Advertisment

ଏତେ ସହଜ ନଥିଲା ମନୁଙ୍କ ଅଲିମ୍ପିକ ଯାତ୍ରା; ଜାଣନ୍ତୁ କେମିତି ଭାଗ୍ୟ ଦେଇନଥିଲା ସାଥ୍...

୨୨ ବର୍ଷୀୟ ମନୁଙ୍କ ଏହି ଅଲିମ୍ପକ ଯାତ୍ରା ଏତେ ସହଜ ନ ଥିଲା । ଦିନ ଏମିତି ବି ଥିଲା, ଯେତେବେଳେ ତାଙ୍କ ମା’ଙ୍କୁ ମନୁଙ୍କ ସାମ୍ନାରୁ ଲୁଚାଇ ନେବାକୁ ପଡିଥିଲା ତାଙ୍କ ପିସ୍ତଲ । ହେଲେ କ’ଣ ପାଇଁ  ? ଜାଣନ୍ତୁ...

author-image
Sujit kumar Swain
ଅଦ୍ୟତନ ହୋଇଛି
Manu Bhaker

Manu Bhaker

ମୁନୁ ଭାକର ଭାରତର ସୁନ୍ଦରୀ ସୁଟର । ଯାହାଙ୍କୁ ନେଇ ଆଜି ବେଶ୍ ଚର୍ଚ୍ଚା । ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ମନୁ ଇତିହାସ ରଚିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି । ମନୁ ଭାକର ୨୨୧.୭ ପଏଣ୍ଟ ହାସଲ କରି ଅନ୍ତିମ ଇଭେଣ୍ଟରେ ତୃତୀୟ ସ୍ଥାନରେ ରହିଥିଲେ । ମାତ୍ର ଗୋଟିଏ ପଏଣ୍ଟରେ ପଛକୁ ରହିବାରୁ ରୌପ୍ୟ ପଦକ ଜିତିବାକୁ ବଞ୍ଚିତ ହୋଇଛନ୍ତି । ମନୁ ଭାକର ହେଉଛନ୍ତି ପ୍ରଥମ ମହିଳା ସୁଟର ଯିଏକି ସୁଟିଂରେ ଅଲିମ୍ପିକ ପଦକ ଜିତିଛନ୍ତି । କାରଣ ଏହା ପୂର୍ବରୁ ଭାରତ ସୁଟିଂରେ ୪ଟି ଅଲିମ୍ପିକ୍ ପଦକ ଜିତିଛି । ଯାହା କେବଳ ପୁରୁଷ ଖେଳାଳିମାନେ ଜିତିଥିଲେ । ଏଥର କିନ୍ତୁ ମୁନୁ କମାଲ କରିଛନ୍ତି ।

Advertisment

୨୨ ବର୍ଷୀୟ ମନୁଙ୍କ ଏହି ଅଲିମ୍ପକ ଯାତ୍ରା ଏତେ ସହଜ ନ ଥିଲା । ଦିନ ଏମିତି ବି ଥିଲା, ଯେତେବେଳେ ତାଙ୍କ ମା’ଙ୍କୁ ମନୁଙ୍କ ସାମ୍ନାରୁ ଲୁଚାଇ ନେବାକୁ ପଡିଥିଲା ତାଙ୍କ ପିସ୍ତଲ । ହେଲେ କ’ଣ ପାଇଁ  ? ଆସନ୍ତୁ ଜାଣିବା...

୨୦୨୧ ଟୋକିଓ ଅଲିମ୍ପିକରେ ଭାଗ ନେଇଥିଲେ ମନୁ। ଏମିତିକି ସେ କ୍ବାଲିଫାଇଙ୍ଗ୍‌ ରାଉଣ୍ଡକୁ ମଧ୍ୟ ଯାଇଥିଲେ । ହେଲେ ଦୁଭାଗ୍ୟ ଏହି ସମୟରେ ତାଙ୍କ ପିସ୍ତଲ ଖରାପ ହୋଇଗଲା। ୨୦ ମିନିଟ୍ ପର୍ଯ୍ୟନ୍ତ ସେ କୌଣସି ନିଶାନା ଲଗାଇ ପାରିଲେ ନାହିଁ। ୫୫ ମିନିଟ୍‌ରେ ତାଙ୍କୁ ୪୪ ଟି ସର୍ଟ ଲଗାଇବାକୁ ଥିଲା। ହେଲେ ଭାଗ୍ୟ ସାଥ୍ ଦେଲାନି। ଫାଇନାଲ ରେସ୍‌ରୁ ତାଙ୍କୁ ବାହାରିବାକୁ ପଡିଥିଲା। ଏହି ଘଟଣାରେ ତାଙ୍କ ମା’ ମଧ୍ୟ ଦୁଃଖିତ ହୋଇଥିଲେ। ନିଜେ ମନୁ ଖେଳ ସାରାଜୀବନ ପାଇଁ ଛାଡିଦେବେ ବୋଲି କହିଥିଲେ। ଯାହାକୁ ଲକ୍ଷ କରି ତାଙ୍କ ମା’ ଝିଅ ସାମ୍ନାରୁ ଲୁଚାଇ ନେଇଥିଲେ ପିସ୍ତଲ। ଆଉ ଏହା ପରେ ସେ ବିଦେଶ ଯାଇ ଫ୍ୟାସନ୍‌ ଡିଜାଇନିଂ କୋର୍ସ କରିବାକୁ ବାହାରିଥିଲେ । ହେଲେ କଥାରେ ଅଛି ଯାହାର ମନ ଯୋଊଠି ସେ ତାକୁ ଛାଡିବ କୋଉଠି।

Advertisment

ତାହା ହିଁ ହେଲା, ମୁନୁ ପୁଣି ପିସ୍ତଲକୁ ପ୍ରେମ କରିବା ଆରମ୍ଭ କଲେ। ଯଶପାଲ ରାଣାଙ୍କ ନେତୃତ୍ବରେ ପୁଣି ଆରମ୍ଭ ହେଲୋ ଟ୍ରେନିଂ। ଆଉ ନିରନ୍ତର ଉଦ୍ୟମ ପାଇଁ ସେ ହାତେଇଥିଲେ ଅଲିମ୍ପିକ୍ ପଦକ। 

Olympic Special Story
Advertisment
Advertisment