Advertisment

ଟସ୍‌ ହାରି ବ୍ୟାଟିଂ କଲା ଭାରତ, ଆରମ୍ଭରୁ ବିପର୍ଯ୍ୟୟ

ପ୍ରଥମ ଟି-୨୦ ଟିମ୍‌କୁ ବାରବାଟୀରେ ରିପିଟ୍ କରିଛି ଭାରତ

author-image
Chandan Shishu
ଅଦ୍ୟତନ ହୋଇଛି
IND vs SA

IND vs SA

ବାରବାଟୀରେ ବଡ଼ ଲଢେଇ। ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା। ବହୁ ପ୍ରତୀକ୍ଷିତ ମ୍ୟାଚ୍ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା ଟିମ୍। ଫଳରେ ବ୍ୟାଟିଂ ପାଇଁ ପିଚ୍‌କୁ ଓହ୍ଲାଇଛନ୍ତି ଟିମ୍ ଇଣ୍ଡିଆର ଦୁଇ ଓପନର୍। ଆଜିର ମ୍ୟାଚ୍ ପାଇଁ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ ହୋଇନି।

Advertisment

ପ୍ରଥମ ଟି-୨୦ ଟିମ୍‌କୁ ବାରବାଟୀରେ ରିପିଟ୍ କରାଯାଇଛି। ସେପଟେ ଟିମ୍ ସାଉଥ୍ ଆଫ୍ରିକାରେ ଦୁଇଟି ପରିବର୍ତ୍ତନ ହୋଇଛି। କ୍ୱିଣ୍ଟନ ଡିକକ୍ ଏବଂ ଟ୍ରିଷ୍ଟାନ ଷ୍ଟବ୍ସଙ୍କୁ ବାଦ ଦିଆଯାଇଛି।

ତାଙ୍କ ସ୍ଥାନରେ ହେଣ୍ଡ୍ରିକ୍ସ ଓ କ୍ଲାସେନ୍ ଖେଳୁଛନ୍ତି। ସିରିଜ୍ ପ୍ରଥମ ମ୍ୟାଚ୍‌ରେ ଭାରତକୁ ୭ ଓ୍ୱିକେଟ୍‌ରେ ହରାଇଥିଲା ସାଉଥ୍ ଆଫ୍ରିକା। ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-ଟ୍ବେଣ୍ଟି ସିରିଜ୍‌ରେ ୦-୧ରେ ପଛୁଆ ରହିଛି ଟିମ୍ ଇଣ୍ଡିଆ। ଆରମ୍ଭରୁ ଭାରତକୁ ଝଟ୍‌କା ଦେଇଛି ସାଉଥ ଆଫ୍ରିକା। ୧ ରନ କରି ଆଉଟ୍ ହୋଇଛନ୍ତି ଗାଏକ୍ୱାଡ୍।

Advertisment
Cricket Ind Vs SA Barabati Stadium
Advertisment
Advertisment