଇ କ୍ରିଜ୍‌ ଛାଡ଼ିବା ପୂର୍ବରୁ ରାଜସ୍ଥାନ ୪୯ ରନ୍‌ ସଂଗ୍ରହ କରିଥିଲା । ଦଳ ୧୩ ରନ୍‌ରେ ପ୍ରଥମ ୱିକେଟ୍‌ ଭାବେ ବଟଲରଙ୍କୁ ହାରଇଥିଲା ।

ରାଜସ୍ଥାନ ପାଇଁ ସଂଜୁ ସାମସନ୍‌ ସର୍ବାଧିକ ବ୍ୟକ୍ତି‌ଗତ ସ୍କୋର କରିଥିଲେ। ସେ ୫୨ଟି ବଲ୍‌ ଖେଳି ୩ଟି ଚୌକା ଓ ୬ଟି ଛକା ବଳରେ ଅପରାଜିତ ରହି ୮୨ ରନ୍‌ ସଂଗ୍ରହ କରିଥିଲେ । ସେହିପରି ରିୟାନ ପରାଗ ୨୯ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୩ଟି ଛକା ବଳରେ ୪୩ ରନ୍‌ ଯୋଡ଼ିଥିଲେ। ସିମରନ୍‌ ହେଟ୍‌ମେୟର ୭ଟି ବଲ୍‌ରୁ ୫ ରନ୍‌ ସଂଗ୍ରହ କରିଥିଲେ। ଧ୍ରୁବ ଜୁରେଲଙ୍କ ବ୍ୟାଟ୍‌ରୁ ୨୦ ରନ୍‌ ସଂଗୃହୀତ ହୋଇଥିଲା। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା ।