/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667140375.jpg)
India vs South Africa
ସାଉଥ୍ ଆଫ୍ରିକା ଠାରୁ ହାରିଲା ଭାରତ। ଭାରତକୁ ୫ ୱିକେଟ୍ରେ ହରାଇଲା ଦକ୍ଷିଣ ଆଫ୍ରିକା। ପର୍ଥରେ ଆୟୋଜିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନର ଟାର୍ଗେଟ ରଖିଥିଲା ଟିମ୍ ଇଣ୍ଡିଆ। ଆଜି ଟସ୍ ଜିତିବା ପରେ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦକ୍ଷିଣ ଆଫ୍ରିକାର ପେସ୍ ବାହିନୀ ଆଗରେ ତାସ୍ ଘର ଭଳି ଭୁଶୁଡ଼ଥିଲା ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅଫ୍। ମାତ୍ର ୩ ଜଣ ବ୍ୟାଟର୍ ଦୁଇ ଅଙ୍କ ଛୁଇଁପାରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୮ ରନ୍ କରିଛନ୍ତି।
T20 WC 2022. South Africa Won by 5 Wicket(s) https://t.co/KBtNIjP89y
— BCCI (@BCCI) October 30, 2022
ରୋହିତ ୧୫ ଓ କୋହଲି ୧୨ ରନ୍ କରିଛନ୍ତି। ବାକି ସମସ୍ତଙ୍କର ଏକ ଅଙ୍କ ବିଶିଷ୍ଟ ସ୍କୋର। ୨୦ ଓଭରରେ ଭାରତ ୮ ଓ୍ୱିକେଟ ହରାଇ କରିଥିଲା ୧୩୩ ରନ୍।୧୩୪ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୨୪ ରନରେ ଦଳର ୩ଟି ଓ୍ୱିକେଟ ପଡ଼ିଥିଲା। ୨ଟି ବଲ୍ ବାକିଥାଇ ୫ ୱିକେଟ୍ ହରାଇ ସାଉଥ ଆଫ୍ରିକା ବିଜୟ ହାସଲ କରିଛି। ତେବେ ଆଜିର ମ୍ୟାଚ ଭାରତ ହାରିଥିବାରୁ, ପାକିସ୍ତାନର ସେମିଫାଇନାଲ ଆଶା ଧୂଳିସାତ୍ ହୋଇଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)