Advertisment

ଫ୍ଲାଇଟରେ ସଚିନଙ୍କ ଏଣ୍ଟ୍ରି...ଫ୍ୟାନ୍ସ କଲେ ଏପରି ସ୍ୱାଗତ...ଭିଡିଓ ଭାଇରାଲ୍

ଏବେବି ସଚିନଙ୍କ ଲୋକପ୍ରିୟତା କମିନି। ପୂର୍ବଭଳି ସେ ଲୋକଙ୍କ ହୃଦୟରେ ଅଛନ୍ତି। ସଚିନଙ୍କୁ ଟିକିଏ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଥାଆନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Sachin Tendulkar Flight Welcome Viral video

Sachin Tendulkar fans

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ପ୍ରାୟ ଏକ ଦଶକ ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଛନ୍ତି। ହେଲେ ଏବେ ବି ତାଙ୍କର କ୍ରେଜ୍ କମିନି। ତାଙ୍କୁ ଆଜି ବି ଲୋକମାନେ ପୂର୍ବ ଭଳି ଭଲ ପାଉଛନ୍ତି। ତେଣୁ ଏଥିପାଇଁ ଯେତେବେଳେ ସଚିନ ଫ୍ଲାଇଟରେ ପ୍ରବେଶ କଲେ ଲୋକମାନେ ସଚିନ... ସଚିନ... ବୋଲି ଚିତ୍କାର କରିବାକୁ ଲାଗିଲେ। ପୂର୍ବରୁ ସଚିନ ପାଭିଲିୟନରେ ଏଣ୍ଟ୍ରିବେଳେ ଯେପରି ଲୋକମାନେ ଉତ୍ସାହିତ ଥିଲେ ଠିକ୍ ସେହିଭଳି ମାହୋଲ ଫ୍ଲାଇଟରେ ଦେଖିବାକୁ ମିଳିଥିଲା।

Advertisment

ତେବେ ସଚିନ ତେନ୍ଦୁଲକର ପତ୍ନୀ ଅଞ୍ଜଳିଙ୍କ ସହ ଫ୍ଲାଇଟରେ କୌଣସି ସ୍ଥାନକୁ ଯାଉଥିଲେ। ଫ୍ୟାନ୍ସ ଏହି ଖବର ପାଇବା ମାତ୍ରେ ଫ୍ଲାଇଟରେ ସଚିନ...ସଚିନ...ଚିତ୍କାର କରିବାକୁ ଲାଗିଲେ। ପୂର୍ବରୁ ସଚିନ କ୍ରିକେଟ ମଇଦାନକୁ ଯିବାବେଳେ ଷ୍ଟାଡିୟମରେ ଫ୍ୟାନ୍ସମାନେ ତାଙ୍କୁ ଉତ୍ସାହିତ କରିବା ପାଇଁ ଏପରି କହୁଥିଲେ। ତେବେ ଫ୍ଲାଇଟରେ ସେହି ସମୟକୁ ପୁଣି ଥରେ ମନେ ପକାଇଛନ୍ତି ସଚିନ ତେନ୍ଦୁଲକର ।

Advertisment

ନିକଟରେ ସଚିନ ତେନ୍ଦୁଲକର ଜମ୍ମୁ-କାଶ୍ମୀର ଗସ୍ତ କରିଥିଲେ। ଯେଉଁଠିକି ତାଙ୍କ ସହ ଝିଅ ସାରା ମଧ୍ୟ ଯାଇଥିଲେ। ଏକ ବ୍ୟାଟ୍ ପ୍ରସ୍ତୁତ କରୁଥିବା କମ୍ପାନୀ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଲୋକମାନଙ୍କୁ ଅଟୋଗ୍ରାଫ ଦେଇଥିଲେ। ଏବେବି ସଚିନଙ୍କ ଲୋକପ୍ରିୟତା କମିନି। ପୂର୍ବଭଳି ସେ ଲୋକଙ୍କ ହୃଦୟରେ ଅଛନ୍ତି। ସଚିନଙ୍କୁ ଟିକିଏ ଦେଖିବା ପାଇଁ ଏବେ ବି ଲୋକେ ଧାଡିରେ ଠିଆ ହୁଅନ୍ତି।

ଅଧିକ ପଢ଼ନ୍ତୁ: ଭାଇରାଲ ହେଲା କୋହଲିଙ୍କ Deepfake ଭିଡିଓ; ଆଶ୍ଚର୍ଯ୍ୟ କରିବ ଏପରି ନକଲ !

ସଚିନ ବିଶ୍ୱର ଏକମାତ୍ର ବ୍ୟାଟର୍ ଯିଏକି ୧୦୦ଶତକ ଅନ୍ତରାଷ୍ଟ୍ରୀୟ କ୍ରିକେଟ ସହ ଜଡ଼ିତ ଥିଲେ। ସେ ଏକମାତ୍ର କ୍ରିକେଟର ଯିଏ କି ୨୦୦ଟେଷ୍ଟ ମ୍ୟାଚ୍ ଓ ୪୬୦ରୁ ଅଧିକ ଦିନିକିଆ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ୍ ଖେଳିଛନ୍ତି। ପ୍ରାୟ ୨୪ବର୍ଷ ଯାଏ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଆକ୍ଟିଭ ଥିଲେ। ଆଜିଯାଏ ସେ ଟେଷ୍ଟ ଓ ଦିନିକିଆ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର ହୋଇପାରିଛନ୍ତି। ତେବେ ବିରାଟ କୋହଲି ଦିନିକିଆ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଧିକ ଶତକ କରିବା ସହ ତାଙ୍କ ରେକର୍ଡ ଭଙ୍ଗ କରିଛନ୍ତି।

Sachin Tendulkar Viral Video
Advertisment
Advertisment