Advertisment

Shubman Gill: ଅଧିନାୟକଙ୍କ ଆଉ ଏକ ଶତକ; ଗାଭାସ୍କର-କୋହଲିଙ୍କ ପରେ ରେକର୍ଡ ବୁକ୍‌ରେ ଗିଲ୍...

୧୨୯ ବଲ୍‌ରୁ ୧୦୦ ରନ ପୂରଣ କଲେ ଗିଲ୍‌ । ବିଶ୍ବର ନବମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ଦ୍ବିଶତକ ପରେ ଶତକ କରି ରେକର୍ଡ଼ କରିଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Shubman Gill

Shubman Gill

ଇଂଲଣ୍ଡ ମାଟିରେ ଇତିହାସ ରଚିଛନ୍ତି ଭାରତର ନୂଆ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ସେ ବିରାଟ କୋହଲିଙ୍କ ସମେତ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ସେ ଭାରତର ପ୍ରଥମ ଟେଷ୍ଟ ଅଧିନାୟକ ଭାବେ ଇଂଲଣ୍ଡ ମାଟିରେ ଐତିହାସିକ ଶତକ ହାସଲ କରିଛନ୍ତି।

Advertisment

ବର୍ମିଂହାମ୍‌ ଟେଷ୍ଟରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ଆଉ ଏକ ଶତକ । ପ୍ରଥମ ଇନିଂସରେ ଦ୍ବିଶତକ ପରେ ଦ୍ବିତୀୟ ଇନିଂସରେ ଶତକ କଲେ ଅଧିନାୟକ ଶୁବମନ ଗିଲ୍‌ । ୧୨୯ ବଲ୍‌ରୁ ୧୦୦ ରନ ପୂରଣ କଲେ ଗିଲ୍‌ । ବିଶ୍ବର ନବମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ଦ୍ବିଶତକ ପରେ ଶତକ କରି ରେକର୍ଡ଼ କରିଛନ୍ତି । ଭାରତର ତୃତୀୟ ଅଧିନାୟକ ଭାବେ ଏପରି ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି । ଗାଭାସ୍କର ଓ କୋହଲିଙ୍କ ପରେ ରେକର୍ଡ ବୁକ୍‌ରେ ଗିଲ୍ ନିଜ ନାମ ଯୋଡ଼ିଛନ୍ତି । 

ତେବେ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌ । ଗୋଟିଏ ଟେଷ୍ଟରେ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ରନ୍‌ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌ ।

Advertisment

୧୯୭୧ରେ ଗାଭାସ୍କର ପୋର୍ଟ ଅଫ୍‌ ସ୍ପେନ୍‌ରେ ୩୪୪ ରନ୍‌ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଗାଭାସ୍କର ଉଭୟ ଇନିଂସରେ ୩୪୪ ରନ୍‌ କରିଥିଲେ । ଚଳିତ ବର୍ମିଂହାମ୍‌ ଟେଷ୍ଟରେ ଗିଲ୍‌ ୩୫୦ରୁ ଊର୍ଦ୍ଧ୍ବ ସ୍କୋର କରି ସାରିଲେଣି । 

ତେବେ ସିରିଜ୍‌ରେ 0-1ରେ ପଛୁଆ ରହିଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜିତି ସ୍ଥିତି ବରାବର କରିବାକୁ ଆପ୍ରାଣ ଉଦ୍ୟମ କରୁଛି । ପ୍ରଥମ ଟେଷ୍ଟ ପରାଜିତ ହେବା ପରେ ଭାରତ ବର୍ତ୍ତମାନ ଚାପରେ ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ। 

ଅଧିକ ପଢ଼ନ୍ତୁ: ବିଦେଶ ମାଟିରେ ରାହୁଲଙ୍କ ଆଉ ଏକ କୀର୍ତ୍ତିମାନ, ଓପନର ଭାବେ କଲେ ଏମିତି ରେକର୍ଡ

Shubman Gill
Advertisment
Advertisment