Advertisment

ଜୟ ଶାହଙ୍କ ବଡ଼ ବୟାନ, କହିଲେ, ସ୍ଥାୟୀ ନୁହେଁ ‘ଇମ୍ପାକ୍ଟ ପ୍ଲେୟାର ନିୟମ’

ତେବେ ଆଗାମୀ ସିଜିନ୍‌ରେ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଏହାକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Impact Player Rule

Impact Player Rule

ଆଇପିଏଲ ୨୦୨୩ରେ ଏକ ନୂଆ ନିୟମ ଲାଗୁ ହୋଇଥିଲା । ‘ଇମ୍ପାକ୍ଟ ପ୍ଲେୟାର’ ଭାବରେ ଏହି ନୂଆ ନିୟମ ଗତ ସିଜିନ୍‌ରୁ ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ନୂଆ ନିୟମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ନିୟମକୁ ନେଇ ଏବେ ବିଭିନ୍ନ ପ୍ରକାରର ମତ ସାମ୍ନାକୁ ଆସୁଛି । ଭେଟରାନ୍‌ କ୍ରିକେଟରମାନେ ଏହି ନିୟମକୁ ନାପସନ୍ଦ କରିଛନ୍ତି । ଏମିତି କି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ଇମ୍ପାକ୍ଟ ପ୍ଲେୟାର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Advertisment

ତେବେ ଆଗାମୀ ସିଜିନ୍‌ରେ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଏହାକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ସେ କହିଛନ୍ତି, ଇମ୍ପାକ୍ଟ ପ୍ଲେୟାର ନିୟମ ଆଇପିଏଲରେ ଏକ ପରୀକ୍ଷଣ ଭାବରେ କାର୍ଯ୍ୟକାରୀ କରାଯାଇଥିଲା । ଆଗାମୀ ଦିନରେ ସମସ୍ତେ ଚାହିଁଲେ ଏହାର ପୁନର୍ବିଚାର କରାଯାଇପାରିବ ବୋଲି ଜୟ ଶାହ କହିଛନ୍ତି ।

'ଇମ୍ପାକ୍ଟ ପ୍ଲେୟାର ନିୟମ' ହେତୁ ଏଥର ଆଇପିଏଲରେ ସ୍କୋର ୨୫୦ରୁ ଅଧିକ ହୋଇଥିଲା । ଖେଳାଳି, କୋଚ୍ ଏବଂ ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି ଯେ ଏହି ନିୟମ ବୋଲରଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। କାରଣ ଏହା ଦଳକୁ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଦେଉଛି। ରୋହିତ ଶର୍ମା କହିଥିଲେ ଯେ ଏହି ନିୟମ ଯୋଗୁଁ ଅଲରାଉଣ୍ଡରମାନେ ବୋଲିଂ କରିବାର ସୁଯୋଗ ପାଇପାରୁନାହାନ୍ତି ।

Advertisment

ବିସିସିଆଇ କାର୍ଯ୍ୟାଳୟରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଜୟ ଶାହ କହିଛନ୍ତି, 'ଇମ୍ପାକ୍ଟ ପ୍ଲେୟାର ନିୟକ ଏକ ପରୀକ୍ଷଣ ଭାବରେ କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏହା ଦୁଇ ଭାରତୀୟ ଖେଳାଳିଙ୍କୁ ଖେଳିବାକୁ ଅତିରିକ୍ତ ସୁଯୋଗ ଦେଉଛି । ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ କି ? ଖେଳ ମଧ୍ୟ ଅଧିକ ପ୍ରତିଯୋଗୀ ହେବାରେ ଲାଗିଛି। ଶାହ କହିଛନ୍ତି ଯେ ଟି -୨୦ ବିଶ୍ୱକପ ପରେ ସମସ୍ତ ପକ୍ଷ ଏକାଠି ହୋଇ ଏ ବିଷୟରେ ଆଲୋଚନା କରିବେ’ ।

ସେ ଆହୁରି କହିଛନ୍ତି ଯେ, ‘ଯଦି ଖେଳାଳିମାନେ ଅନୁଭବ କରନ୍ତି ଯେ ଏହି ନିୟମ ଠିକ୍ ନୁହେଁ ତେବେ ଆମେ ଏହା ବିଷୟରେ ଆଲୋଚନା କରିବୁ। ଏପର୍ଯ୍ୟନ୍ତ କେହି କିଛି କହି ନାହାଁନ୍ତି । ଆଇପିଏଲ୍ ଏବଂ ବିଶ୍ୱକପ୍ ପରେ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ଟି-୨୦ ବିଶ୍ୱକପ୍ ପରେ ଆମେ ଖେଳାଳି, ଦଳ ଏବଂ ପ୍ରସାରଣକାରୀଙ୍କୁ ଭେଟି ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବୁ। ଏହା ଏକ ସ୍ଥାୟୀ ନିୟମ ନୁହେଁ ଏବଂ ମୁଁ ଏହା ମଧ୍ୟ କହୁ ନାହିଁ ଯେ ଆମେ ଏହାକୁ ରଦ୍ଦ କରିବୁ’ ।

ସୂଚନା ଅନୁସାରେ IPL ୨୦୨୩ରେ ‘ଇମ୍ପାକ୍ଟ ପ୍ଲେୟାର ନିୟମ’ ଲାଗୁ ହୋଇଥିଲା । ତେବେ ଏହା ପୂର୍ବରୁ ଏହି ନିୟମ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୨-୨୩ରେ ଲାଗୁ ହୋଇଥିଲା । ଏହି ନିୟମ ଆଧାରରେ ଯେ କୌଣସି ଦଳ ପରିସ୍ଥିତି ଅନୁଯାୟୀ ନିଜ ଦଳର ଏକ ପ୍ରଭାବୀ ଖେଳାଳିଙ୍କୁ ସାମିଲ କରିପାରିବେ ।

ଆଇପିଏଲରେ ଥିବା 'ଇମ୍ପାକ୍ଟ ପ୍ଲେୟାର ନିୟମ' ଅନୁଯାୟୀ, ଚୂଡାନ୍ତ ଏକାଦଶ ବ୍ୟତୀତ ଉଭୟ ଦଳକୁ ୫-୫ ଜଣ ଖେଳାଳିଙ୍କ ନାମ ଦେବାକୁ ପଡ଼ିବ । ଏହି ପାଞ୍ଚ ଜଣ ଖେଳାଳିଙ୍କ ମଧ୍ୟରୁ ଜଣକୁ ଇମ୍ପାକ୍ଟ ପ୍ଲେୟାର ଭାବରେ ଚୁଡ଼ାନ୍ତ ଏକାଦଶରେ ସାମିଲ କରିପାରିବେ। ଇମ୍ପାକ୍ଟ ପ୍ଲେୟାର ଉଭୟ ବ୍ୟାଟିଂ ଏବଂ ବୋଲିଂ କରିପାରିବେ।

BCCI IPL
Advertisment
Advertisment