Advertisment

Virat Kohli To Play Ranji Trophy: ରାଣଜୀକୁ ବିରାଟଙ୍କ କମବ୍ୟାକ୍‌; ୧୨ ବର୍ଷ ପରେ ଘରୋଇ କ୍ରିକେଟ ଖେଳିବେ କିଙ୍ଗ କୋହଲି...

୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ ବିରାଟ । ବିସିସିଆଇର ନୂଆ ନିୟମ ଅନୁସାରେ କୋହଲି ରେଡ୍ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

ଅଦ୍ୟତନ ହୋଇଛି
Virat Kohli To Play Ranji Trophy

Virat Kohli To Play Ranji Trophy

Advertisment

ରାଣଜୀକୁ ବିରାଟଙ୍କ କମବ୍ୟାକ୍‌ । ଘରୋଇ କ୍ରିକେଟ ଖେଳିବେ କିଙ୍ଗ କୋହଲି । ୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ ବିରାଟ । ବିସିସିଆଇର ନୂଆ ନିୟମ ଅନୁସାରେ କୋହଲି ରେଡ୍ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଖରାପ ଫର୍ମରେ ଯୁଝି ହେଉଥିବା ବିରାଟ ଚାମ୍ପିଅନସ ଟ୍ରଫି ଓ ଇଂଲଣ୍ଡ ବିପକ୍ଷ ୱାନ ଡେ ସିରିଜ୍ ପୂର୍ବରୁ ଘରୋଇ କ୍ରିକେଟରେ ନଜର ଆସିବେ । ଦିଲ୍ଲୀ ପାଇଁ ଚଳିତ ରଣଜୀ ସିଜିନରେ ଖେଳିବେ ଟିମ୍ ଇଣ୍ଡିଆର ଏହି ପୂର୍ବତନ କ୍ୟାପଟେନ । ଆସନ୍ତା ୩୦ରୁ ରେଲୱେ ବିପକ୍ଷରେ ରଣଜୀ ଖେଳିବେ । ଏନେଇ ପ୍ରସ୍ତୁତ ଥିବା  ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘକୁ ଜଣାଇଛନ୍ତି ବିରାଟ ।

Advertisment

ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ହାରିଲା ଟିମ୍ ଇଣ୍ଡିଆ । ଏହାପରେ କଡ଼ା ନିୟମ ସହ କୋଠର ହୋଇଛି ବିସିସିଆଇ । ଅନୁବନ୍ଧିତ ଖେଳାଳି ବା ଜାତୀୟ ଦଳ ପାଇଁ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳୁଥିବା ଖେଳାଳିଙ୍କୁ ଘରୋଇ ବା ରଣଜୀ ଖେଳିବା ବାଧ୍ୟତାମୂଳକ କରିଛି । କେବଳ ବିରାଟ ନୁହନ୍ତି, କ୍ୟାପଟେନ ରୋହିତ ଶର୍ମା, ରିଷଭ ପନ୍ଥ, ରବୀନ୍ଦ୍ର ଜାଡେଜା, ଶୁଭମନ ଗିଲ୍‌, ଯଶସ୍ୱୀ ଜୟଶୱାଲଙ୍କ ଭଳି ଷ୍ଟାର ଖେଳାଳି ବି ନିଜ ନିଜ ରାଜ୍ୟ ପାଇଁ ଖେଳିବେ ରଣଜୀ ମ୍ୟାଚ୍। 

ଅଧିକ ପଢନ୍ତୁ: ହଠାତ୍ ନିଜ ବିବାହର ଫଟୋ ଶେୟାରକଲେ ନିରୋଜ ଚୋପ୍ରା, କାହାକୁ କଲେ ବିବାହ, କ’ଣ ତାଙ୍କ ପରିଚୟ...

Advertisment

ଅଷ୍ଟ୍ରେଲିଆ ସିରିଜରେ ବିରାଟଙ୍କ ପ୍ରଦର୍ଶନ ସେତେଟା ଭଲ ନଥିଲା । ବାହାରକୁ ଯାଉଥିବା ବଲ୍ ଖେଳିବାରେ କୋହଲିଙ୍କୁ ସମସ୍ୟା ହୋଇଥିଲା । ଏଥିପାଇଁ ସେ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। କଙ୍ଗାରୁ ବାହିନୀ ଆଗରେ ଫେଲ୍ ମାରିଥିଲେ। ଆଉ ଅଷ୍ଟ୍ରେଲିଆ ଗସ୍ତରେ ୨୩.୭୫ ଆଭେରେଜ୍ ବିରାଟଙ୍କ ବ୍ୟାଟରୁ ବାହାରି ଥିଲା ମାତ୍ର ୧୯୦ ରନ୍। ଯେଉଁଥିରେ ପର୍ଥ ଟେଷ୍ଟରେ ସେ ଶତକ ମାରିଥିଲେ। 

କୋହଲି ଶେଷ ଥର ୨୦୧୨ ମସିହାରେ ରଣଜୀ ଖେଳିଥିଲେ। ଗାଜିଆବାଦରେ ଉତ୍ତର ପ୍ରଦେଶ ବିପକ୍ଷରେ ଘରୋଇ ମଇଦାନକୁ ଓହ୍ଲାଇଥିଲେ ବିରାଟ। ତା’ ପରଠୁ ଟିମ୍ ଇଣ୍ଡିଆ ପାଇଁ ଖେଳୁଛନ୍ତି ।

Advertisment

ଅଧିକ ପଢନ୍ତୁ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା...

Virat Kohli BCCI Sports News Ranji Trophy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ