ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ! ମ୍ୟାଚ୍‌ ପୂର୍ବରୁ RCB କଲାନି ଅଭ୍ୟାସ

ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍‌ ସହ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ବାତିଲ କରାଯାଇଛି ।

Virat Kohli

ବୁଧବାର ଦିନ ଅହମ୍ମଦାବାଦରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ଆଇପିଏଲ୍ ୨୦୨୪ର ଏଲିମିନେଟର ମ୍ୟାଚ୍ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଆରସିବି ଅଭ୍ୟାସ ମ୍ୟାଚ୍‌କୁ ବାତିଲ କରିଦେଇଛି । ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍‌ ସହ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ବାତିଲ କରାଯାଇଛି । ତେବେ ଏନେଇ ଆରସିବି ପକ୍ଷରୁ କୌଣସି ସୂଚନା ମିଳିପାରିନି ।

ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ରାଜସ୍ଥାନ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ତେବେ ବିରାଟ କୋହଲିଙ୍କ ପ୍ରତି ବିପଦ ଥିବାରୁ ଆରସିବି ଅଭ୍ୟାସ ସେସନ୍‌କକୁ ବାତିଲ କରିଦେଇଛି । ଏହା ସହିତ ଉଭୟ ଦଳ ମଧ୍ୟ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୁଜରାଟ ପୋଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ପୋଲିସ୍‌ ଏହି ୪ ଜଣଙ୍କୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ: ସଚିନ କି ବିରାଟ... କିଏ ବଡ଼ ଖେଳାଳି ? ଡିବେଟ୍‌ର ହେଲା ଅନ୍ତ !

ସମ୍ଭାବ୍ୟ ବିପଦ ସମ୍ପର୍କରେ ପୋଲିସ୍‌ ଉଭୟ ବେଙ୍ଗାଲୁରୁ ଓ ରାଜସ୍ଥାନକୁ ଜଣାଇଥିଲା। ଆରସିବି ସମସ୍ତ ପ୍ରକାରର ଯୋଜନାକୁ ବାତିଲ କରିଥିଲେ ହେଁ ରାଜସ୍ଥାନ ଧାର୍ଯ୍ୟ କାର୍ଯ୍ୟକ୍ରମକୁ ପୂରା କରିଛି। ଏନେଇ ବିଜୟ ସିଂହ ଜୱାଲା ନାମକ ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି, ‘ଅହମଦାବାଦ ପହଞ୍ଚିବା ପରେ ବିରାଟ କୋହଲି ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗିରଫ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ଜାତୀୟ ସମ୍ପତ୍ତି ଓ ତାଙ୍କ ସୁରକ୍ଷା ସର୍ବୋପରି’।

ବିରାଟଙ୍କ ପ୍ରତି ବିପଦ ଥିବାରୁ ଆରସିବି କୌଣସି ପ୍ରକାରର ରିକ୍ସ ନେବାକୁ ଚାହିଁ ନଥିଲା । ସେମାନେ ଆମକୁ ଅଭ୍ୟାସ ସେସନ୍ସ ହେବ ନାହିଁ ବୋଲି କହିଥିଲେ । ରାଜସ୍ଥାନ ରୟାଲ୍ସକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା। କିନ୍ତୁ ସେମାନେ ଅଭ୍ୟାସ ସେସନ୍ସ ଆୟୋଜନ କରିଥିଲେ ବୋଲି ପୋଲିସ୍‌ ଅଧିକାରୀ ଜଣକ କହିଥିଲେ ।

ସେପଟେ ଯଦି ଆମେ ଚଳିତ ଆଇପିଏଲ ଋତୁରୁ RCBର ପ୍ରଦର୍ଶନକୁ ଦେଖିବା, ତାହାଲେ ଦଳ ପଏଣ୍ଟ ଟେବୁଲରେ ଚର୍ତୁଥ ସ୍ଥାନରେ ରହିଥିଲା । ଲିଗ୍‌ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍‌ ଖେଳି ୭ଟିରେ ବିଜୟଲାଭ କରି ପ୍ଲେ ଅଫ୍‌ରେ ପହଞ୍ଚିଥିଲା ବେଙ୍ଗାଲୁରୁ । ଆରସିବି ଚଳିତ ସିଜିନ୍‌ରେ ପ୍ରଥମ ବିଜୟ ପରେ ଲଗାତର ୬ଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲେ । କିନ୍ତୁ ଏହାପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା ଦଳ । ଲଗାତର ୬ଟି ମ୍ୟାଚ୍‌ରେ ବିଜୟଲାଭ କରି ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଥିଲା ଆରସିବି । ଯଦି ବିରାଟ କୋହଲିଙ୍କ କଥା କହିବା ତାହାଲେ ସେ ଚଳିତ ସିଜିନ୍‌ରେ ୧୪ ମ୍ୟାଚ୍‌ରେ ସର୍ବାଧିକ ୭୦୮ ରନ୍‌ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଚାଲିଥିଲା ଷ୍ଟାର ସ୍ପୋର୍ଟ୍ସ ଲାଇଭ୍‌; ହଠାତ ପଶିଗଲେ ଶାହରୁଖ୍‌..ଭୁଲ୍ ମାଗିଲେ..ଦେଖନ୍ତୁ ଭିଡିଓ