Advertisment

IPL ନିଲାମୀ: ସାମ କରନ୍ ସବୁଠୁ ମହଙ୍ଗା ଖେଳାଳି

କରନଙ୍କ ପାଇଁ ନିଲାମୀ ମୈଦାନକୁ ଏଣ୍ଟ୍ରୀ କରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ କିନ୍ତୁ...

author-image
Chandan Shishu
ଅଦ୍ୟତନ ହୋଇଛି
Sam Curran becomes the most expensive player

Sam Curran becomes the most expensive player

ଆଇପିଏଲ ନିଲାମୀ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ସାମ କରନ୍। ୨୦୨୩ରେ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ୧୮.୫୦ କୋଟିରେ କରନଙ୍କୁ କିଣିଛି ପଞ୍ଜାବ କିଙ୍ଗ୍ସ। କ୍ରିସ ମୋରିସଙ୍କୁ 2021ରେ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟିରେ କିଣି ଟିମରେ ସାମିଲ କରିଥିଲା। ଆଇପିଏଲ ୨୦୨୩ ପାଇଁ କୋଚିରେ ଅନୁଷ୍ଠିତ ମିନି ନିଲାମୀରେ ଇଂଲିସ ଅଲରାଉଣ୍ଡର ସାମ କରନ୍‌ଙ୍କୁ କିଣିବାକୁ ସବୁ ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇଥିଲେ।

Advertisment

କୁରାନଙ୍କ ବେସ୍ ପ୍ରାଇସ ଥିଲା ୨ କୋଟି। ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ କରନଙ୍କ ପାଇଁ ବିଡ୍ ଲଗାଇଥିଲା । ଏହାପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ମୁମ୍ବାଇ ଇଣ୍ଡିଆନ୍ସର ଲଢେଇ ଆରମ୍ଭ ହୋଇଥିଲା। ଉଭୟ ଫ୍ରାଞ୍ଚାଇଜ ହାର୍ ଛାଡିବାକୁ ପ୍ରସ୍ତୁତ ନଥିଲେ। ଫଳରେ କରନଙ୍କ ମୂଲ୍ୟ ୬ କୋଟିରେ ପହଞ୍ଚିଯାଇଥିଲା।ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଲା । ଯାହାଦ୍ୱାରା ମୂଲ୍ୟ ବୃଦ୍ଧି ହୋଇ ୧୧.୫ କୋଟି ହୋଇଥିଲା। ଏହାପରେ ମୁମ୍ବାଇ ଚତୁରତାର ସହ ଓହରି ଯାଇଥିଲା।

ତେବେ କୁରାନଙ୍କ ପାଇଁ ନିଲାମୀ ମୈଦାନକୁ ଏଣ୍ଟ୍ରୀ କରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ଉଭୟ ମହେନ୍ଦ୍ର ସିଂହ ଧୋନି ଓ ଷ୍ଟିଫେନ ଫ୍ଲେମିଂ କୁରାନଙ୍କୁ ସିଏସକେ କ୍ୟାମ୍ପକୁ ଫେରାଇ ଆଣିବାକୁ ଜୋର ଲଗାଇଥିଲେ । ପଞ୍ଜାବ କିଙ୍ଗ୍ସ ମଧ୍ୟ ଷ୍ଟାର ଇଂଲିସ ଅଲରାଉଣ୍ଡରଙ୍କ ପାଇଁ ଆଗ୍ରହ ଦେଖାଇଥିଲା । ଆଇପିଏଲରେ ପଞ୍ଜାବ ଥିଲା କରନଙ୍କ ପ୍ରଥମ ଫ୍ରାଞ୍ଚାଇଜ । ଫଳରେ ମୂଲ୍ୟ ଆହୁରି ବୃଦ୍ଧି ହୋଇ ୧୫ କୋଟି ଟପିଥିଲା । ୧୫.୨୫ କୋଟିରେ ସିଏସକେ ହାତରେ ରହିଥିଲେ । ମାତ୍ର ପଞ୍ଜାବ କୌଣସି ପରିସ୍ଥିତିରେ ହାର୍ ମାନିବାକୁ ପ୍ରସ୍ତୁତ ହୋଇନଥିଲା ଓ ପ୍ରକ୍ରିୟା ଜାରି ରଖିଥିଲା ।

Advertisment

ପରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ହୋଲ୍ଡରଙ୍କ ଅନୁପସ୍ଥିତି ଦୂର କରିବାକୁ ୧୫.୭୫ କୋଟି ସହ ମୈଦାନକୁ ଏଣ୍ଟ୍ରି ମାରିଥିଲା। ଫଳରେ ମୂଲ୍ୟ 16.5 କୋଟିରେ ପହଞ୍ଚିଯାଇଥିଲା। ସାମ କରନଙ୍କ ପାଇଁ ଆଇପିଏଲ ନିଲାମୀରେ ଏହା ଥିଲା ସର୍ବାଧିକ ମୂଲ୍ୟ ।

ଦମଦାର ଫର୍ମରେ ଥିବା ସାମ କରନ୍ ଚଳିତ ବର୍ଷ ଶେଷ ହୋଇଥିବା ଟି20 ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ ଓ ୧୩ଟି ୱିକେଟ ମଧ୍ୟ ହାତେଇଥିଲେ। ଏହାମଧ୍ୟରେ ମାତ୍ର ୧୦ ରନ୍ ବ୍ୟୟ କରି ୫ଟି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ୨୪ ବର୍ଷୀୟ ଯୁବ ଇଂଲିଶ ଅଲରାଉଣ୍ଡର ଜଣେ ଦକ୍ଷ ବ୍ୟାଟର ମଧ୍ୟ । ସେ ଏଯାବତ ଖେଳିଥିବା ୧୦୭ଟି ଇଂନିସରୁ ୨୦.୮୫ ଆଭରେଜରେ ୧୭୩୧ ରନ୍ ସଂଗ୍ରହ କରିସାରିଛନ୍ତି । ଏହାମଧ୍ୟରେ ୯ଟି ଅର୍ଦ୍ଧଶତକୀୟ ଇଂନିସ ମଧ୍ୟ ରହିଛି ।

ରିପୋର୍ଟ: ସଂଗ୍ରାମ ବେହେରା 

IPL Auction IPL 2023
Advertisment
Advertisment