• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଫ୍ରେଞ୍ଚ ଓପନ୍ ଜିତିଲେ ସାତ୍ଵିକ-ଚିରାଗ । ଚାଇନିଜ୍ ତାଇପେ ଯୋଡ଼ିଙ୍କୁ ହରାଇ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍ ଜିତିଲେ ସାତ୍ଵିକ-ଚିରାଗ । ଭାରତର ତାରକା ବ୍ୟାଡମିଣ୍ଟନ୍ ଯୋଡ଼ି ସାତ୍ଵିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚାଇନିଜ୍ ତାଇପେ ଯୋଡ଼ି ଲି ଜେ ହୁଇ ଏବଂ ୟାଙ୍ଗ ପୋ ହୁସୁଆନ୍‌ଙ୍କୁ ୨୧-୧୧, ୨୧-୧୭ ସେଟରେ ସିଧାସଳଖ ହରାଇ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ ଓପନ୍ ପୁରୁଷ ଯୁଗଳ ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି ।

୨୦୨୨ ବିଜେତା ଏବଂ ତୃତୀୟ ଥର ଫାଇନାଲ ଖେଳୁଥିବା ଭାରତୀୟ ଯୋଡି ପ୍ରଥମ ସେଟରେ ୨୧-୧୧ ବ୍ୟବଧାନରେ ଜିତି ପୁରା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ । ଆରମ୍ଭରୁ ଦୁଇ ପକ୍ଷ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ଏବଂ ପ୍ରଥମ ସେଟରେ ୫-୫ ସ୍କୋର ସମାନ ଥିଲା । କିନ୍ତୁ ଏଠାରୁ ଭାରତୀୟ ଟିମ୍ ବ୍ୟବଧାନ ବଢ଼ାଇ ଚାଲିଥିଲା ଏବଂ ୨୧-୧୧ରେ ପ୍ରଥମ ସେଟ୍‌କୁ ଜିତିଥିଲା ।

ସେହିଭଳି ଦ୍ୱିତୀୟ ସେଟରେ ଭାରତୀୟ ଯୋଡ଼ିଙ୍କ ପାଇଁ ତୁଳନାତ୍ମକ ଭାବେ କଠିନ ଥିଲା, କାରଣ ମଧ୍ୟବର୍ତ୍ତୀକାଳୀନ ବ୍ରେକ୍‌ରେ ସ୍କୋର ୯-୧୧ ରେ ଅଟକି ଥିଲା। ଏହାପରେ ୨୧-୧୭ ବ୍ୟବଧାନରେ ସାତ୍ଵିକ-ଚିରାଗ ଦ୍ୱିତୀୟ ସେଟ୍‌କୁ ମଧ୍ୟ ଜିତି ନେଇଥିଲେ।